ମଣିଷ ଦେହରେ ଟୀକାର ପରୀକ୍ଷା ହେବାକୁ ଯାଉଛି ଆଜିଠୁ

ଗତ ବର୍ଷ ଡିସେମ୍ବର ମାସରୁ ଚୀନ ର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ବରେ ତାଣ୍ଡବ ରଚୁଛି । ସାରା ବିଶ୍ବରେ ଏହି ମାହାମାରୀରେ ୨୬ ଲକ୍ଷରୁ ଉର୍ଦ୍ଧ ଲୋକ ସଙ୍କ୍ରମିତ ହୋଇ ସାରିଲେଣି ଓ ୧ ଲକ୍ଷ ୮୦ ହଜାର ରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ତାହାର କୌଣସି ଭ୍ଯାକ୍ସିନ ବାହାରି ପାରି ନାହିଁ । ଏହାର ସଂକ୍ରମଣକୁ ଅଟକାଇବା ପାଇଁ ସବୁ ଦେଶ ନିଜ ନିଜ ସ୍ତରରେ ଚେଷ୍ଟା ଚଳାଇଛନ୍ତି ।

ଏହାର ଟୀକା ବାହାର କରବା ପାଇଁ ବିଭିନ୍ନ ସଂସ୍ଥା ନିଜର ଉଦ୍ୟମ ଚଳାଇଥିବା ବେଳେ ଅକ୍ସଫୋର୍ଡ ୟୁନିଭର୍ସିଟି ର ଏକ ଟିମ ଏ ଦିଗରେ ସଫଳ ହେଉଥିବାର ନଜର ଆସୁଛି । ଅକ୍ସଫୋର୍ଡ ୟୁନିଭର୍ସିଟି ର ପ୍ରଫେସର ଆଡ୍ରିଆନ ହିଲ ଏହି ରିସର୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଖୁବ ଶୀଘ୍ର ଏହାକୁ ମନୁଷ୍ୟ ଦେହରେ ପ୍ରୟୋଗ କରାଯିବ ଓ ଏହି ପ୍ରୟୋଗ ପାଇଁ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରା ଯାଉଛି ।

ତାଙ୍କ କହିବା ଅନୁସାରେ ମନୁଷ୍ୟ ଦେହରେ ଏହି ପ୍ରୟୋଗ ସଫଳ ହେବା ପରେ ଅଳ୍ପ କେତେ ମାସ ମଧ୍ୟରେ ଏହାର ଟୀକା ପ୍ରସ୍ତୁତ କରାଯାଇ ପାରିବ । ଏଥିପାଇଁ ୫୧୦ ଜଣ ବ୍ୟକ୍ତି ନିଜ ଶରୀରରେ ପ୍ରୟୋଗ କରିବା ପାଇଁ ନିଜର ସହମତି ଦେଇଛନ୍ତି । ଆଡ୍ରିଆନ ହିଲଙ୍କ କହିବା ଅନୁସାରେ ଏହି ଟିକାକୁ ଯେଉଁ ଜ୍ଞାନ କୌଶଳରେ ତିଆରି କରାଯାଇଛି ତାହା ଅତିତରେ ସଫଳ ହୋଇଥିଲା । ତେଣୁ ଏ ଥର ମଧ୍ୟ ଏହା ସଫଳ ହେବାର ଆଶା ପ୍ରକାଶ କରା ଯାଉଛି ।

ମନୁଷ୍ୟ ଦେହରେ ଏହି ଟିକାର ସଫଳ ପ୍ରୟୋଗ ପରେ ଏହାର ୫୦ ଲକ୍ଷ ଡୋଜ ୧୫ ଦିନ ମଧ୍ୟରେ ତିଆରି କରାଯିବ । ବିଶ୍ଵର ୭ ଟି କମ୍ପାନୀର ମିଳିତ ଉଦ୍ୟମରେ ଏହି ରିସର୍ଚ କରା ଯାଇଛି ଯେଉଁଥିରେ ଭାରତର ସେରମ ଇଂଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସାମିଲ ଅଛି । ଆଶା କରା ଯାଉଛି କି ମଣିଷ ଦେହରେ ଏହାର ପରୀକ୍ଷଣ ସଫଳ ରହିବ ଓ ଖୁବ ଶୀଘ୍ର ଆମକୁ ଏହି ଭାଇରସରୁ ମୁକ୍ତି ମିଳି ପାରିବ । ଏମିତି ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *