ମହଙ୍ଗା ପଡିଗଲା ବାଘ ସହ ଖେଳ ! ବାଘ ଲାଙ୍ଗୁଡ଼ରେ କାଠି ମାରୁଥିଲେ ଯୁବକ, ହଠାତ ବାଘ ବୁଲି ପଡି ଧରିଲା….

ନମସ୍କାର ବନ୍ଧୁଗଣ, ସାଧାରଣତଃ ବାଘକୁ ଜନ୍ତା ଭିତରେ ଦେଖିଲେ ବି ମନରେ ଡର ଆସିଯାଏ । କିନ୍ତୁ ଜଣେ ସାହସୀ ଯୁବକ ବାଘକୁ ବୋଧ ହୁଏ ଖେଳଣା ଭାବୁଥିଲେ । ଆଉ ସେଥିପାଇଁ ଖୋଲା ଆକାଶ ତଳେ ଶୋଇରହିଥିବା ବାଘ ଲାଞ୍ଜରେ କାଠି ମାରି ତାର ପ୍ରତିକ୍ରିୟା ଜାଣିବା ପାଇଁ ଉତ୍କଣ୍ଠା ପ୍ରକାଶ କରିଥିଲେ । ଆଉ କାଠି ମାରିବା ପରେ ଯାହା ହେଲା ତାହା କଳନା ବାହାରେ ଥିଲା ତାଙ୍କ ପାଇଁ ।

ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଗଲା ତାଙ୍କ ପାଇଁ ଯାହା ଆପଣ ମାନେ ଜାଣିଲେ ଥରିବାକୁ ଲାଗିବେ । ତେବେ ଆସନ୍ତୁ ଜାଣିବା । ୩୫ ବର୍ଷୀୟ ଯୁବକ ସନ୍ତୋଷ ଜଙ୍ଗଲ ପାଖ କ୍ଷେତ ମଝିରେ ବାଘ ଦେଖିଥିଲେ କିନ୍ତୁ ଡରିନଥିଲେ । ଆଉ ଯୁବାବସ୍ତା ରକ୍ତ ଗରମ ତେଣୁ ଭୟଭୀତ ହେବା ବଦଳରେ ବାହାଦୁରି ଦେଖାଇବା ପାଇଁ ମୁଣ୍ଡକୁ ଜୁଟିଲା ବୁଦ୍ଧି ।

ଭାବିଲେ ଯାଉଛି ବାଘ ଲାଞ୍ଜରେ କାଠି ମାରିବି ଦେଖିଆ ବାଘର କଣ ପ୍ରତିକ୍ରିୟା ରହୁଛି । ଏହାପରେ ଯୁବକ ଜଣଙ୍କ ବାଘର ଲଞ୍ଜାକୁ କାଠି ଗେଞ୍ଜିବାକୁ ବା ଫୁଟାଇବାକୁ ଲାଗିଲେ । ଆଉ ହଠାତ ସେହି ସମୟରେ ବାଘଟି ଗର୍ଜନ କରି ପଛ ପଟକୁ ମୁହଁ ବୁଲାଇ ଦେଲା ଯାହା ଯୁବକ ପାଇଁ ସାଜିଲା କାଳ । ବାଘଟି ଚିତ୍କାର କରି ସିଧା ଯୁବକ ଜଣଙ୍କ ପଛ ବେକକୁ କାମୁଡି ଧରିଲା । ଏହାପରେ ହିଂସ୍ର ହୋଇଯାଇଥିବା ବାଘର ଶିକାର ହୋଇ ଯୁବକ ଜଣଙ୍କ ଖୁବ ଚିତ୍କାର କରିବାକୁ ଲାଗିଲେ ହେଲେ ବାଘ ପାଖକୁ କିଏ ବା ଯିବ ତାଙ୍କୁ ବଞ୍ଚାଇବା ପାଇଁ ।

ସେହି ବ୍ୟକ୍ତି ଜଣଙ୍କ ଯେତେବେଳ ବାଘର କବଳରୁ ବଞ୍ଚିଥିଲେ ସେତେବେଳକୁ ସେ ଗୁରୁତର ହୋଇସାରିଥିଲେ । ତାଙ୍କୁ ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା । ସେହିଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ତାରେ ମୃତ୍ୟୁ ଘଟିଗଲା । ଏଥିରୁ ଆପଣ ମାନେ ନିହାତି ସେହି ଯୁବକ ଜଣଙ୍କ ମୁର୍ଖାମିର ଆକଳନ କରିପାରୁଥିବେ । ଆଜି ତାଙ୍କର ମୁର୍ଖାମି ପାଇଁ ସେ ତାଙ୍କର ଜୀବନ ହରାଇ ବସିଲେ ।

ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ମଧ୍ୟପ୍ରଦେଶ, ଖୋରଗଞ୍ଜ ଜିଲ୍ଲାରେ । ଏହି ଜିଲ୍ଲାର ଯୁବ କୃଷକ ସନ୍ତୋଷ ବାଘ ଲାଙ୍ଗୁଡ଼ରେ ହାତ ମାରି ନିଜ ଜୀବନରୁ ହାତ ଧୋଇ ବସିଲେ । ଏଭଳି ଏକ ଘଟଣା ଆମ ସମସ୍ତଙ୍କୁ ଏକ ଚେତାବନୀ ନିଶ୍ଚିନ୍ତ ଭାବରେ ଦେଉଛି । ହିଂସ୍ର ଜନ୍ତୁଙ୍କୁ ଅଯଥାରେ ହଇରାଣ କରିବା ପଡିପାରେ ଆପଣଙ୍କ ଭାରି ।

Leave a Reply

Your email address will not be published. Required fields are marked *