ଏହି 4 ଜଣ ଫେମସ ଷ୍ଟାରଙ୍କୁ ବହୁତ ହିଁ ଘୃଣା କରନ୍ତି Salman Khan, ନମ୍ବର 4 ଇଣ୍ଡିଆର ସବୁଠୁ ବଡ ସିଙ୍ଗର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆ ରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ । ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ହେଉଛନ୍ତି ସଳମାନ ଖାନ । ଆପଣ ମାନେ ସମସ୍ତେ ସଲମାନ ଖାନଙ୍କ ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସଲମାନ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ସଲମାନ କିଛି କଳାକାର ମାନଙ୍କୁ ବହୁତ ସମ୍ମାନ ଦିଅନ୍ତି । ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ସଲମାନଙ୍କ କ୍ରୋଧର ସାମ୍ନା କରିଛନ୍ତି । ଏହି କଳାକାର ମାନଙ୍କୁ ସଲମାନ ଘୃଣା କରନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଅର୍ଜୁନ କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର । ଗୋଟେ ସମୟ ଏପରି ଥିଲା ଯେବେ ସଲମାନ ଅର୍ଜୁନଙ୍କୁ ନିଜ ସାନ ଭାଇ ମାନୁଥିଲେ । ସେହି ସମୟରେ ସଲମାନ ଅର୍ଜୁନଙ୍କ ବଡି ବିଲଡିଙ୍ଗ ଓ ଆକଟିଙ୍ଗ ମଧ୍ୟ ଶିଖାଇଥିଲେ । ହେଲେ ବର୍ତ୍ତମାନ ସଲମାନ ଅର୍ଜୁନଙ୍କୁ ଘୃଣା କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛନ୍ତି ସଲମାନ ଖାନଙ୍କର ଭାଉଜ ମଲାଇକା ଅରୋରା । ମଲାଇକା ସଲମାନଙ୍କ ଭାଇ ଅରବାଜଙ୍କୁ ତଲାକ ଦେଇ ବର୍ତ୍ତମାନ ଅର୍ଜୁନଙ୍କ ସହ ରିଲେସନରେ ରହିଛନ୍ତି ।

ସରୋଜ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ କୋରିଓ ଗ୍ରାଫର ସରୋଜ ଖାନ । ଗୋଟେ ସମୟରେ ସଲମାନ ଓ ଆମିର ଫିଲ୍ମ ‘ଅନ୍ଦାଜ ଅପ୍ନା ଅପ୍ନା’ର ସୁଟିଙ୍ଗରେ ବ୍ୟସ୍ତ ଥିଲେ । ଏହି ଫିଲ୍ମର ଗୋଟେ ଗୀତ ପାଇଁ ସରୋଜ ଖାନଙ୍କୁ ଡକା ଯାଇଥିଲା । ସେହି ଗୀତରେ ସରୋଜ ଆମିରଙ୍କୁ ଅଧିକ ଡ୍ୟାନ୍ସ ସ୍ଟେପ ଶିଖାଇଥିଲେ ଓ ସଲମାନଙ୍କୁ କମ ଗୁରୁତ୍ଵ ଦେଇଥିଲେ । ସେହି ଦିନ ଠାରୁ ସଲମାନ ସରୋଜଙ୍କୁ ଘୃଣା କରନ୍ତି ଓ ଏହି ଫିଲ୍ମ ପରେ ସେ ଅନ୍ୟ କୌଣସି ଫିଲ୍ମରେ ସରୋଜଙ୍କ ସହ କାମ କରିନାହାନ୍ତି ।

ସଞ୍ଜୟ ଲିଲା ଭଂଶାଳୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଫିଲ୍ମ ମେକର ସଞ୍ଜୟ ଲିଲା ଭଂଶାଳୀ । ଗୋଟେ ସମୟରେ ସଞ୍ଜୟ ସଲମାନଙ୍କୁ ନେଇ ‘ହମ ଦିଲ ଦେ ଚୁକେ ହେଁ ସନମ’ ଓ ‘ଖାମୋସି’ ଆଦି ଫିଲ୍ମ କରିଥିଲେ । ହେଲେ ସଞ୍ଜୟ ସଲମାନଙ୍କୁ ଛାଡି ଶାହରୁଖଙ୍କ ସହ ଫିଲ୍ମ କରିବାକୁ ଲାଗିଲେ । ସେଥିପାଇଁ ସଲମାନ ସଞ୍ଜୟଙ୍କୁ ଆଜି ପର୍ଯ୍ୟନ୍ତ ଘୃଣା କରନ୍ତି ।

ଅରିଜିତ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଗାୟକ ଅରିଜିତି ସିଂହ । ଗୋଟେ ଆୱାର୍ଡ ଫଙ୍କସନରେ ସଲମାନ ଅରିଜିତିଙ୍କର ମଜାକ ଉଡାଇଥିଲେ । ସଲମାନ କହିଥିଲେ, ଯେତେବେଳେ ସେ ଡ୍ୟାନ୍ସ କରୁଥିଲେ ସେତେବେଳେ କଣ ଅରିଜିତି ସୋଇପଡିଥିଲେ । ଏହାର ଉତ୍ତରରେ ଅରିଜିତି କହିଥିଲେ, ସେ ସଲମାନଙ୍କ ଖରାପ ଆଙ୍କରିଙ୍ଗକୁ ଦେଖି ସୋଇପଡିଥିଲେ । ଏହି ଦୁଇଜଣଙ୍କର ବିବାଦ ବହୁତ ଦିନ ଧରି ଲାଗିରହିଥିଲା ଓ ଅରିଜିତି ସଲମାନଙ୍କୁ କ୍ଷମା ମଧ୍ୟ ମାଗିଥିଲେ ହେଲେ ସଲମାନ ଆଜି ପର୍ଯ୍ୟନ୍ତ ଅରିଜିତଙ୍କୁ କ୍ଷମା କରି ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *