Holi ରେ ଭୟଙ୍କର ଅଘଟଣ ! 6 ନାତିଙ୍କୁ ହରେଇ ଭୋ-ଭୋ ହେଇ କାନ୍ଦୁଛନ୍ତି ଜେଜେ, ଆଉ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ସାରା ଭାରତରେ ହୋଲି ପର୍ବ ବହୁତ ଧୁମଧାମରେ ପାଳନ ହୋଇଥିଲା । ତେବେ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଦେଶରେ ହୋଲି ପର୍ବ ବନ୍ଦ ଥିଲା ଯାହାଫଳରେ ଲୋକମାନେ ଗତ କାଲି ଅତି ଖୁସିର ସହ ହୋଲି ପର୍ବ ପାଳନ କରିଥିଲେ । ହେଲେ ବନ୍ଧୁଗଣ ଅନେକ ଥର ଏହି ହୋଲି ପର୍ବରେ ଅନେକ ଦୁର୍ଘଟଣା ଘଟିଥାଏ ଓ କାଲି ମଧ୍ୟ ଏକ ବଡ ଦୁର୍ଘଟଣା ଘଟି ଯାଇଛି ।

ଗତ କାଲି ହୋଲି କିଛି ଜଣଙ୍କ ପାଇଁ କାଳ ପାଲଟି ଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତେବେ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଜଣେ ବୃଦ୍ଧ ଲୋକ ଛାତି ପିଟି କାନ୍ଦୁ ଥିବାର ନଜର ଆସୁଛନ୍ତି ।

ଯେଉଁ ନାତିଙ୍କୁ ସେ କାନ୍ଧରେ ବସାଇ ବୁଲାଉ ଥିଲା ଆଉ ବୁଢା ହୋଇ ମଲା ପରେ ତାଙ୍କ କାନ୍ଧରେ ଶ୍ମଶାନ ଯିବ ବୋଲି ଭାବୁ ଥିଲା । ଆଜି ସେ ନିଜ କାନ୍ଧରେ ଭେଣ୍ଡିଆ ନାତିଙ୍କ ଶବ ନେଇ ଶ୍ମଶାନ ଯିବ । ବଂଶ ବୁଡିଗଲା କହି କାନ୍ଦୁ ଛନ୍ତି ଏହି ବୃଦ୍ଧ ଜଣକ । ବନ୍ଧୁଗଣ ପ୍ରତିଥର ପରି ଏଥର ମଧ୍ୟ ରଙ୍ଗ ଖେଳ ପରେ ନଇକୁ ଗାଧୋଇବା ପାଇଁ ଯାଇଥିଲେ ସମ୍ବିତ୍ ଜେନା, ଶୁଭମ ଜେନା, ରଶ୍ମୀ ରଞ୍ଜନ ଜେନା, କରଣ ଜେନା, କ୍ରୀଷ୍ଣା ଜେନା ଓ ବିଶ୍ଵଜିତ ଜେନା ।

ଏହି ସମସ୍ତେ ଖରସ୍ରୋତା ନଦୀର ଖର ଖର ପାଣିରେ ଗାଧୋଇବା ପାଇଁ ଯାଇଥିଲେ । ହେଲେ ସେମାନେ ଜାଣି ନଥିଲେ ଏଇଟା ହେଉଛି ସେମାନଙ୍କର ଶେଷ ଗାଧୁଆ । ପାଣିର ଗଭୀରତା ମାପି ନଥିଲେ ଆଉ ଚାହୁଁ ଚାହୁଁ ଚାଲିଗଲା ୪ଟି ଜୀବନ । ଆଉ ଏବେବି ନିଖୋଜ ଅଛନ୍ତି ଦୁଇ ଜଣ । ଭେଣ୍ଡିଆ ପୁଅଙ୍କୁ ହରାଇ ପଥର ଉପରେ ବସି ବାପା କାନ୍ଦୁଛି । ସାରା ପରିବାର ଲୋକ ଏବେ କାନ୍ଦୁ ଛନ୍ତି । ଯାଜପୁର ବଡସୁଆର ଖରସ୍ରୋତାରେ ଘଟିଥିବା ଅଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।


ନଦୀରୁ ଆଉ ଜଣଙ୍କ ମୃତ ଦେହ ଉଧାର ହୋଇଥିବା ବେଳେ ଆହୁରି ଦୁଇଜଣଙ୍କ ପତା ମିଳୁ ନାହିଁ । ନଦୀ ପାଖରେ ସେମାନଙ୍କ ଚପଲ ଓ ଡ୍ରେସ ପଡିଥିବାର ଦେଖି ପରିବାର ଲୋକ ଅଗ୍ନିସମ ବିଭାଗକୁ ଖବର ଦେବା ସହ ଆଉ ସାହି ଭାଇଙ୍କୁ ସହାୟତା ପାଇଁ ଡାକି ଥିଲେ । ଏବେ ୪ ଜଣଙ୍କ ମୃତ ଦେହ ଉଧାର ହେବା ସହ ୨ ଜଣ ନିଖୋଜ ଅଛନ୍ତି ।

Leave a Reply

Your email address will not be published. Required fields are marked *