ପଡିଲା ଉଠିଲା ସଂସଦ ! ପୂର୍ବତନ ପ୍ରଧାନମନ୍ତ୍ରୀ Atal Bihari Vajpayee ଙ୍କ ଉପରେ ରକ୍ତ ଗରମ ଭାଷଣ ଦେଇ ଚର୍ଚ୍ଚାରେ ଓଡିଆ ପୁଅ

ବନ୍ଧୁଗଣ, ଚର୍ଚ୍ଚାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର, କିଷାନ କୁମାର ସାହୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ର-କ୍ତ ଗରମ ଭାଷଣ ଦେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ସମସ୍ତ ସ୍ରୋତା ଗଣକୁ ନମସ୍କାର କରି କିଶାନ କହିଛନ୍ତି ଯେ କଳା ଆଉ ସଂସ୍କୃତିର ପାବନ ଭୂମି ଓଡିଶା ରାଜ୍ୟ ଅଟେ । ମୟୂରଭଞ୍ଜ ର ପ୍ରତିନିଧିତ୍ଵ କରି ସଂସଦରେ ଉପସ୍ଥିତ ଅଛନ୍ତି ।

ପରମପୂଜନୀୟ ଶ୍ରୀ ଅଟଳ ବିହାରୀ ବାଜପେୟୀ, ଯାହାଙ୍କ ସମ୍ବନ୍ଧରେ ଯେତେ ମଧ୍ୟ କହିଲେ ସେତେ କମ ହେବ । ସେ ଏକ ଏଭଳି ବ୍ୟକ୍ତିତ୍ଵ ଅଟନ୍ତି ଯାହାଙ୍କ ବିରୋଧ ବିରୋଧୀ ଦଳ କରିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି । ହିନ୍ଦୁ ରାଷ୍ଟ୍ରର ଚଟାଣଶୀଳ ପ୍ରଧାନମନ୍ତ୍ରୀ ଯାହା କେବଳ କହୁ ନଥିଲେ ମାତ୍ର ସେହି କାର୍ଯ୍ୟ କୁ ନିପୁଣ ଭାବରେ ପୂରଣ କରୁଥିଲେ ।

ତାହା ପରମାଣୁ ପରୀକ୍ଷଣ ହେଉ ଅଥବା କାରଗିଲର ଅପରେସନ ବିଜୟର ହେଉ, ଶ୍ରୀ ଅଟଳ ବିହାରୀ ବାଜପେୟୀ ନିଜ ଜୀବନରେ ଏକ ପତ୍ରକାର ଥିଲେ । ରାଷ୍ଟ୍ର ନିର୍ମାଣରେ ଏକ ପତ୍ରକାର ର ଭୂମିକା କଣ ହୋଇଥାଏ ତାହାର ଏକ ଜୀବନ୍ତ ଉଦାହରଣ ଅଟନ୍ତି ଶ୍ରୀ ଅଟଳ ବିହାରୀ ବାଜପେୟୀ । ସେ ଶ୍ରୀ ଅଟଳ ବିହାରୀ ବାଜପେୟୀ ହିଁ ଥିଲେ ଯିଏ କି ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ହିନ୍ଦୁସ୍ଥାନ ରୁ ଲାହୋର ପର୍ଯ୍ୟନ୍ତ ବସ ରେ ଗମନ କରିଥିଲେ ।

ପ୍ରଥମ ଥର ପାଇଁ ସେତେବେଳେ ହିନ୍ଦୁସ୍ଥାନ ଏବଂ ପାକିସ୍ଥାନ ସିଧା ବସ ସହିତ ଯୋଡି ହୋଇଥିଲେ । ଶ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ଥାନ ରେ ଲେଖିଥିଲେ ଯେ ଭାରତ ଚାହୁଁଛି ଯେ ପାକିସ୍ଥାନ ଏକ ସୁଖ୍ୟମୟ ରାଜ୍ୟ ବନୁ । ଏହା ପ୍ରଥମଥର ଥିଲା ଯେ କି କିଛି ଭାରତୀୟ ନେତା ପାକିସ୍ଥାନର ସମୃଦ୍ଧି ଉପରେ ଜୋର ଦେଇଥିଲେ ।

ତାଙ୍କର ଚିନ୍ତା ଧାରା ଏଭଳି ଥିଲା ଯେ ନିଜ ଉନ୍ନତି ହେବା ସହିତ ଅନ୍ୟର ମଧ୍ୟ ଉନ୍ନତି ହେଉ । ସେ ଦେଶରେ ସର୍ବଶିକ୍ଷା ଅଭିଯାନ କୁ ଲାଗୁ କରି ଦେଶରେ ଶିକ୍ଷାବସ୍ଥା କୁ ସୁଧାରୀ ଥିଲେ । ଏହା ସହିତ ସେ ନାରା ଦେଇଥିଲେ “ଆଓ ସ୍କୁଲ ଚଲେ ହମ” । ଏହିଭଳି ଭାବରେ ଯୁବ ଛାତ୍ର ଜଣଙ୍କ ଚର୍ଚ୍ଚାର ପାତ୍ର ପାଲଟି ଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *