ଜାଣନ୍ତୁ କଣ ଅଟେ କରୋନା ଭାଇରସର ରାପିଡ଼ ଆଣ୍ଟିବାଡ଼ି ଟେଷ୍ଟ, କଣ ଇଏ ସତରେ ବଦଳାଇବ ପରିସ୍ଥିତିକୁ

ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ଥା ହୋଇଛି । ଅନେକ ଦିନ ଧରି ଚାଲିଥିବା ଲକଡାଉନରୁ ବାହାରିବା ପାଇଁ ସମସ୍ତେ ଚାହିଁଲେଣି । କିନ୍ତୁ ସଂକ୍ରମଣ ର ଭୟ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ ଯାହା ଦ୍ଵାରା ଲକଡାଉନ ଖୋଲିବା ପରେ ସଂକ୍ରମଣ ଅଧିକ ବଢିପାରେ ବୋଲି କୁହାଯାଇଛି । ଏହି ପରିସ୍ଥିତିରେ ସମସ୍ତ ଦେଶ କରୋନା ଭାଇରସ ରୁ ରକ୍ଷା ପାଇବା ପାଇଁ ଆଣ୍ଟିବଡ଼ି ଟେଷ୍ଟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କିଛି ଲୋକ ଏହାକୁ ଇମ୍ୟୁନିଟି ସପୋର୍ଟ ବି କହୁଛନ୍ତି । କୁହାଯାଉଛି କି ଏହାଦ୍ୱାରା ଡକ୍ଟର ମାନଙ୍କୁ ଏହା ଜଣା ପଡିବ କି କଣ ଏବେ ବି ତାଙ୍କୁ ସଂକ୍ରମଣର ବିପଦ ଅଛି ।

ସଠିକ ତଥ୍ୟ ପାଇଁ ଅଧିକ ପରୀକ୍ଷଣର ଆବଶ୍ୟକ

ସେନ ଫ୍ରାସିସ୍କୋ ରେ ଥିବା ବିଟିଲେଟ ରିସର୍ଚ ଇନଷ୍ଟିଚ୍ୟୁଟ ର ନିର୍ଦେଶକ ମାଇକଲ ବୁରା କହିଛନ୍ତି କୀଟ ର ବିଶ୍ଵାସନିୟତା ପରୀକ୍ଷଣ ହୋଇ ନଥାଏ । ଏହା ସହିତ ବ୍ରିଟେନର କୋଭିଡ-୧୯ ଟେଷ୍ଟିଙ୍ଗ ଷ୍ଟ୍ରେଟୀଜ ନିର୍ଦେଶକ କେଥି ହାଲ ୮ ଏପ୍ରିଲ ଦିନ ସଂସଦୀୟ ସମିତିକୁ କହିଛନ୍ତି କୌଣସି ବି ଦେଶ ଆଣ୍ଟିବଡ଼ି ପରୀକ୍ଷଣ କୁ କୋଭିଡ-୧୯ ର ପରୀକ୍ଷଣ ପାଇଁ ମାନ୍ୟ କରି ନାହାଁନ୍ତି । ଅଷ୍ଟ୍ରେଲିଆନ ନେସନାଲ ୟୁନିଭର୍ସିଟି କ୍ୟାନବରା ର ଫିଜିସିୟାନ ବା ଲ୍ୟାବ ମାଇକ୍ରୋବାୟୋଲୋଜିଷ୍ଟ ପିଟର କାଲିଙ୍ଗନାନ କହିଛନ୍ତି କି କଟି ର ସଠିକ ତଥ୍ୟ ପାଇବା ପାଇଁ ପରୀକ୍ଷଣ ସେହି ଲୋକଙ୍କ ଉପରେ କରିବା ଦରକାର ଯାହାଙ୍କୁ କୋଭିଡ-୧୯ ହୋଇଥିଲା ଏବଂ ଯାହାକୁ ହୋଇ ନଥିଲା । କିନ୍ତୁ ଅଧିକାଂଶ ପରୀକ୍ଷଣ ର ଆକଳନ କିଛି ଲୋକଙ୍କ ଆଧାର ଉପରେ ହୋଇଛି କାରଣ କୀଟ କୁ ବିକଶିତ କରିବା ନିହାତି ଦରକାର  । ଏଥିପାଇଁ ପାଖରେ ଥିବା କୀଟ ଦ୍ଵାରା ପରୀକ୍ଷଣ ସଠିକ ନୁହେଁ ।

ସବୁଠାରୁ ଭଲ ପରୀକ୍ଷଣ ଦ୍ଵାରା ୯୯ପ୍ରତିଶତ ସଂବେଦନଶୀଳତା ଏବଂ ୧ ପ୍ରତିଶତ ଫଲ୍ସ ପଜିଟିଭ ବା ଫଲ୍ସ ନେଗେଟିଭ ରେଜଲ୍ଟ ଆସିବା ଦରକାର । ପାଇଟ ଅଫ କେୟାର ଟେଷ୍ଟ ଲ୍ୟାବ ଟେଷ୍ଟ ଠାରୁ କମ ବିଶ୍ଵାସନୀୟ । କାରଣ ଏଥିରେ କମ ରକ୍ତ ନମୁନା ନିଆଯାଇ ଥାଏ ଏବଂ ଏହି ପରୀକ୍ଷା ଲ୍ୟାବ ଠାରୁ କମ ନିୟନ୍ତ୍ରିତ ବାତାବରଣ ରେ ହୋଇଥାଏ ।

ଆଣ୍ଟିବଡି ଟେଷ୍ଟ କଣ ଅଟେ

ଶରୀରରେ ଭାଇରସ ପ୍ରବେଶ କରିବା ପରେ ଆମ ଶରୀରରେ ଥିବା ପ୍ରତିରୋଧକ ଶକ୍ତି ତା ସହିତ ଲଢିବା ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିଥାଏ । ଟେଷ୍ଟ କୀଟ ଦ୍ଵାରା ଶରୀରରେ ବ୍ୟାପିଥିବା ଭାଇରସ ସହିତ ଲଢିଇବା ପାଇଁ ଶରୀରରେ ଆଣ୍ଟିବଡି ଥିବାର ଅନୁମାନ ଲଗାଇ ଥାଏ ଯାହାକୁ ଆଣ୍ଟିଜେନ କୁହାଯାଏ । ସାଧାରଣ ଭାବେ ଦୁଇ ପ୍ରକାରର ପରୀକ୍ଷା ହୋଇଥାଏ ପ୍ରଥମଟି ଲ୍ୟାବ ଟେଷ୍ଟ ଏବଂ ଦିତୀୟ ଟି ପାଇଟ ଅଫ କେୟାର ଟେଷ୍ଟ । ଲ୍ୟାବ ଟେଷ୍ଟ ଦ୍ଵାରା ରିପୋର୍ଟ ଆସିବା ପାଇଁ ଗୋଟିଏ ଦିନ ସମୟ ଲାଗୁଥିବା ବେଳେ ପାଇଟ ଟେଷ୍ଟରେ ଏହା ୧୫ରୁ ୩୦ ମିନିଟ ଭିତରେ ମିଳିଯାଇ ଥାଏ । ଏହି ପାଇଟ ଟେଷ୍ଟ କୀଟ ଦ୍ଵାରା ମଣିଷ ଭିତରେ ସଂକ୍ରମଣ ଅଛି କି ନାହିଁ ଜାଣି ହୋଇଥାଏ । କିନ୍ତୁ ଏହା ଦ୍ଵାରା ଭାଇରସ ଅଛି କି ନାହିଁ ସଠିକ ଭାବରେ ଜଣା ପଡି ନଥାଏ। ତେଣୁ ଏହାକୁ ଖୁବ କମ ବ୍ୟବହାର କରାଯାଇ ଥାଏ । ସଂକ୍ରମିତ ଲୋକଙ୍କର ଚିକିତ୍ସା କରିବା ପାଇଁ ଆଣ୍ଟିବଡି ଟେଷ୍ଟ ମହତ୍ଵପୂର୍ଣ ହୋଇଥାଏ କିନ୍ତୁ ଏହାକୁ ସାବଧାନୀ ସହିତ ବ୍ୟବହାର କରିବା ଉଚିତ ।

ସଂକ୍ରମଣ ଇମ୍ୟୁନିଟି ସହ ସମାନ ନୁହେଁ

ଆଣ୍ଟିବଡି ଟେଷ୍ଟ ବିଷୟରେ ସବୁଠାରୁ ବଡ ପ୍ରଶ୍ନ ଏହା କି ସମସ୍ତ ସଂକ୍ରମିତଙ୍କ ଶରୀରରେ ନ୍ୟୁଟ୍ରିଲାଇଜିଙ୍ଗ ଆଣ୍ଟିବଡି ତିଆରି ହେଇଛି କି ନାହିଁ । ଚୀନରେ ୧୭୫ଜଣ ଲୋକଙ୍କ ଉପରେ ଏହାର ପରୀକ୍ଷା କରାଯିବା ଦ୍ଵାରା ଜଣାପଡିଲା କି କୋଭିଡ-୧୯ ସଂକ୍ରମଣ ଥିବା ୧୦ଜଣ ଲୋକଙ୍କ ଶରୀରରେ ନ୍ୟୁଟ୍ରିଲାଇଜିଙ୍ଗ ତିଆରି ହୋଇ ନାହିଁ କିନ୍ତୁ କିଛି ଲୋକଙ୍କ ଭିତରେ ଏହା ଖୁବ ମାତ୍ରାରେ ଦେଖିବାକୁ ମିଳିଛି ।

ବିଶ୍ଵାସନିୟତା ଉପରେ ପ୍ରଶ୍ନ

ଏହି ଟେଷ୍ଟ ଗୁଡିକ ବିଷୟରେ ବହୁତ ବଢାଇ ଚଢାଇ କୁହାଯାଉ ଥିବା ସମୟରେ ବୈଜ୍ଞାନିକଙ୍କ ମତ ଅନୁସାରେ ଗୋଟିଏ ଥର ସଂକ୍ରମଣ ହେବା ପରେ ଆଉ ଥରେ ସଂକ୍ରମଣର ଶିକାର ହେବ କି ନାହିଁ ତାହା ସଠିକ ଜାଣିହେବ ନାହିଁ । ବର୍ତ୍ତମାନ ସମୟରେ କରୋନା ଭାଇରସ ସଂକ୍ରମଣର ଅନୁମାନ କରିବା ପାଇଁ ଆଣ୍ଟିବଡି ଟେଷ୍ଟ କରିବା ନିହାତି ଦରକାର । ବର୍ତ୍ତମାନ ଦୁନିଆରେ ଏହି ବିଷୟରେ ବହୁତ ଲୋକ ସଠିକ ବିଷୟ ଜାଣିବା ପାଇଁ ଅଧୟନ ଜାରି ରଖିଛନ୍ତି ।

ସମୟର ମହତ୍ଵ

ସଂକ୍ରମଣ ହେବାର କିଛି ସମୟ ଭିତରେ ଯଦି ଏହାର ପରୀକ୍ଷଣ କରାଯାଏ ତେବେ ସେହି କମ ସମୟ ମଧ୍ୟରେ ଆଣ୍ଟିବଡି ପ୍ରସ୍ତୁତ ହୋଇ ପାରିନଥାଏ ଏହି ସମୟରେ କୀଟ ତାର ଠିକ ଭାବେ କାମ କରି ନଥାଏ । ବୈଜ୍ଞାନିକ ସାର୍ସ ଙ୍କ ଅନୁସାରେ କରୋନା ଭାଇରସ-୨ ପ୍ରତି ଏହା ଅନୁମାନ କରାଯାଇ ପାରି ନାହିଁ ଶରୀରର ଇମ୍ୟୁନ ସିଷ୍ଟମ କେତେ ସମୟ ପରେ କାମ କରିଥାଏ ଏବଂ କେତେ ସମୟ ପର୍ଯ୍ୟନ୍ତ ଆଣ୍ଟିବଡି ପ୍ରସ୍ତୁତ କରିଥାଏ । ଦେଶର ସମସ୍ତ ଟିକିନିକି ଖବରର ଅପଡେଟ ରଖିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *