ନିମୋନିଆ କାରଣରୁ ହୋଇଥିବା କଫ ଘିଅ ଭଳି ତରଳି ବହାରିଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ ଛୋଟ ପିଲା ମାନଙ୍କୁ ନିମୋନିଆ ପରି ସମସ୍ୟା ଭୋଗିବାକୁ ପଡିଥାଏ । ସାଧାରଣତଃ ଯଦି ଛୋଟ ପିଲା ମାନଙ୍କୁ ନିମୋନିଆ ହୁଏ ତା ହେଲେ ସେମାନଙ୍କ ଅବସ୍ତା ଗମ୍ଭୀର ହୋଇଯାଇଥାଏ । ନିମୋନିଆ କାରଣରୁ ବର୍ଷକୁ ହଜାର ହଜାର ଛୁଆ ମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ରୋଗ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କୁ ହୋଇଥାଏ । ଏହି ରୋଗରେ ଫୁସଫୁସରେ ପାଣି ଭରିଯାଇଥାଏ ।

ଏହାର ଲକ୍ଷଣ ଜାଣିବା ପରେ ଯଦି ଆପଣ ମାନେ ଏହାର ଚିକିତ୍ସା କରିବେ ନାହିଁ ତେବେ ଏହା ଆପଣ ମାନଙ୍କ ପାଇଁ କେତେକ ସମସ୍ୟା ଆଣିପାରେ । ଯଦି ବନ୍ଧୁଗଣ ନିମୋନିଆ କାରଣରୁ ଆପଣଙ୍କ ଛାତିରେ କଫ ଯମୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜ କଫକୁ ସଂପୂର୍ଣ୍ଣ ବାହାର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ବହୁତ ସହଜରେ ଏହି ଉପଚାର କରିପାରିବେ । ଏହି ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ଜିନିଷ ଦରକାର ଅରଖ ପତ୍ର । ସାଧାରଣତଃ ଅରଖ ପତ୍ର ଆପଣ ମାନଙ୍କୁ ଯେକୌଣସି ସ୍ଥାନରୁ ମିଳିଯିବ । ଏହା ଆମର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ହେଲେ ଏହାର କ୍ଷୀର ଠାରୁ ଆପଣ ସତର୍କ ରଖିବା ଉଚିତ ।

ଏହି ଉପଚାର ପାଇଁ ଆପଣ ଗୋଟିଏ ଅରଖ ପତ୍ର ନିଅନ୍ତୁ ଓ ତାକୁ ପାଣିରେ ଧୋଇ ଭଲ ଭାବରେ ସଫା କରିଦିଅନ୍ତୁ । ଏହା ପରେ ଆପଣ ସେହି ଅରଖ ପତ୍ରରେ ଗୋଟେ ଚାମଚ ଦେଶୀ ଗୁଆ ଘିଅ ନିଅନ୍ତୁ । ଗୁଆ ଘିଅକୁ ଆପଣ ମାନେ ଅରଖ ପତ୍ରରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହା ପରେ ଆପଣ ସେହି ପତ୍ରକୁ ନିଜ ଛାତି ଉପରେ ରଖନ୍ତୁ । ବନ୍ଧୁଗଣ ଏହି ପ୍ରୟୋଗ ଆପଣ ମାନେ ମାତ୍ର ଦୁଇ ରୁ ତିନି ଦିନ କରି ଦେଖନ୍ତୁ ଆପଣଙ୍କୁ ଏହାର ଭଲ ରେସଲ୍ଟ ନିଶ୍ଚୟ ମିଳିବ । ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ଶୀଘ୍ର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *