Vastu Shastra- ରୋଷେଇ ଘରେ ଏହି 3 ଟି କାମ କଲେ ସେହିଦିନ ଦିନ ହେଇଯିବେ ଭିକାରି, ମାତା ଅନ୍ନପୂର୍ଣ୍ଣା ହୁଅନ୍ତି କ୍ରୋଧିତ

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ ବୋଲି କୁହାଯାଇଛି । ରୋଷେଇ ଘର ଉପରେ ଘରର ସୁଖ ସମୃଦ୍ଧି ନିର୍ଭର ରହିଥାଏ । ଏହା ସହିତ ରୋଷେଇ ଘରେ ମା ଅର୍ନପୂର୍ଣ୍ଣାଙ୍କ ବାସ ରହିଥାଏ । ବନ୍ଧୁଗଣ ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ରୋଷେଇ ଘର ସହ ଜଡିତ କିଛି ନୀତିନିୟମ ବିଷୟରେ କହିଛନ୍ତି ଯାହାକୁ ସମସ୍ତ ମଣିଷ ମାନିବା ନିହାତି ଆବଶ୍ୟକ । ଯଦି ମଣିଷ ଏହି ସବୁ ନୀତିନିୟମକୁ ମାନିବ ନାହିଁ ତା ହେଲେ ସେହି ଘରେ ଦରିଦ୍ରତା ଘର କରିଦେବ । ଏହା ସହିତ ସେହି ଘର ଉପରେ ମା ଅର୍ନପୂର୍ଣ୍ଣା ରୁଷ୍ଟ ହୋଇଯିବେ ।

ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ରୋଷେଇ ଘର ସହ ଜଡିତ ଏହି ସବୁ ମୁଖ୍ୟ କଥା ଗୁଡିକୁ ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଏହି ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ ସବୁବେଳେ ରୋଷେଇ ଘରକୁ ସଫା ସୁତୁରା ରଖିବା ଉଚିତ । ଏହା ସହିତ ଯେତେବେଳେ ଆପଣ ରୋଷେଇ ଘରେ କୌଣସି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସେତେବେଳେ ଆପଣଙ୍କ ମୁହଁ ପୂର୍ବ ବା ଦକ୍ଷିଣ ଦିଗରେ ରହିବା ଉଚିତ । ଏମିତି କରିବା ଦ୍ଵାରା ଘରର ସମସ୍ତ ସଦସ୍ୟଙ୍କୁ ଶରୀର ସୁସ୍ଥ ରହିଥାଏ ଓ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୨. ବନ୍ଧୁଗଣ ପୌରାଣିକ ମାନ୍ୟତା ଅନୁସାରେ ମଙ୍ଗଳବାର ଓ ଶନିବାର ଦିନ କୌଣସି ଲୁହା ଜିନିଷକୁ କିଣି ରୋଷେଇ ଘରକୁ ଆଣିବା ଉଚିତ ନୁହେଁ । ବନ୍ଧୁଗଣ ଏହା ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହୋଇଥାଏ । ଏହା ସହିତ ରୋଷେଇ ଘରେ ଅଧିକ ଧାରୁଆ ଜିନିଷକୁ ରଖନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଘରେ ନକରାତ୍ମକ ପ୍ରଭାବ ପକାଇଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ କେବେହେଲେ ଭଙ୍ଗା ରୁଜା ଜିନିଷକୁ ରୋଷେଇ ଘରେ ରଖିବା ଉଚିତ ନୁହେଁ ଏହା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇଥାଏ ।

୩. ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ କେବେହେଲେ ରୋଷେଇ ଘର ମଧ୍ୟକୁ ଜୋତା ଚପଲ ପିନ୍ଧି ପ୍ରବେଶ କରିବା ଉଚିତ ନୁହେଁ । ବନ୍ଧୁଗଣ ରୋଷେଇ ଘରେ ମା ଅର୍ନପୂର୍ଣ୍ଣାଙ୍କ ବାସ ରହିଥାଏ ତେଣୁ ଯଦି ଆପଣ ଦେବୀଙ୍କ ଘରେ ଜୋତା ଚପଲ ନେଇ ପ୍ରବେଶ କରିବେ ତା ହେଲେ ମା ଅର୍ନପୂର୍ଣ୍ଣା ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

୪. ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ ରୋଷେଇ ଘରେ ସର୍ବଦା ମହୁ, ଜଳ ପୂର୍ଣ୍ଣ ପାତ୍ର, ଦେଶୀ ଘିଅ ଓ ଚାଉଳ ରଖିବା ଉଚିତ । ଏହା କରିବା ଦ୍ଵାରା ସେହି ଘରେ କେବେହେଲେ କୌଣସି ଆର୍ଥିକ ସମସ୍ୟା ଆସିନଥାଏ ଓ ମା ଅର୍ନପୂର୍ଣ୍ଣା ସବୁବେଳେ ପ୍ରସନ୍ନ ରୁହନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *