ଏତେ ଦିନ ପରେ କ୍ୟାମେରା ସାମ୍ନାକୁ ଆସିଲେ ଟୁଙ୍ଗୁରୁ ଭୋଳ, କହିଲେ ‘ମୁଁ ତାକୁ ସିନ୍ଦୁର ଦେଇନି କି ଶାରୀରିକ ସମ୍ପର୍କ ରଖିନି ସେ ମୋତେ 300ଟଙ୍କା ଭଡା ଦିଏ ମୁଁ ତାକୁ…’ ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ ଟୁଙ୍ଗୁରୁ ଭୋଳ ବହୁତ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ନାମ ଯେମିତି କାମ ବି ସେମିତି । ଭରତପୁର ଥାନାରେ ଜଣେ ବିବାହିତା ମହିଳା ଟୁଙ୍ଗୁରୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଉ ଟୁଙ୍ଗୁରୁଙ୍କ ସହ ସେ ବିବାହ କରିବା ପାଇଁ ଜିଦ ଧରିଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି ।

ଟୁଙ୍ଗୁରୁଙ୍କ କହିବା ମୁତାବକ-‘କରୋନା କାଳରେ ଏମ୍ସ ମେଡିକାଲରେ ପ୍ରଥମ ଥର ପାଇଁ ତାଙ୍କ ସହ ଦେଖା ହୋଇଥିଲା । ମୁଁ ଅଟୋ ଚଳାଇବା ବେଳେ ସେ ଭଡା ମାଗି ଥିଲେ ଆଉ ମୋ ଫୋନ ନମ୍ବର ବି ନେଇଥିଲେ । ସେ ଫୋନ କରି ଅଟୋ ଭଡା କରନ୍ତି । ବାସ ସେତିକି ହେଇଛି ଆଉ କିଛି ବି ନୁହେଁ । ସେ ଅଟୋ ଭଡା କରି ମୋର ଫଟୋ ନେଇ ମୋତେ ବ୍ଲାକମେଲ କରୁଛନ୍ତି ।

ସେ କହିଲା ସେଲଫି ନୁହେଁ ଏ ସବୁ ମଜାକରେ ନଉଛି ଆଉ କିଛି ନୁହେଁ । ସେ କହୁଛି ମୁଁ ତାକୁ ମନ୍ଦିର ନେଇ ସିନ୍ଦୁର ପିନ୍ଧେଇଛି । ମୁଁ ନା ତାକୁ ସିନ୍ଦୁର ପିନ୍ଧେଇ ତାକୁ ବାହା ହେଇଛି ନା ତାର ମୋର ଶାରୀରିକ ସମ୍ପର୍କ ଅଛି । ଖାଲି ଅଟୋ ଭଡା ନେଇ ସେଲଫି ନେଇ ମୋ ନାଁ ଖରାପ କରୁଛି । ମୋତେ ସେ ଭଡା ଦିଏ ବୁଲାଏ ।

ସେ ବାହାର ଲୋକଙ୍କ କଥାରେ ଏମିତି କରୁଛି ଆଉ ମୋ ବାପାର ନାଁକୁ ବଦନାମ କରିବା ପାଇଁ ସେ ଏମିତି କରୁଛି । ସେ ମୋତେ ବ୍ଲାକମେଲ କରିବା ପରେ ମୁଁ ସବୁ କଥା ଘରେ କହିଲି । ସେ ମୋତେ ବହୁତ ହଇରାଣ କରିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଟୁଙ୍ଗୁରୁ ଭୋଳ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *