ନିଜ ସୁନ୍ଦରତାକୁ ପଛରେ ପକାଇ ଲାଣ୍ଡି ହେଇ ଯାଇଥିଲେ Bollywood ର ଏହି 5 Actress, 3 ନଂ Actress ଙ୍କ ନାଁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଝିଅ ମାନଙ୍କ ସୁନ୍ଦରତା ପାଇଁ ତାଙ୍କ କେଶ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ପୁଅ ମାନଙ୍କ ପାଇଁ ନଣ୍ଡା ହେବା ବହୁତ ସାଧାରଣ ହୋଇଥାଏ ହେଲେ ଝିଅ ମାନଙ୍କ ପାଇଁ ନାଣ୍ଡି ହେବା ବହୁତ ବଡ କଥା ଅଟେ । କୌଣସି ଝିଅ କେବେବି ନାଣ୍ଡି ହେବା ପାଇଁ ଚାହିଁ ନଥାଏ । ହେଲେ ଝିଅ ମାନେ ନାଣ୍ଡି ହେବା ବହୁତ ଦୁର୍ଲଭ ଅଟେ । ନାଣ୍ଡି ହେବା ଦ୍ଵାରା ଝିଅ ମାନଙ୍କ ଲୁକ୍ ସଂପୂର୍ଣ୍ଣ ବଦଳି ଯାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଫିଲ୍ମ ପାଇଁ ନାଣ୍ଡି ହୋଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ । ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା । ଅନୁସ୍କା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

‘ଏ ଦିଲ ହେ ମୁସ୍କିଲ’ ଫିଲ୍ମରେ ଅନୁସ୍କା ନାଣ୍ଡି ଲୁକ୍ ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ଏକ କ୍ୟାନ୍ସର ପୀଡ଼ିତା ମହିଳାର ଭୂମିକା ପଦର୍ଶନ କରିଥିଲେ । ଅନୁସ୍କାଙ୍କ ଏହି ଲୁକ୍ କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଉଭୟ ବଲିଉଡ ଓ ହଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ପ୍ରିୟଙ୍କାଙ୍କ ସୁନ୍ଦରତା ତ ଆପଣ ମାନେ ନିଶ୍ଚୟ ଦେଖିଥିବେ ହେଲେ ବନ୍ଧୁଗଣ ୨୦୧୪ ମସିହାରେ ଆସିଥିବା ଫିଲ୍ମ ‘ମେରି କମ’ରେ ପ୍ରିୟଙ୍କାଙ୍କ ନାଣ୍ଡି ଲୁକ୍ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ପ୍ରିୟଙ୍କା ବହୁତ ସୁନ୍ଦର ଅଭିନୟ କରିଥିଲେ ଓ ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ବେସ ପସନ୍ଦ କରିଥିଲେ ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ଶିଲ୍ପା ସବୁବେଳେ ଚର୍ଚାରେ ରୁହନ୍ତି । ଶିଲ୍ପା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ‘ଦି ଡିଜାୟର’ ଫିଲ୍ମରେ ଶିଲ୍ପା ନାଣ୍ଡି ହୋଇଯାଇଥିଲେ । ଏହି ଫିଲ୍ମର ସୁଟିଙ୍ଗ ଶେଷ ହେବା ପରେ ସେ ୱିଗ ଲଗାଉଥିଲେ ହେଲେ ପରେ ତାଙ୍କ କେଶ ଉଠିଯାଇଥିଲା ।

ତନଭି ଆଜମି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ତନଭି ଆଜମି । ତନାଭି ଆଜମି ଜଣେ ସିନିୟର କଳାକାର ଅଟନ୍ତି ସେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବଲିଉଡ ସୁପର ହିଟ ଫିଲ୍ମ ‘ବାଜିରାଓ ମାସ୍ତାନି’ରେ ତନଭି ରଣବିର ସିଂହଙ୍କ ମା ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ତନଭି ନାଣ୍ଡି ହୋଇଯାଇଥିଲେ । ହେଲେ ତନଭିଙ୍କ ଅଭିନୟକୁ ସମସ୍ତ ଲୋକ ବେସ ପସନ୍ଦ କରିଥିଲେ ।

Leave a Reply

Your email address will not be published. Required fields are marked *