ଚେଞ୍ଜ ହୋଇଯିବ ପୁରା ଗେମ୍, ଏବେ ଋଷ ଉପରେ ଭାରି ପଡିବ ୟୁକ୍ରେନ, ଚିନ୍ତାରେ ଋଷ ସୈନ୍ୟ, କିନ୍ତୁ କେମିତି ଦେଖନ୍ତୁ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୪ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏ ପର୍ଯ୍ୟନ୍ତ ଆମେରିକା ଏହି ଯୁଦ୍ଧରେ ୟୁକ୍ରେନକୁ ସାହାର୍ଯ୍ୟ କରିବା ପାଇଁ ନା କହୁଥିଲା ହେଲେ ଏବେ ହଁ କହିଦେଲା । ଋଷିଆ ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନକୁ ଡ୍ରୋନ ଦେବାକୁ ନିଷ୍ପତ୍ତି ନେଇଛି ଆମେରିକା ।

ଖୁବ ଶୀଘ୍ର ୟୁକ୍ରେନ ସେନାକୁ ମିଳିବ ଆମେରିକୀୟ ଡ୍ରୋନ ଆଉ ଏହି ଡ୍ରୋନ ମିଳିବା ପରେ ଋଷିଆ ଉପରେ ଭାରି ପଡିବ ୟୁକ୍ରେନ ସୈନ୍ୟ । କାରଣ ଏହି ଡ୍ରୋନ ଋଷିଆର ବୁଦ୍ଧି ହଜାଇ ଦେବ । ଏହି ଯୁଦ୍ଧ ବେଳେ ଆମେରିକା ୟୁକ୍ରେନକୁ କରିଥିବା ଏହି ସାହାର୍ଯ୍ୟକୁ ନେଇ ସାରା ବିଶ୍ଵରେ ଏବେ ଚର୍ଚ୍ଚା । ୟୁକ୍ରେନକୁ ସାହାର୍ଯ୍ୟ କରିବା ପାଇଁ ଘୋଷଣା କରିଛି ଆମେରିକା ।

ୟୁକ୍ରେନକୁ ୮୦୦ ମିଲିୟନ ଡଲାରର ଅତିରିକ୍ତ ସାହାର୍ଯ୍ୟ ପ୍ରଦାନ କରିବାକୁ ଯାଉଛି ୱ୍ହାଇଟ ହାଉସ । କାମିକାଜି ଡ୍ରୋନ ସହିତ ଆମେରିକା ୟୁକ୍ରେନକୁ ୮୦୦ ଷ୍ଟ୍ରିଙ୍ଗର, ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ୧୦୦ ଲଞ୍ଚର, ୨ କୋଟି ରାଉଣ୍ଡର ଯୁଦ୍ଧାସ୍ତ୍ର, ଗ୍ରେନେଡ ଲଞ୍ଚର ଏବଂ ମୋର୍ଟାର ରାଉଣ୍ଡ ଯୋଗାଇ ଦେବ । ୟୁକ୍ରେନକୁ ଆମେରିକା ଡ୍ରୋନ ଦେବା ପରେ ଏବେ ଚିନ୍ତାରେ ଋଷିଆ । ସୂଚନା ଅନୁସାରେ କାଲିକାଜୀ ହେଉଛି ଏକ ଜାପାନୀ ଶବ୍ଦ । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଏହା ଏକ ସ୍ଵତନ୍ତ୍ର ଆକ୍ରମଣ କାରୀ ୟୁନିଟ ସହିତ ଜଡିତ ଥିଲା ।

ଏହା ଏକ ରୋବର୍ଟିକ ବୋମା ଏହା କ୍ଷ୍ୟପଣାସ୍ତ୍ର ଓ ମାନବ ବିହୀନ ବିମାନର ମିଶ୍ରଣ । ଏହା ସହ ୟୁକ୍ରେନକୁ ସ୍ଵିଚବେଲ୍ଟ ୩୦୦ ଡ୍ରୋନ ଦିଆଯାଉଛି ଯାହା ଲୋକଙ୍କୁ ହତ୍ୟା କରିବ । ଏହା ସହ ସ୍ଵିଚବେଲ୍ଟ ୬୦୦ ମଧ୍ୟ ଦିଆ ଯାଉଛି ଯାହା ଟ୍ୟାଙ୍କ ଓ ଅନ୍ୟାନ୍ୟ ସାମରିକ ଜାନକୁ ନଷ୍ଟ କରିଦେବ । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *