ପ୍ରଥମ କି ଦ୍ଵିତୀୟ ନୁହେଁ 60 ବର୍ଷରେ ଚତୁର୍ଥ ପ୍ରେମ ବିବାହ କଲେ Telugu ଷ୍ଟାର Mahesh Babu ଙ୍କ ଭାଇ ନରେଶ…

ନମସ୍କାର ବନ୍ଧୁଗଣ, ବିବାହ ଜଣଙ୍କୁ କରାଯାଏ ଏଭଳି କିଛି ରୀତି ରହିଛି ଆମ ସମାଜରେ । କିନ୍ତୁ ଆଜିର ଦୁନିଆରେ ପ୍ରେମ ସାମ୍ନାରେ ଏହି ସବୁ ନିୟମ ଫିକା ପଡିଗଲାଣି । ସେହିଭଳି ବର୍ତ୍ତମାନ ସୁଦ୍ଧା ଏକ ବଡ ଖବର ଆସି ପହଞ୍ଚି ସାରିଛି ଦୁଇ ତେଲୁଗୁ ଅଭିନେତା ଏବଂ ଅଭିନେତ୍ରୀ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଏବେ 60 ବର୍ଷ ବୟସରେ ବିବାହ କରିଛନ୍ତି । ପ୍ରେମ ଆଗରେ ବୟସ ବି ହାର ମାନିଯାଇଛି । ତେବେ ଆଉ ବିଳମ୍ବ ନକରି କେଉଁ ତେଲୁଗୁ ଷ୍ଟାର ବିବାହ କରିଛନ୍ତି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁଙ୍କ ବଡ ଭାଇ ନରେଶ 60 ବର୍ଷ ବୟସରେ କରିଛନ୍ତି ବିବାହ । ଆଉ ଆପଣ ନରେଶଙ୍କ ସହ ବେସ ପରିଚିତ ଥିବେ ନିଶ୍ଚୟ । ତେବେ ନରେଶ 60 ବର୍ଷ ବୟସରେ 44 ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କୁ ତାଙ୍କର ଏହି ବୃଦ୍ଧ ବୟସର ସାଥି ଭାବରେ ବାଛନ୍ତି ନରେଶ ଆଉ କରିଛନ୍ତି ବିବାହ ।

ବାସ ନିଜର କିଛି ସମ୍ପର୍କୀୟ ମାନଙ୍କ ଗହଣରେ ଏହି ବିବାହଟି ନିଡାଡମ୍ବର ଏବଂ ଶାନ୍ତି ଶୃଙ୍ଖଳାରେ ସମ୍ପର୍ଣ ହୋଇଛି । ତେବେ ଉଭୟଙ୍କ ବିବାହର କିଛି ଝଲକ ସୋସିଆଲ ମଡିଆରେ ଚର୍ଚ୍ଚିତ ହେବାରେ ଲାଗିଛି । ଏହାଠାରୁ ବଡ ଆଶ୍ଚର୍ଯ୍ୟ ଜନକ କଥା ହେଉଛି କି ନରେଶ ପବିତ୍ରାଙ୍କୁ ବିବାହ କରିବା ପୂର୍ବରୁ ଆହୁରି ତିନୋଟି ବିବାହ କରିଛନ୍ତି ।

ତେଣୁ ପବିତ୍ରାଙ୍କ ସହ ଏହା ତାଙ୍କର ଚତୁର୍ଥ ବିବାହ ଅଟେ । ନରେଶଙ୍କ ପ୍ରଥମ ବିବାହ ଶିରିଆ ଡ୍ୟାନ୍ସ ମାଷ୍ଟର ଶ୍ରୀନୁଙ୍କ ଝିଅ ସହ ହୋଇଥିଲା । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ଏହାପରେ ସେ ରେଖା ସୁପ୍ରିୟାଙ୍କ ସହ ବିବାହ କରିଥିଲେ । ତୃତୀ ବିବାହରେ ସେ ନିଜ ଠାରୁ 20 ବର୍ଷ ସାନ ରାମିୟା ରଘୁପତିଙ୍କୁ ବିବାହ କରିଥିଲେ । ତେବେ ନରେଶ ଏବଂ ରାମିୟାଙ୍କର ଏକ ପୁଅ ମଧ୍ୟ ରହିଛି ।

ନରେଶଙ୍କ ତୃତୀୟ ସ୍ତ୍ରୀ ଏହି ବିବାହ ପରେ ପ୍ରତିକ୍ରିୟା ରଖି କହିଛନ୍ତି କି ସେ ନରେଶଙ୍କୁ ଛାଡପତ୍ର ଦେବେ ନାହିଁ । ନରେଶଙ୍କ ଏହି ଚତୁର୍ଥ ବିବାହ ପରେ ମଧ୍ୟ ସେ ତାଙ୍କ ସ୍ଵାମୀଙ୍କ ସହ ରହିବେ । କାରଣ ସେ ତାଙ୍କୁ ମଧ୍ୟ ପ୍ରେମ ବିବାହ କରିଥିଲେ । ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *