ଆଗକୁ ବାରବାଟୀରେ ଖେଳାଯିବ ଅଧିକ ମ୍ଯାଚ, ଏ ନେଇ ବଡ ବୟାନ ଦେଲେ BCCI ସଭାପତି Sourav Ganguly, କଣ କହିଲେ ସେ ? ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 ମ୍ୟାଚ ହୋଇଥିଲା । ଗତ କାଲି ଦର୍ଶକ ମାନଙ୍କ ମଧ୍ୟରେ ବହୁତ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଗତ କାଲି ଭାରତ ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଆଉ ୧୪୮ ରନ୍ ରେ ଓଭର ଶେଷ ହୋଇଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ବହୁତ ଜବରଦସ୍ତ ଖେଳ ପଦର୍ଶନ କରି ୧୮.୨ ଓଭରରେ ୬ଟି ୱିକେଟ ହରାଇ ୧୪୮ ରନ୍ ରେ ବିଜୟ ହୋଇଥିଲା ।

ଓଡିଶା ବାସୀ ଗତ କାଲିର ମ୍ୟାଚ ଦେଖି ବହୁତ ଖୁସି ହୋଇଛନ୍ତି । ଯେହେତୁ ଆମ ଓଡିଶାରେ ଟି୨୦ ମ୍ୟାଚ ହୋଇଛି ତେଣୁ ଏହା ଆମ ମାନଙ୍କ ପାଇଁ ଗୌରବର କଥା । ଅନେକ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ମିଳିଛି । କାରଣ ଗତ କିଛି ବର୍ଷ ତଳେ ହୋଇଥିବା ମ୍ୟାଚରେ ଜନସାଧାରଣଙ୍କ ପ୍ରକୋପର ଶିକାର ହୋଇଥିଲେ ଭାରତୀୟ କ୍ରିକେଟ ଟିମ ।

ମ୍ୟାଚ ହାରିବା ପରେ ଫିଲ୍ଡ ଉପରକୁ ବୋଟ ପକାଇ ଥିଲେ ଦର୍ଶକ ମାନେ । ହେଲେ ବନ୍ଧୁଗଣ ଏହି ମ୍ୟାଚଟି ବହୁତ ଭଲ ଭାବରେ ହୋଇଛି । ତେବେ ବନ୍ଧୁଗଣ ଗତ କାଲିର ମ୍ୟାଚରେ BCCIର ସଭାପତି ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ । ସୌରଭ ଗାଙ୍ଗୁଲି ଏକ ସାକ୍ଷାତ୍କାରରେ ଆମ କଟକ ବାରବାଟୀ ଷ୍ଟାଡିୟମ ବିଷୟରେ କିଛି ବିଶେଷ କଥା କହିଥିଲେ । ସୌରଭ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, 80 ଦଶକରୁ ମୁଁ ବାରବାଟୀ ସହ ଜଡିତ ରହିଛି ।

ମୁଁ ଏହି ଠାରେ ରହି ଖେଳିଛି । ମୁଁ ଅନେକ ଥର ଶତକ ମଧ୍ୟ ମାରିଛି । ବାରବାଟୀ ଷ୍ଟାଡିୟମକୁ ନିୟମିତ ସମୟ ବ୍ଯବଧାନରେ ମ୍ୟାଚ ମିଳିବ ବୋଲି କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ବାରବାଟୀ ଷ୍ଟାଡିୟମରେ ଉନ୍ନତି କରଣ କାର୍ଯ୍ୟ, ଏକ ପ୍ରକ୍ରିୟା ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ଏହା ସହ ବାରବାଟୀ ଷ୍ଟାଡିୟମ ୪୦ ହଜାର ପାଖାପାଖି ହୋଇଥିବାରୁ ଏଠାରେ ଖେଳା ଯାଇଥିବା ସମସ୍ତ ମ୍ୟାଚ ବହୁତ ଭଲ ହୁଏ ବୋଲି ସେ କହିଛନ୍ତି ।

ବାରବାଟୀ ଷ୍ଟାଡିୟମରେ ତାଙ୍କର ଅନେକ ସ୍ମୃତି ରହିଛି ବୋଲି ସୌରଭ କହିଛନ୍ତି । ତେବେ ବନ୍ଧୁଗଣ ସୌରଭଙ୍କ ଏହି ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *