ମୁମ୍ବାଇ ଦେଖା ଓଡିଶାରେ ବାହାଘର…କିଛିଦିନ ପରେ ଯେତେବେଳେ ସତ ସାମ୍ନାକୁ ଆସିଲା ଝିଅର ଉଡିଗଲା ହୋସ, ଦେଖନ୍ତୁ Video

ବନ୍ଧୁଗଣ ରାୟଗଡା ଜିଲ୍ଲାର ରଶ୍ମିତା ନାମକ ଜଣେ ଝିଅ ନିଜ ସ୍ଵାମୀ ଘରକୁ ଖୋଜି ଖୋଜି ଆସି ପହଞ୍ଚିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନଟାପଡା ଗ୍ରାମରେ । ସ୍ଵାମୀ ଘରେ ପହଞ୍ଚିବା ପରେ ସେ ଯାହା ଦେଖିଲା ତା ପାଦ ତଳୁ ମାଟି ଖସିଗଲା । ମୁମ୍ବାଇରେ କାମ କରିବା ବେଳେ ନରେନ୍ଦ୍ର ଓ ରଶ୍ମିତା ପରସ୍ପର ସହ ସାକ୍ଷାତ କରିଥିଲେ ଆଉ ଉଭୟ ପରସ୍ପରକୁ ପ୍ରେମ ବି କରିଲେ । ଆଉ ଏହା ପରେ ସେମାନଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ ।

କିଛି ଦିନ ପରେ ଉଭୟ ସ୍ଥାନୀୟ ଶିବ ମନ୍ଦିରରେ ବିବାହ କରିଥିଲେ । ଆଉ ବାହାଘରର କିଛି ଦିନ ପରେ ରଶ୍ମିତା ଯେତେବେଳେ ତିନି ମାସର ଗର୍ଭବତୀ ଥିଲେ ଠିକ ସେତିକି ବେଳେ ନରେନ୍ଦ୍ର ଗାଁକୁ ଆସି ଆଉ ମୁମ୍ବାଇ ଯାଇ ନଥିଲେ । ସେତେବେଳେ ରଶ୍ମିତା ଯେତେ ଯୋଗାଯୋଗ କରିବାକୁ ଚାହିଁଥିଲେ ବି ବିଫଳ ହୋଇଥିଲେ ।

ଆଉ ସେତେବେଳେ ନରେନ୍ଦ୍ରଙ୍କ କିଛି ଖୋଜ ଖବର ନ ପାଇ ରଶ୍ମିତା ଖୋଜି ଖୋଜି ଆସି ପହଞ୍ଚି ଥିଲେ ନରେନ୍ଦ୍ର ଘର ଦୁଆରେ । ସେଠାରେ ସେ ଯାହା ଜାଣିଥିଲେ ତାଙ୍କ ଗୋଡ ତଳୁ ମାଟି ଖସି ଯାଇଥିଲା । ସେ ଜାଣିବାକୁ ପାଇଥିଲେ ନରେନ୍ଦ୍ର ପୂର୍ବରୁ ବିବାହିତ । ଏହା ସହ ନରେନ୍ଦ୍ରଙ୍କ 6 ବର୍ଷର ପୁଅ ଅଛି । ଏ ଖବର ପାଇବା ପରେ ରଶ୍ମିତାଙ୍କ ଗୋଡ ତଳୁ ମାଟି ଖସି ଗଲା ।

ଆଉ ଶେଷରେ ରଶ୍ମିତା କୌଣସି ଉପାୟ ନ ପାଇ ସ୍ଥାନୀୟ ସମାଜ ସେବି ଓ ମହିଳା ସଂଗଠନ ମାଧ୍ୟମରେ ଖଇରା ଥାନାରେ ଅଭିଯୋଗ କରିଥିଲେ । ଖଇରା ଥାନା ପୋଲିସ ନରେନ୍ଦ୍ରକୁ ଷ୍ଟେସନ ଆଣି ପଚରା ଉଚରା କରୁଛି । ତେବେ ଦେଖିବାର ଅଛି ଭଲ ପାଇ ବାହା ହେଇଥିବା ନରେନ୍ଦ୍ର ରଶ୍ମିତାକୁ ନିଜ ପାଖରେ ରଖୁଛି ନା ଅନ୍ୟ କିଛି କରୁଛି ।

ଯଦି ଅନ୍ୟ କିଛି କରିବ ତା ହେଲେ ନରେନ୍ଦ୍ର ବିରୋଧରେ କେଉଁ ଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ପୋଲିସ ତାହା ସମୟ କହିବ । ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ଅନେକ ଲୋକ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *