Calcium ର ଅଭାବ, ଆଣ୍ଠୁ ଗଣ୍ଠି ଦରଜ ହେଉଥିଲେ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 5 ଟି ଜିନିଷ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ତେଲ ମସଲା ଜାତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଛନ୍ତି । ତେଣୁ ଲୋକ ମାନଙ୍କର ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ସେମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ହେଉଛି । ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କୁ ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା ଓ ଶରୀରରେ କ୍ୟାଲସିୟମର ଅଭାବ ଆଦି ଅନେକ ସମସ୍ୟା ହେଉଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ପାଞ୍ଚଟି ମଞ୍ଜି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ଆପଣ ଆଜୀବନ ନିରୋଗ ରହିବେ ଓ ଆପଣଙ୍କୁ କୌଣସି ସମସ୍ୟା ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମଞ୍ଜି ଗୁଡିକ ବିଷୟରେ ।

ବନ୍ଧୁଗଣ ସାଧାରଣତଃ ଶରୀରରେ କ୍ୟାଲସିୟମର ଅଭାବ ହୋଇଗଲେ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ । ସେହି ସବୁ ରୋଗ ଗୁଡିକ ହେଲା ଆଣ୍ଠୁ ଗଣ୍ଠି ସମସ୍ୟା, ଚେହେରା ଜନିତ ସମସ୍ୟା, ଆଖି ଜନିତ ସମସ୍ୟା, ଦୁର୍ବଳତା ଓ କ୍ଳାନ୍ତପଣ ଆଦି ଅନେକ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ସବୁଦିନ ଏହି ପାଞ୍ଚଟି ମଞ୍ଜିର ସେବନ କରିବେ ତା ହେଲେ ଆପଣଙ୍କ ଶରୀରରେ କେବେହେଲେ କ୍ୟାଲସିୟମର ଅଭାବ ହେବ ନାହିଁ ।

ଆଲସୀ- ବନ୍ଧୁଗଣ ଆଲସୀରେ ବହୁତ ମାତ୍ରାରେ ଅମେଗା 3 ଫେଟି ଏସିଡ ଓ କ୍ୟାଲସିୟମ ରହିଥାଏ । ବନ୍ଧୁଗଣ ଆପଣ ମାନେ ଖରା ଦିନରେ ଏକ ଚାମଚ ଆଲସୀକୁ ରାତିରେ ପାଣି ଦ୍ଵାରା ଭିଜେଇ ଦିଅନ୍ତୁ । ଆପଣ ଏହି ମଞ୍ଜିକୁ ସଖାଳ ସମୟରେ ସେବନ କରନ୍ତୁ । ଆପଣ ଚାହିଁଲେ ଆଲସୀକୁ ପେଶି ଦହିରେ ମିଶାଇ ଏହାର ସେବନ କରିପାରିବେ । ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିଦେବ ।

ଧଳା ରାଶି- ବନ୍ଧୁଗଣ ଧଳା ରାଶିରେ ପ୍ରଚୁର ମାତ୍ରାରେ ଜିଙ୍କ, କପର ଓ କ୍ୟାଲସିୟମ ରହିଥାଏ । ଆପଣ ମାନେ ଏକ ଚାମଚ ଧଳା ରାଶି ଦାନାକୁ ରାତିରେ ଭିଜେଇ ଦିଅନ୍ତୁ ଓ ସଖାଳ ସମୟରେ ଏହାର ସେବନ କରନ୍ତୁ । ଆପଣ ଚାହିଁଲେ ଏହାକୁ ଦହିରେ ମିଶାଇ ସେବନ କରିପାରିବେ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ସୁରଜମୁଖୀ ବୀଜ- ବନ୍ଧୁଗଣ ସୁରଜମୁଖୀ ବୀଜରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, କପର ଓ ମ୍ୟାଗ୍ନେସିୟମ ରହିଥାଏ । ଆପଣ ମାନେ ରାତିରେ ଦୁଇ ଚାମଚ ସୁରଜମୁଖୀ ବୀଜକୁ ଭିଜେଇ ଦିଅନ୍ତୁ ଓ ସଖାଳ ସମୟରେ ଏହାର ସେବନ କରନ୍ତୁ । ଏହା ଆମର ମାଂସପେଶୀକୁ ମଝବୁତ କରିବା ସହିତ ଆମ ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ ।


ବାଦାମ- ବନ୍ଧୁଗଣ ବାଦାମରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ଫାଇବର ଓ ଭିଟାମିନ୍ସ ଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ । ବନ୍ଧୁଗଣ ଆପଣ ମାନେ ରାତିରେ ୭ ରୁ ୮ଟି ବାଦାମ ପାଣିରେ ଭିଜେଇ ଦିଅନ୍ତୁ ଓ ସଖାଳ ସମୟରେ ଏହାକୁ ଚୋବାଇ ସେବନ କରନ୍ତୁ ।

ଧଳା ବିନ୍ସ- ବନ୍ଧୁଗଣ ଧଳା ବିନ୍ସରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଓ କ୍ୟାଲସିୟମ ରହିଥାଏ । ଆପଣ ମାନେ ଏହାକୁ ସଲାଦରେ ମିଶାଇ ଏହାର ସେବନ କରିପାରିବେ । ଏହା ଆମ ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିଦେବ ଓ ଆମ ଶରୀରକୁ ସୁସ୍ଥ ରଖିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *