ଛାତ ଉପରେ ଜଗି ବସିଥିଲା ଯମ ! ଛାତ ଉପରେ ଲୁଗା ଶୁଖାଉଛନ୍ତି କି ସାବଧାନ…

ବନ୍ଧୁଗଣ ଗୋଟେ ସ୍ତ୍ରୀ ସବୁ ଦିନ ପାଇଁ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଛି । ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇ ବିଦ୍ୟୁତ ଆଘାତରେ ଚାଲି ଯାଇଛି ସ୍ତ୍ରୀର ଜୀବନ । ସାରା ଜୀବନ ସାଥି ହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ ଜୀବନ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ କେହି କାହାର ହାତ ଛାଡିବେ ନାହିଁ ବୋଲି କଥା ଦେଇଥିଲେ । ବେସ ହସ ଖୁସିରେ ଚାଲି ଥିଲା ସୁନାର ସଂସାର । ହେଲେ ସେହି ହସ ଖୁସିର ସଂସାରରେ ସତେ ଯେପରି କାହାର ନଜର ଲାଗି ଗଲା ।

ହଠାତ ତାଙ୍କ ଜୀବନରେ ଆସିଗଲା କଳା ବାଦଲ ଆଉ କିଛି ମୂହୁର୍ତ୍ତ ମଧ୍ୟରେ ସବୁ କିଛି ଶେଷ ହେଇଗଲା । ଏପରି ଏକ ଦୁଃଖଦ ଖବର ଆସିଛି ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ଭୃଶଳ ଗ୍ରାମରୁ । ଭୃଶଳ ଗ୍ରାମର ଯବାନ ପୁଅ ମନୋଜ ବାରିକ ଯିଏ ନିଜ ସାହସିକତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରୁ ପୁରସ୍କୃତ ହୋଇଥିଲେ ।

ତିନି ବର୍ଷ ତଳେ ମନୋଜ ତାଳଚେର ଝିଅ ସ୍ମୃତିରେଖାଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ପରିବାର ଲୋକ ନିଷ୍ପତ୍ତି ନେଲେ ଯେ ସ୍ମୃତିରେଖା ମନୋଜଙ୍କ ସହ ଯାଇ ଜାମୁରେ ରହିବେ । ସ୍ଵାମୀ-ସ୍ତ୍ରୀ ଯାଇ ଜାମୁରେ ରହିଲେ । ପ୍ରତି ଦିନ ପରି ସେଦିନ ମଧ୍ୟ ସ୍ଵାମୀ ମନୋଜ ଚାକିରିକୁ ଯାଉଥିବା ବେଳେ ସ୍ତ୍ରୀ ସ୍ମୃତିରେଖା ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ ।

ହେଲେ କିଏ ଜାଣିଥିଲା ଛାତ ଉପରକୁ ଯିବା ତାଙ୍କ ପାଇଁ କାଳ ସାଜିବ । ଛାତ ଉପରକୁ ଯାଇ ଲୁଗା ସୁଖାଉଥିବା ସମୟରେ ବିଦ୍ୟୁତ ଆଘାତ ପାଇ ସେ ଜୀବନ ହାରିଲେ । ସ୍ଵାମୀ ଚାକିରିରୁ ଫେରି ଦେଖନ୍ତି ତ ସ୍ତ୍ରୀ ସ୍ମୃତିରେଖା ବିଦ୍ୟୁତ ଆଘାତ ପାଇ ତଳେ ପଡି ଯାଇଛନ୍ତି । ଏହାକୁ ଦେଖି ହଠାତ ମନୋଜଙ୍କ ମୁଣ୍ଡ କାମ କରି ନଥିଲା । ଏହା ପରେ ମନୋଜ ନିଜ ସାଥି ଯବାନଙ୍କ ସହ ସ୍ତ୍ରୀକୁ ମେଡିକାଲ ନେଇଥିଲେ ।

ହେଲେ ଡାକ୍ତର ସେଠାରେ ସ୍ମୃତିରେଖାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବେବଛେଦ ପରେ ଓଡିଶା ଆସିଥିଲା ମୃତ ଶରୀର । ସ୍ମୃତିରେଖାଙ୍କ ଏଭଳି ଅକାଳ ବିୟୋଗ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *