ଆମେରିକାରେ ଚାଷୀ ମାନେ କେମିତି କରନ୍ତି ଚାଷ, ଆଜି ବୁଲି ଦେଖିବା ଗାଁରେ ପନିପରିବା ଆଉ ଫଳ ଚାଷଜମି, ଦେଖନ୍ତୁ ଏହି Video

ବନ୍ଧୁଗଣ ଆମ ଭାରତ ଦେଶରେ ସବୁଠାରୁ ଅଧିକ କୃଷି ଉପରେ ଧ୍ୟାନ ଦିଆଯାଏ । ଆପଣ ମାନେ ସମସ୍ତେ ଆମ ଭାରତରେ ହେଉଥିବା କୃଷି କାର୍ଯ୍ୟ ଓ ଏହାର ସମସ୍ତ ପଦଥି ଗୁଡିକୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଆମେରିକାର ଚାଷ ଜମି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣିଲେ ବହୁତ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆମେରିକାରେ କେମିତି ଚାଷ କରାଯାଏ ଓ ସେଠି କଣ ସବୁ ଉତ୍ପାଦନ କରାଯାଏ ଆସନ୍ତୁ ଜାଣିବା ।

ଭାରତରେ ଚାଷ ଜମି ଅପେକ୍ଷା ଆମେରିକାର ଚାଷ ଜମି କିଛି ମାତ୍ରାରେ ଅଲଗା ଥାଏ । ସାଧାରଣତଃ ଆମ ଭାରତରେ ଧାନ ଚାଷ ଜମିରେ ଧାନ ଚାଷ କରାଯାଏ ହେଲେ ଆମେରିକାର କୃଶକ ମାନେ ଜମିରେ ସମସ୍ତ ପ୍ରକାରର ଶସ୍ଯ ଉଦପାଦନ କରନ୍ତି ଏହା ଦ୍ଵାରା ସେମାନେ ଲାଭବାନ ହୋଇପାରନ୍ତି । ଭାରତ ଚାଷ ଜମି ପରେ ଆମେରିକାର ଚାଷ ଜମି ମଧ୍ୟ ଲମ୍ବି ରହିଥାଏ ।

ଆମେରିକାର ଗାଁରେ ଅଧିକ ଜନଗହଳି ନଥାଏ । ସେହି ସ୍ଥାନରେ ବହୁତ କମ ଲୋକ ନଜର ଆସନ୍ତି । ଆମର ଏଠି ଚାଷ ଜମି ଭିତରକୁ ବହୁତ ସହଜରେ ଯାଇ ଦେଖିହେବ ହେଲେ ଆମେରିକାରେ କିଛି ନିୟମ ରହିଛି । ସେଠି ପ୍ରଥମେ ଯାଇ ନାମ ଲେଖାଇବାକୁ ପଡିବ ଓ ଏହାପରେ ଲୋକମାନେ ଫଳ ତୋଳି ପାରିବେ । ଆମେରିକାର ଚାଷ ଜମି ଭାରତ ଅପେକ୍ଷା ବହୁତ ଅଧିକ ମାତ୍ରାରେ ଲମ୍ବି ରହିଛି ଓ ସେଠାରେ ସମସ୍ତ ପ୍ରକାରର ଫଳ ଏବଂ ପନିପରିବା ଆପଣ ମାନେ ପାଇପାରିବେ ।

ଆପଣ ମାନେ ଚାଷ ଜମି ଭିତରକୁ ଯାଇ ନିଜ ମନ ପସନ୍ଦର ଜିନିଷ ଆଣି ପାରିବେ । ଆମ ଭାରତରେ ଯାହା ବି ଶସ୍ଯ ଉଦପାଦନ କରାଯାଏ ତାହା ମାରକେଟକୁ ଆସିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୁଏ । ଆମେରକାରେ କିଛି ଅଲଗା ନିୟମ ରହିଛି । ଯଦି କେହି ଚାଷ ଜମି ଭିତରକୁ ଯାଇ ଫଳ ବା ପନିପରିବା ଆଣିବ ତା ହେଲେ ସେମାନଙ୍କୁ କମ ଟଙ୍କା ଦେବାକୁ ପଡିବ ।

କାରଣ ସେମାନଙ୍କା ଟ୍ରାନ୍ସପୋରଟିଙ୍ଗରେ ଖର୍ଚ୍ଚ ହେଉଥିବା ଟଙ୍କା ବଞ୍ଚି ଯିବ ଓ ସେମାନେ ନିଜ ମଜୁରି ହିଁ ନେବେ । ଆମେରିକା ଚାଷ ଜମିକୁ ଯାଇ ଆପଣ ମାନେ ଯାହା ବି ଫଳ ଅଛି ତାକୁ ଖାଇ ପାରିବେ ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡିବ ନାହିଁ କିନ୍ତୁ ଆପଣ ଯାହା ନିଜ ଘରକୁ ନେବେ ସେଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ ।

ଆମେରିକା ଚାଷ ଜମିରେ ଆମ ଭାରତରେ ମିଳୁ ଥିବା ସମସ୍ତ ପ୍ରକାରର ପନିପରିବା ମିଳିଯିବ । ସେଠାରେ ଚେରୀ, ଷ୍ଟବେରୀ ଓ ଅନ୍ୟ ବହୁତ ଫଳ ଅଧିକ ମାତ୍ରାରେ ଉଦପାଦିତ ହୁଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମେରିକାର ଚାଷ ଜମି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *