ଏହି 3 ଜଣ ଲୋକ ଜୀବନରେ କେବେ ବି ହେଇ ପାରନ୍ତି ନାହିଁ ଧନୀ- Chanakya Niti

ମଣିଷ ନିଜ ବ୍ୟବହାର ଓ ପରିଶ୍ରମ ଦ୍ଵାରା ଆଗକୁ ବଢିଥାଏ , କିମ୍ବା ଖ୍ୟାତି ଅର୍ଜନ କରିଥାଏ। ତେଣୁ ବ୍ୟକ୍ତି କୁ ଏ କର୍ମମୟ ଜୀବନରେ କର୍ମ ଓ ପରିଶ୍ରମ କରିବା ଉଚିତ। କିନ୍ତୁ ଯେଉଁ ବ୍ୟକ୍ତି ନିଜ ଅଭ୍ୟାସକୁ ପରିବର୍ତ୍ତନ କରିପାରେ ନାହିଁ ତଥା ନିଜ କର୍ମ କୁ ହେୟଜ୍ଞାନ କରିଥାଏ, ସେହି ଭଳି ଲୋକ ଜୀବନରେ କିଛି ବି କରି ପାରନ୍ତି ନାହିଁ । ମଣିଷ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଆସିଥାଏ, ଯେଉଁ ବ୍ୟକ୍ତି ଦୃଢତା ର ସହ ଏହାର ସମ୍ମୁଖୀନ କରିଥାଏ ସେହି ବ୍ୟକ୍ତିଙ୍କୁ ଜୀବନ ସବୁ କ୍ଷେତ୍ର ସଫଳତା ମିଳିଥାଏ । ଶାସ୍ତ୍ର ଅନୁଯାଇ ଯେଉଁ ମଣିଷ କର୍ମ କୁ ନିଜ ଜୀବନର ଆଧାର କରି ଚାଲିଥାଏ ସେହି ବ୍ୟକ୍ତି ମାନଙ୍କୁ କୌଣସି ଅସୁବିଧା ର ସମ୍ମୁଖୀନ ହେବାକୁ ପଡେନାହି।

ବନ୍ଧୁଗଣ ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କୁ ତ ଜାଣିଥିବେ ,ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି କିମ୍ବା ଚନକ୍ୟ ନୀତି ସମ୍ବନ୍ଧୀୟ କିଛି ତଥ୍ୟ ସହ ଅବଗତ କରାଇବୁ। ପ୍ରାଚୀନ କାଳ ରେ ଚାଣକ୍ୟ ଙ୍କୁ ମହାନ ବିଦ୍ୱାନ ବୋଲି କୁହାଯାଏ । ଏହା ମଧ୍ୟ କୁହାଯାଏ ଯେ ଏପରି କୌଣସି ଭି ବ୍ୟକ୍ତି ଅଥବା କାର୍ଯ୍ୟ ତଥା ପରିସ୍ଥିତି ନାହିଁ ଯେଉଁଥିରେ ଚାଣକ୍ୟ ବିଜୟ ହାସଲ କରିନାହାନ୍ତି । ଇତିହାସକାର ମାନଙ୍କ ଠାରୁ ଶୁଣିବା କୁ ମିଳେ ଯେ,ପ୍ରାଚୀନ କାଳରେ ଆଚାର୍ଯ୍ୟ ଚାଣକ୍ୟ ଜଟିଳ ସମସ୍ୟାର ସମାଧାନ ବହୁତ ସହଜରେ କରିଦିଅନ୍ତି ।

ଚାଲନ୍ତୁ ଜାଣିବା ସେହି ୩ଟି ବ୍ୟକ୍ତି ଙ୍କ ବିଷୟରେ-

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତିର ସର୍ବଦା ଭୋଗ -ବିଳାସ ,କାମରେ ରୁଚି ରଖୁଥିବ। ସେମାନେ ଅନ୍ଧ ହୋଇଯାନ୍ତି। ଏହି ବ୍ୟକ୍ତି ଭୋଗ -ବିଳାସ ର ପ୍ରଭାବ ରେ ପ୍ରଭାବିତ ହୋଇ ଉଚିତ ର ମାର୍ଗ ଭୁଲିଯାନ୍ତି ଓ ଅନୁଚିତ ମାର୍ଗରେ ଚାଲିଥାନ୍ତି। ଏହି ପ୍ରକାର ର ବ୍ୟକ୍ତି ମାନଙ୍କ ପାଇଁ କୌଣସି ସଂପର୍କ ବ୍ୟର୍ଥ ଅଟେ।ଏହି ବ୍ୟକ୍ତି ଆଖିରେ ଥିବା କାମ ଓ ବାସ୍ନା ର ଭୋକ ତାକୁ ଅନୁଚିତ କାମ କରିବାକୁ ବାଧ୍ୟ କରିଥାଏ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ନିଜ ଭାବନା ଉପରେ ନିୟନ୍ତ୍ରଣ କରିପାରେନାହିଁ, ସେହି ବ୍ୟକ୍ତି ର ଅନ୍ତ ନିଶ୍ଚିନ୍ତ ଅଟେ ।

ଏଵଂ ଯେଉଁ ବ୍ୟକ୍ତି ଏମାନଙ୍କ ସହ ମିଶିଥାଏ ସେହି ବ୍ୟକ୍ତି ମଧ୍ୟ ସେହିପରି ହୋଇଥାଏ ଓ ସେଥି ପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଭୋଗ -ବିଳାସ ଠାରୁ ବ୍ୟକ୍ତି କୁ ଦୂର ରେ ରହିବା ଉଚିତ। ଏହିସବୁରେ ରୁଚି ରଖୁଥିବା ଵ୍ୟକ୍ତି କେବେବି ସଫଳ ହୋଇନଥାଏ।

ଆଚାର୍ଯ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ସଦାବେଳେ ମା -ଦକ ଦ୍ରବ୍ଯର ସେବନ କରିଥାଏ, ସେହି ବ୍ୟକ୍ତି ଟି ଆଖି ଥାଇକି ବି ଅନ୍ଧ ସହ ସମାନ ହୋଇଥାଏ । ସେହି ବ୍ୟକ୍ତି ଜାଣିପାରେ ନାହିଁ ସେ କଣ ଠିକ୍ କରୁଛି କଣ ଭୁଲ କରୁଛି। ଉଚିତ ଅନୁଚିତ ଭିତରେ ଏମାନଙ୍କୁ କୌଣସି ଅନ୍ତର ଦେଖାଯାଏ ନାହିଁ। ଏହିପରି ବ୍ୟକ୍ତି ମାନେ ଖରାପ ଅଭ୍ୟାସର ମାୟା ଜାଲ ରେ ଫସିଯାନ୍ତି । ତାଙ୍କୁ ନିଜର କୌଣସି ଚିନ୍ତା ନଥାଏ । ଏହି ପ୍ରକାର ବ୍ୟକ୍ତି ଖରାପ ଅଭ୍ୟାସରେ ପଡି ନିଜ ସହିତ ନିଜ ପରିବାର କୁ ମଧ୍ୟ ନଷ୍ଟ କରିଦେଇଥାଏ। ଏହିପରି କରୁଥିବା ବ୍ୟକ୍ତି ନିଜ ଜୀବନରେ କେବେବି ସଫଳତା ପ୍ରାପ୍ତ କରିପାରେ ନାହିଁ।

ଜଣେ ମନୁଷ୍ୟକୁ ଆବଶ୍ୟକ ଠାରୁ ଅଧିକ ଲୋଭ କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ଆବଶ୍ୟକ ଠାରୁ ଅଧିକ ଧନର ଲୋଭ କରିଥାଏ, ସେହି ଵ୍ୟକ୍ତି ଧନ ପ୍ରାପ୍ତ କରିବା ଆଶାରେ ଅନୁଚିତ କାର୍ଯ୍ୟ କରିଥାଏ,ଏଵଂ ଧୀରେ ଧୀରେ ତାକୁ ସେ କାମ ବାରମ୍ବାର କରିବାକୁ ଇଚ୍ଛା ହୁଏ । ଅନ୍ୟଲୋକ ମାନଙ୍କୁ ହଇରାଣ କରି ତାଙ୍କଠୁ ଚୋରିକରି ଧନ ଅର୍ଜନ କରିବା ତାଙ୍କୁ ଉଚିତ ଲାଗେ । ଏହିପରି ବ୍ୟକ୍ତି ଲୋଭ ରେ ବଶୀଭୂତ ହୋଇ ବିଶ୍ୱାସଘାତକତା କରିଥାଏ । ଏହିପରି ବ୍ୟକ୍ତିକୁ ସମସ୍ତେ ଏକାପରି ଦେଖାଯାନ୍ତି ।

ଧନ ଲୋଭ ରେ ସେ ଏତେ ଅନ୍ଧ ହୋଇଯାଆନ୍ତି ଯେ ସେ କୌଣସି ବି ଅନୁଚିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ପରି ଵ୍ୟକ୍ତି ମାନଙ୍କୁ ଖରାପ ସଂଗତ ଭଲ ଲାଗିଥାଏ। ଏଵଂ ଶେଷରେ ଲୋଭ ପାଇଁ ସେମାନ ଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ।ଏହି ବ୍ୟକ୍ତି ନିଜ ଜୀବନରେ କେବେ ହେଲେ ମଧ୍ୟ ସଫଳ ହୋଇନଥାନ୍ତି।ବନ୍ଧୁଗଣ ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା ସେହି ୩ଟି ଵ୍ୟକ୍ତି ଙ୍କ ବିଷୟରେ ଯିଏ ନା ନିଜେ ସଫଳ ହୋଇଥାନ୍ତି, ନା ନିଜ ଲୋକ ଙ୍କୁ ସଫଳ ହେବାକୁ ଦିଅନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *