ଛାତ୍ର ର ଉତ୍ତର ପଢି କୋମାକୁ ଚାଲିଗଲେ ଶିକ୍ଷକ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଷ୍ଟୁଡେଣ୍ଟ ର Answer Sheet

ବନ୍ଧୁଗଣ ଆଜିକାଲି ଦୁନିଆର ସମସ୍ତ ମଣିଷ ସୋସିଆଲ ମିଡିଆ ଓ ଇନ୍ଟାରନେଟ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ସହ ଜଡିତ ରହି ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ସୋସିଆଲ ମିଡିଆର ବ୍ୟବହାରରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ଗତ କିଛି ଦିନ ହେବ ଏକ ଛାତ୍ରର ପରୀକ୍ଷା ଆନ୍ସର ସିଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଛାତ୍ରର ଆନ୍ସର ସିଟ ଦେଖିଲେ ଆପଣ ମାନେ ବି ନିଜ ହସ ରକିପାରିବେ ନାହିଁ । ବନ୍ଧୁଗଣ ସମସ୍ତ ସ୍ଥାନରେ ଏହି ଖବରର ଚର୍ଚା ଚାଲିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟାରେ ।

ଛାତ୍ର ଜଣକ ନିଜ ଆନ୍ସର ସିଟରେ ଏଭଳି ସବୁ କଥା ଲେଖିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଜ ମୁଣ୍ଡ ଧରିଦେବେ । ବନ୍ଧୁଗଣ ପରୀକ୍ଷାରେ ଭାଖଣ୍ଡା ନାଙ୍ଗଲ ପରିଯୋଜନା ସହ ଜଡିତ ଏକ ପ୍ରଶ୍ନ ପଚରା ଯାଇଥିଲା । ଛାତ୍ର ଜଣକ ଆରମ୍ଭରୁ ଉତ୍ତର ଲେଖିଲା ଯେ, ଡେମ ଶତଲଜ ନଦୀରେ ନିର୍ମାଣ ହୋଇଛି । ହେଲେ ଯେମିତି ଛାତ୍ର ଆଗକୁ ଲେଖିଛି ତାହା ପଢିଲେ ଆପଣ ମାନଙ୍କ ହସ ବନ୍ଦ ହେବ ନାହିଁ ।

ଛାତ୍ର ଜଣକ ସରଦାର ପଟେଲ, ପଣ୍ଡିତ ଜବାହାର ଲାଲ ନେହେରୁ ଙ୍କ ଠାରୁ ଆରମ୍ଭ କରି ଲଣ୍ଡନ, ଜର୍ମାନୀ ଓ ବିଶ୍ଵ ଯୁଦ୍ଧ ପର୍ଯ୍ୟନ୍ତ ସବୁ ଲେଖିଛି ଯାହାକୁ ପଢିଲେ ଆପଣ କିଛି ବି ବୁଝି ପାରିବେ ନାହିଁ । ଶିକ୍ଷକ ଛାତ୍ରର ଆନ୍ସର ସିଟ ଦେଖି ନିଜ ମୁଣ୍ଡ ଧରିଦେଲେ ଓ ଛାତ୍ରକୁ ୧୦ରୁ ଶୂନ୍ୟ ମାର୍କ ଦେଇ ଆନ୍ସର ସିଟରେ ଲେଖିଲେ ‘ଶିକ୍ଷୟତ୍ରୀ କୋମାରେ ଅଛନ୍ତି’ ।


ଛାତ୍ର ନିଜ ଉତ୍ତରରେ ଲେଖିଥିଲା, ଭାଖଣ୍ଡା ନାଙ୍ଗଲ ଡେମ ସତଲଯ ନଦୀରେ ନିର୍ମାଣ ହୋଇଛି । ସତଲଯ ନଦୀ ପଞ୍ଜାବରେ ଅଛି । ପଞ୍ଜାବ ସର୍ଦାର ମାନଙ୍କ ଦେଶ ଅଟେ । ସର୍ଦାର ପଟେଲ ବି ଜଣେ ସର୍ଦାର ଥିଲେ । ତାଙ୍କୁ ଭାରତର ଲୌହ ମାନବ ବୋଲି କୁହାଯାଉ ଥିଲା । ଲୁହା ଟାଟା କମ୍ପାନୀ ବନାଏ ହେଲେ ଟାଟା ହାତରେ କରାଯାଇଥାଏ ଓ କାନୁନ ହାତ ବହୁତ ଲମ୍ବା ଥାଏ । ପଣ୍ଡିତ ଜବାହାର ଲାଲ ନେହେରୁ ବି କାନୁନ ବିଷୟରେ ଜାଣି ଥିଲେ । ଚାଚା ନେହେରୁଙ୍କୁ ଗୋଲାପ ଫୁଲ ବହୁତ ପସନ୍ଦ ଥିଲା ।


ବନ୍ଧୁଗଣ ଏଭଳି ଭାବରେ ଛାତ୍ର ଜଣକ ନିଜର ଅଲଗା ପ୍ରକାରର ଉତ୍ତର ଆନ୍ସର ସିଟରେ ଲେଖିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଛାତ୍ରର ଉତ୍ତର କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *