ଆଜି ଦ୍ରୌପଦୀ ଙ୍କ ଗାଁ ରେ ବିଜୁଳି ନାହିଁ… ଖୁସିରେ ଉପରବେଡ଼ା ଗାଁ ଆଜି ଖିଲିଖିଲି ହସୁଛି ସତ, କିନ୍ତୁ ରାତି ହେଲେ ପୁଣି କାନ୍ଦିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଯାଏଁ ଭାବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଗାଁ ରେ ବିଜୁଳି ନାହିଁ । ଯେଉଁ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ଭାବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗାଁ ରେ ଆଜି ଖୁସିର ମାହୋଲ ସମସ୍ତଙ୍କ ମୁହଁରେ ଆଜି ହସ । ମନରେ ଅସରନ୍ତି ଗର୍ବ ଏହି ଗାଁ ଆଜି ଦିନବେଳା ଖିଲି ଖିଲି ହୋଇ ହସୁଛି ସତ ମାତ୍ର ରାତି ହେଲେ କାନ୍ଦିବ । କହିବ ଯେ ମୋ ଝିଅ ଆଜି ରାଷ୍ଟ୍ରପତି ହେବାକୁ ଯାଉଅଛି ଅଥଚ ମୁଁ କିଟି କିଟି ଅନ୍ଧାରରେ ବଞ୍ଚୁଛି ।

ଝିଅ ରାଷ୍ଟ୍ରପତି ହେବା ପରେ ବୋଧ ହୁଏ ମତେ ମୋର ହକ ମିଳିବ ଏବଂ ଏଥିରେ ବଢୁଥିବା ମଣିଷ ରାତିର ଆଲୁଅ ଦେଖିବ । ସତରେ ଭାବୀ ରାଷ୍ଟ୍ରପତି ଙ୍କ ଗ୍ରାମ କୁ ଏଯାଏଁ ପହଞ୍ଚି ପାରିନାହିଁ ବିଜୁଳି । ୨୦ ବର୍ଷ ହେବ ସଂଘର୍ଷ ଜାରି ରହିଅଛି କିନ୍ତୁ ପ୍ରତିଶୃତି ଛଡା ହାତକୁ ଆଉ କିଛି ଆସୁନାହିଁ । ଯେଉଁଠି ଭାବୀ ରାଷ୍ଟ୍ରପତି ଙ୍କ ଗ୍ରାମ କୁ ବିଜୁଳି ପହଞ୍ଚିପାରୁନି ସେଠାରେ ବିକାଶ ଏବଂ ଉନ୍ନତି ର କଥା ପ୍ରହସନ ମାତ୍ର ।

ଏହି ଗ୍ରାମ ର ଲୋକେ ବର୍ତ୍ତମାନ ଆଶା କରିଛନ୍ତି ଯେ ଯଦି ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବେ ତେବେ ସେ ନିଜ ଗ୍ରାମରେ ବିଜୁଳି ର ଉପାୟ କରିବେ ଏବଂ ଗ୍ରାମବାସୀ ମାନେ ବିଜୁଳିବତୀ ଟିକିଏ ଦେଖିପାରିବେ । ଏହି ଗ୍ରାମରେ ଅଧିକାଂଶ ସଦସ୍ୟ ଆଦିବାସୀ ହୋଇଥିବାରୁ ସେମାନେ ଅତ୍ୟନ୍ତ ନିରୀହ ଅଟନ୍ତି । ଦେଶ ଦୁନିଆ ତାଙ୍କୁ ଜଣା ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।

ତଥାପି ସବୁକୁ ବାଦଦେଇ ନିଜ ଗ୍ରାମ ର ଝିଅ ଦ୍ରୌପଦୀ ମୁର୍ମୁ ଙ୍କ ସହାୟତା କୁ ସମସ୍ତେ ଚାହିଁ ବସିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ଏ ପର୍ଯ୍ୟନ୍ତ ଏହି ଗ୍ରାମ କୁ ବିଜୁଳି ସଂଚାର ହୋଇନାହିଁ କାହିଁକି ? ଦୀର୍ଘ ଦିନ ହେବ ଆଜିଭଳି ଦିନରେ ଗ୍ରାମବାସୀ ଖରା, ବର୍ଷା, ଶୀତ ରେ ମଧ୍ୟ ଅନ୍ଧାରରେ ନିଜ ପରିବାର ତଥା ପିଲାଛୁଆ ଙ୍କ ସହିତ ରହିଆସୁଛନ୍ତି ।

ତେବେ ଦିନରେ ଯାହା ଯେମିତି ଏହି ଗ୍ରାମର ପିଲା ପାଠ ପଢୁଥିବେ ମାତ୍ର ସନ୍ଧ୍ୟାହେଲେ ଡିବିରି ଆଲୁଅରେ କେତେ ଆଖି କୁ କଷ୍ଟ ଦେଇ ପାଠ ପଢିବେ ? ତେବେ ସରକାର ଙ୍କର ନିଶ୍ଚିତ ଭାବରେ ଏହିଭଳି ବିଜୁଳି ବିହୀନ ଗ୍ରାମ କୁ ସୁବିଧା ଯୋଗାଇବା କଥା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *