ଚୀନର ଚାଲରେ ଫସିଗଲା ପାକିସ୍ଥାନ, କରୋନା ସମୟରେ ଇମରାନଙ୍କ ଦେଶ ବନିଗଲା ‘ଡେଡଲି ଲ୍ୟାବ’

ବର୍ତ୍ତମାନ ସମୟରେ ସମ୍ପୂର୍ଣ ଦେଶରେ କରୋନା ଆତଙ୍କ ଖେଳି ରହି ଥିବା ବେଳେ ଚୀନ ପାକିସ୍ଥାନ କୁ ନିଜ ଚକ୍ରାନ୍ତରେ ପକାଇ ଦେଇଛି । ଏମିତି ଲାଗୁଛି ଯେମିତି ପାକିସ୍ଥାନ ଚୀନ ପାଇଁ ଏକ ଖେଳନା ହୋଇ ଯାଇଛି । ସେଠାରେ ଚୀନ କରୋନା ଭ୍ୟାକ୍ସିନ ର ପରୀକ୍ଷଣ କରିବ । ଯଦି ଏହି ଟେଷ୍ଟ ରେ ସଫଳତା ମିଳିବ ତାହେଲେ ଚୀନକୁ ସାବାସି ମିଳିବ କିନ୍ତୁ ଏହା ଦ୍ଵାରା ପାକିସ୍ଥାନ ର ବହୁତ କ୍ଷତି ହୋଇପାରେ । ପାକିସ୍ଥାନ ର ଟିଭି ଚ୍ୟାନେଲ ଦେଖାଉଛି ଯେ ଚୀନ କରୋନା ଭାଇରସ ରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ଚୀନ ଏହାକୁ ନିଜ ଦେଶର ଲୋକ ମାନଙ୍କ ଉପରେ ପ୍ରୟୋଗ ନକରି ପାକିସ୍ଥାନର ଲୋକଙ୍କ ଉପରେ ପ୍ରୟୋଗ କରିବାର ଜଣା ପଡିଛି ।

ପ୍ରଥମେ ଏହି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଛି ବୋଲି ଜାଣିବା ପରେ ସମସ୍ତ ଦେଶ ଖୁସି ହୋଇ ଯାଇଥିବା ବେଳେ ଏହା ପ୍ରଥମେ ପାକିସ୍ଥାନ ଲୋକଙ୍କ ଉପରେ ପରୀକ୍ଷା କରିବା କଥାକୁ ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଯଦି ଚୀନକୁ ନିଜ ଭ୍ୟାକ୍ସିନ ଉପରେ ଯଦି ଠିକ ଭାବେ ଭରଷା ଥାନ୍ତା ତାହେଲେ ସେ ଏହାକୁ ପ୍ରଥମେ ନିଜ ଲୋକଙ୍କ ଉପରେ ପରୀକ୍ଷଣ କରିଥାନ୍ତା । ଚୀନର ଚକ୍ରାନ୍ତ ପୁଣି ଥରେ ଦୁନିଆ ସାମନାକୁ ଆସିଛି । ପାକିସ୍ଥାନ ନିଜ ଲୋକଙ୍କ ଜୀବନକୁ ବଞ୍ଚାଇବା ପାଇଁ ସେହି ଦେଶ ଉପରେ ସମ୍ପୂର୍ଣ ଭାବେ ନିର୍ଭର କରୁଛି ଯିଏ ସାରା ଦୁନିଆକୁ ମୃତ୍ୟୁ ବାଣ୍ଟିଛି ।

ସାଦିୟା ଅଫଜଲ ପାକିସ୍ଥାନ ମନ୍ତ୍ରୀଙ୍କ ସ୍ତ୍ରୀ ଟିଭି ଚ୍ୟାନେଲ ରେ କହିଛନ୍ତି ଚିଠି ଅନୁସାରେ ଏହି ସଂପୂର୍ଣ୍ଣ ଘଟଣା ରେ ପ୍ରାୟ ୩ମାସ ସମୟ ଲାଗିବ ସେତେବେଳେକୁ ଏହି ଭ୍ୟାକ୍ସନି ଚାରିଆଡେ ପ୍ରସାରିତ ହୋଇ ଯାଇଥିବ ।

ସାରା ଦୁନିଆରେ ଭ୍ୟାକ୍ସିନ ଟେଷ୍ଟକୁ ନେଇ ବହୁତ ସମୟ ନିଆଯାଉଛି । ଏହି ଭଳି ପରିସ୍ଥିତିରେ କୌଣସି ପରୀକ୍ଷଣ ପାଇଁ ଦୁନିଆର ସମସ୍ତ ସାଂସଦ ଙ୍କ ଭିତରେ ଆଲୋଚନା ହେବା ପରେ ଏହି ସବୁ ପରୀକ୍ଷଣ ର ଅନୁମତି ଦିଆଯାଇଥାଏ । କିନ୍ତୁ ଚୀନର ଏହି ଜଲ୍ଦି ନିଆଯାଇ ଥିବା ପଦକ୍ଷେପ ପାକିସ୍ଥାନର ଜନତାଙ୍କ ଜୀବନ ଉପରେ ବିପଦ ପକାଇ ପାରେ । ଏହି ପରୀକ୍ଷଣ ର ବିଫଳତା ଦ୍ଵାରା ଦେଶର କି ପ୍ରକାର ପରିସ୍ଥିତି ହେବ ତାହା ଦୁନିଆ କେବେ ବି ଭାବି ନଥିବ । ଦେଶ ବ୍ଦେସର ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *