ଚାହୁଁ ଚାହୁଁ ଆଖି ସାମ୍ନାରେ ଆକାଉଣ୍ଟରୁ ଗାୟବ ହେଇଗଲା 12 ଲକ୍ଷ ଟଙ୍କା ! ଏହି ମହିଳା ଜଣକ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଲୋକମାନେ ନିଜ ପିଲା ମାନଙ୍କ ଭବିଷ୍ୟତ ପାଇଁ ରାତି ଦିନ କଷ୍ଟ କରି ପୁଞ୍ଜି ସଞ୍ଚୟ କରି ବ୍ୟାଙ୍କରେ ରଖିଥାନ୍ତି । ବନ୍ଧୁଗଣ ଏବେ ଡିଜିଟାଲ ଦୁନିଆ ହୋଇଯାଇଛି ଅନେକ ଲୋକ ଅନଲାଇନ ଟଙ୍କା ଲେନଦେଣ କରୁଛନ୍ତି । ଅନଲାଇନ ଟ୍ରାଞ୍ଜାକ୍ସନରେ ଲୋକମାନଙ୍କ ସମୟ ବଞ୍ଚିବା ସହ ସେମାନେ ଅତି ସହଜରେ ପେମେଣ୍ଟ କରିପାରୁଛନ୍ତି । ବନ୍ଧୁଗଣ ଦୁନିଆ ଯେତେ ଡିଜିଟାଲ ହେଉଛି ସେତେ ଅଧିକ ସାଇବର କ୍ରାଇମ ମଧ୍ୟ ହେଉଛି ।

ଏମିତି ଅନେକ ଠକ ଲୋକ ଅଛନ୍ତି ଯେଉଁ ମାନେ ଇଣ୍ଟର୍ନେଟର ଦୁରୁପଯୋଗ କରି ଲୋକ ମାନଙ୍କ ଟଙ୍କା ବ୍ୟାଙ୍କରୁ ଚୋରୀ କରିଦିଅନ୍ତି । ଏହି ଠକ ଲୋକ ମାନଙ୍କୁ ଧରିବା ଅତ୍ୟନ୍ତ କଷ୍ଟକର ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏହି ପରି ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଜଣେ ମହିଳା ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କା ରଖିଥିଲେ ହେଲେ ତାଙ୍କ ବ୍ୟାଙ୍କରୁ ଟଙ୍କା କଟି ଯାଇଛି । ଏହି ମାମଲାକୁ ନେଇ ଏବେ ସବୁ ଆଡେ ଚର୍ଚା । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ମାମଲାଟି ସମ୍ବଲପୁରରେ ଘଟିଛି । 

ମହିଳା ଜଣକ ଇଣ୍ଡସଇଣ୍ଡ ବ୍ୟାଙ୍କରେ ଟଙ୍କା ରଖିଥିଲେ । ମହିଳା ଜଣକଙ୍କ ମତରେ, ସେ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କା ରଖିଥିଲେ ଯେତେବେଳେ ସେ ପଇସା ଉଠାଇବା ପାଇଁ ବ୍ୟାଙ୍କକୁ ଆସିଲେ ସେତେବେଳେ ବ୍ୟାଙ୍କ କର୍ମଚାରୀ କହିଲେ ତାଙ୍କର ଏଫଡି କଟି ଯାଇଛି । ବ୍ୟାଙ୍କ କର୍ମଚାରୀ ଟଙ୍କା କଟିବାର କାରଣ ବିଷୟରେ ଜାଣି ନାହାନ୍ତି । ଏଫଡି ଟଙ୍କା କଟିବା ପରେ ମହିଳାଙ୍କ ସେଭିଙ୍ଗ ଆକାଉଣ୍ଟରେ ଅଢେଇ ଲକ୍ଷ ଟଙ୍କା ଥିଲା । ଏହା ପରେ ବ୍ୟାଙ୍କ ବାଲାଙ୍କୁ ମହିଳା ନିବେଦନ କରିଥିଲେ ଓ ବ୍ୟାଙ୍କ ବାଲା ସାଇବର କେବକୁ ଯିବା ପାଇଁ ମହିଳାଙ୍କୁ ପରାମର୍ଶ ଦେଇଥିଲେ ।

ଏହା ପରେ ମହିଳା ସାଇବର କେବକୁ ଯାଇଥିଲେ ଓ ସେଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କର ସେହି ଅଢେଇ ଲକ୍ଷ ଟଙ୍କା କଟି ମଧ୍ୟ ଯାଇଛି । ଏହା ପରେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ କରିଥିଲେ ଓ ମ୍ୟାନେଜର କହିଥିଲେ, ଆପଣ ବ୍ୟାଙ୍କ ଆସନ୍ତୁ ଆମେ ସବୁ ବୁଝିବୁ । ଯେତେବେଳେ ମହିଳା ବ୍ୟାଙ୍କରେ ପହଞ୍ଚିଲେ ସେତେବେଳେ ମ୍ୟାନେଜର ବ୍ୟାଙ୍କରୁ ଚମ୍ପଟ ମାରିଥିଲେ ।

ଏହା ପରେ ବ୍ୟାଙ୍କ ବାଲା ଥାନାରେ ମାମଲା ରୁଜୁ କରିବା ପାଇଁ କହିଲେ ମହିଳା ଜଣକ ଥାନା ଯିବା ପରେ ଥାନା ବାଲା ସାଇବର କେବକୁ ଯିବା ପାଇଁ କହିଲେ । ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ ଫସି ଯାଇଛନ୍ତି ଓ ତାଙ୍କର ସମସ୍ତ ଟଙ୍କା କଟି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *