ଚା ଦୋକାନୀ ଥିଲେ ଏବେ କଲେକ୍ଟର ହେବେ ! ବହୁତ ପ୍ରେରଣାଦାୟୀ ଅଟେ ଯୁବକଙ୍କ ସଂଘର୍ଷମୟ ଜୀବନ କାହାଣୀ !

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ଅନେକ ଲୋକ ନିଜ ଜୀବନର କଷ୍ଟରେ ସଫଳତା ହାସଲ କରିଥାନ୍ତି ତ ଅନେକ ଲୋକ ଅନେକ କଷ୍ଟ କରି ମଧ୍ୟ ନିଜ ଲକ୍ଷ୍ୟପଥ ହାସଲ କରିପାରନ୍ତି ନାହିଁ । ଆମ ଭାରତରେ ଆଇଏସ ଚାକିରି ହେଉଛି ଏକ ଉଚ୍ଚ ପଦବୀର ଚାକିରି ଏହି ଚାକିରି ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

ରାତି ଦିନ ଅକ୍ଲାନ୍ତ କଷ୍ଟ କରିବା ପାଇଁ ଏହି ଚାକିରି ମିଳିଥାଏ । ଏହି ଚାକିରି ପାଇଁ ଭାରତରେ କେତୋଟି କୋଚିଙ୍ଗ ସେଣ୍ଟର ଖୋଲିଛି ତାହା ଗଣିବା ଅତ୍ୟନ୍ତ କଷ୍ଟକର । ଅନେକ ଲୋକ କୋଚିଙ୍ଗ ସେଣ୍ଟର ଯାଇ ଆଇଏସ ଅଫିସର ହୋଇଥାନ୍ତି ହେଲେ ବିନା କୋଚିଙ୍ଗ ସେଣ୍ଟରରେ ବି ଆଇଏସ ଅଫିସର ହେବା ସମ୍ଭବ । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ କାରଣ ଏହାକୁ ସତ ପ୍ରମାଣିତ କରି ଦେଖାଇ ଛନ୍ତି ଜଣେ ଚାହା ବିକାଳି ।

ଅନେକ ଥର ଦେଖା ଯାଇଛି ପିଲା ପରିସ୍ଥିତିରେ ପଡି ଚାକିରି କରିପାରନ୍ତି ନାହିଁ କିନ୍ତୁ ଉତ୍ତର ପ୍ରଦେଶ ପରେଲରେ ରହୁଥିବା ହିମାଂଶୁ ଗୁପ୍ତା କିଛି ଏପରି କରି ଦେଖାଇ ଛନ୍ତି ଯାହା ପାଇଁ ପୁରା ଦେଶ ତାଙ୍କର ପ୍ରଶଂସା କରୁଛନ୍ତି । ପାଠ ପଢିବା ପାଇଁ ଅର୍ଥ ବାଧକ ସାଜି ଥିଲା ସତ ହେଲେ ସେ ହାର ମାନି ନଥିଲେ । ଆଇଏସ ଅଫିସର ପାଇଁ କୋଚିଙ୍ଗ ନେବା ବେଳେ ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ବେଳେ ହିମାଂଶୁ କୋଚିଙ୍ଗ ନେଇ ପାରି ନଥିଲେ ।


ତେବେ ନିଜର ସ୍ଵପ୍ନ ପୂରଣ କରିବା ପାଇଁ ସେ ଚାହା ଦୋକାନୀ ହେବାକୁ ତିଳେ ମାତ୍ର ଲାଜ କରିନଥିଲେ । ନିକଟସ୍ଥ ମାର୍କେଟରେ ସେ ସବୁ ଦିନ ଚାହା ବିକ୍ରି କରି ନିଜ ପରିବାର ଚଲାଉ ଥିଲେ ଓ କିଛି ସମୟ ବାହାର କରି ପାଠ ମଧ୍ୟ ପଢୁଥିଲେ । ହିମାଂଶୁଙ୍କ କହିବା ମୁତାବକ, ପ୍ରତ୍ୟକ ଦିନ ସକାଳ ୫ଟାରେ ସେ ଦୋକାନ ଖୋଲୁ ଥିଲେ ଓ ରାତି ୧୧ଟାରେ ଦୋକାନ ବନ୍ଦ କରୁଥିଲେ । ସେ ସବୁଦିନ ଖବର କାଗଜ ପଢିବାକୁ ଭୁଲି ନଥାନ୍ତି ।

ତାଙ୍କ ଆଇଏସ ହେବା ପଛରେ ଖବର କାଗଜର ଏକ ବଡ ଭୂମିକା ଥିବା ସେ ଉଲ୍ଲେଖ କରିଛନ୍ତି । କୋଚିଙ୍ଗ ନେଇ ପାରି ନଥିବାରୁ ସେ ପରୀକ୍ଷାରେ ଦୁଇ ଥର ଉତିନ୍ନ ହୋଇପାରି ନଥିଲେ ହେଲେ ସେ ହାର ମାନି ନଥିଲେ ତୃତୀୟ ଚେଷ୍ଟାରେ ସେ ଆଇଏସ ହୋଇଗଲେ । ଇଛା ଶକ୍ତି ଥିଲେ ମଣିଷ ସମସ୍ତ ସଫଳତା ହାସଲ କରିପାରିବ ବୋଲି କହିଛନ୍ତି ହିମାଂଶୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହିମାଂଶୁଙ୍କ ସଂଘର୍ଷ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *