ଛାଡପତ୍ର ପରେ ବିବାହ ! ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

ନମସ୍କାର ବନ୍ଧୁଗଣ, ଓଡିଶାର ଦୁଇ ଜିଲ୍ଲାପାଳଙ୍କର ସରିଛି ନିର୍ବନ୍ଧ । ବର୍ତ୍ତମାନ ଖୁବ ଶୀଘ୍ର ଉଭୟ ଉଭୟଙ୍କ ଜୀବନ ସାଥି ହେବାକୁ ଯାଉଛନ୍ତି । ସମ୍ବଲପୁର ର ଜିଲ୍ଲାପାଳଙ୍କ ସହ ବଲାଙ୍ଗୀରର ଜିଲ୍ଲାପାଳନକାର ବିବାହ ହେବାକୁ ଯାଉଛି । ଛାଡପତ୍ର ପରେ ଏହା ତାଙ୍କର ଦିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ସାଜିବେ ବର ଆଉ ସମ୍ବଲପୁର ଜିଲ୍ଲାପାଳ ସାଜିବେ କନିଆ । ଦୁଇ ଜିଲ୍ଲାପାଳଙ୍କ ବିବାହ ଖବର ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ ତାଙ୍କ ବିବାହ କେବେ ହେବ, କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ବଲାଙ୍ଗୀର ର ଜିଲ୍ଲାପାଳ ହହେଉଛନ୍ତି ଚଞ୍ଚଳ ରାଣା ଆଉ ସମ୍ବଲପୁର ର ଜିଲ୍ଲାପାଳ ହେଉଛନ୍ତି ଅନନ୍ୟା ଦାସ । ଚଞ୍ଚଳ ରାଣା ଅନନ୍ୟାଙ୍କର ହାତ ସାରା ଜୀବନ ପାଇଁ  ଧରିବାକୁ ଯାଉଛନ୍ତି ବହୁତ ଶୀଘ୍ର । ପୂର୍ବତ୍ତନ କଟକ CMCର କମିଶନର ଅନନ୍ୟା ଦାସ ବେସ ଚର୍ଚ୍ଚାରରେ ଥିଲେ । ତାଙ୍କ କାର୍ଯ୍ୟ କରିବାର ତରିକା ବହୁତ ଭଲ । ତେଣୁ ସେ ସବୁଠାରୁ ପ୍ରଶଂସା ସାଉଁଟି ଥାନ୍ତି ।

ରବିବାର ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ ବାସ ଭବନରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଉଭୟ ପକ୍ଷର ପରିବାର ବର୍ଗ ଏବଂ କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ବହୁତ ଲୋକଙ୍କୁ ନେଇ ବଡ ଆଡମ୍ବରରେ ଜିଲ୍ଲାପାଳଙ୍କ ନିର୍ବନ୍ଧ ହୋଇନାହିଁ । ଶୁଣାଯାଉଛି ଏହି ତିନି ମାସ ଭିତରେ ଉଭୟଙ୍କର ବିବାହ ହେବ । ଆସାମର ଝିଅ ସମ୍ବଲପୁର ର ଜିଲ୍ଲାପାଳ ।

ସେ ଆଗରୁ ଅବଦୁଲ ଏମ ଅତରଙ୍କୁ ବିବାହ କରିଥିଲେ । ମତଭେଦ ହେତୁ ଉଭୟଙ୍କର ବିଚ୍ଛେଦ ହୋଇଥିଲା । ଖବର ଅନୁଯାୟୀ ଚଞ୍ଚଳ ରାଣା ମଧ୍ୟ ରାୟଗଡାର ଜିଲ୍ଲାପାଳଙ୍କୁ ଅଳ୍ପ ଦିନ ହେବ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ବେଶିଦିନ ଚାଲିଲା ନାହିଁ । ତେଣୁ ତାଙ୍କର ଡିର୍ଭୋସ ହୋଇଗଲା । ତେବେ ବର୍ତ୍ତମାନ ଉଭୟଙ୍କ ଛାଡପତ୍ର ପରେ ଉଭୟ ଉଭୟଙ୍କ ହାତ ଧରିବା ପାଇଁ ଯାଉଛନ୍ତି ଦୁଇ ଜିଲ୍ଲାପାଳ ।

ତାଙ୍କ ନିର୍ବନ୍ଧର ଫଟୋ ପ୍ରଥମେ ଅନନ୍ୟା ନିଜର ସୋସିଆଲ ପେଜରେ ଛାଡିଥିଲେ । ଏହାପରେ ସାମ୍ନାକୁ ଆସିଥିଲା ଉଭୟଙ୍କ ବିବାହ ଏବଂ ସମ୍ପର୍କ କଥା । ବହୁତ ସରଳ ଭାବରେ ସାରିଥିବା ନିର୍ବନ୍ଧ ପରେ ଲ୍ଲୋକଙ୍କ ଅପେକ୍ଷା ରହିଛି ତାଙ୍କ ବିବାହ କିଭଳି ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *