ଦିଲ୍ଲୀରେ କୋରୋନାରୁ ଭଲ ହୋଇଥିବା ପ୍ରଥମ ରୋଗୀଙ୍କ କାହାଣୀ, କହିଲେ କେମିତି ଅନୁଭବ ହୋଇଥାଏ ଅସୁସ୍ଥ ଓ ଚିକିତ୍ସା ସମୟରେ

ଦିଲ୍ଲୀରୁ କୋରୋନା ଭାଇରସର ଯେଉଁ ପ୍ରଥମ କେସ ଆସିଥିଲା ସେ ମୟୂର ବିହାରର ରୋହିତ ଦତ୍ତା ଥିଲେ । ରୋହିତ ଦତ୍ତା ଇଟଲୀରୁ ଦିଲ୍ଲୀ ଫେରିଥିଲେ । କିନ୍ତୁ ୪୫ ବର୍ଷର ରୋହିତ ଦତ୍ତା ବର୍ତ୍ତମାନ କୋରୋନା ଭାଇରସ ରୁ ପୂରାପୂରି ଠିକ ହୋଇ ଯାଇଛନ୍ତି ଓ ତାଙ୍କୁ ହସ୍ପିଟାଲରୁ ଛୁଟି ମଧ୍ୟ ମିଳିସାରିଛି । ଏହା ପରେ ରୋହିତ ଦତ୍ତା ଏନବୀଟୀ ସହ କଥାବାର୍ତ୍ତା ହୋଇ କହିଲେ କି କେଉଁଭଳି ଭାବରେ ତାଙ୍କର ଚିକିତ୍ସା କରାଯାଇଥିଲା ।

କହିବାକୁ ଗଲେ ରୋହିତଙ୍କୁ ହସ୍ପିଟାଲର ଆଇସୋଲେଶନ ୱାର୍ଡରେ ରଖା ଯାଇଥିଲା । ଯାହାକି କୌଣସି ପ୍ରାଇଭେଟ ୱାର୍ଡର ଭିଆଇପି ରୁମ ଠାରୁ କମ ନୁହେଁ । ତାଙ୍କୁ ହସ୍ପିଟାଲରେ ଭଲ ଖାଦ୍ୟ ବି ଦିଆ ଯାଉଥିଲା ଓ ସେ ଲଗାତାର ନିଜର ପରିବାର ଲୋକମାନଙ୍କ ସହ କଥାବାର୍ତ୍ତା ବି କରୁଥିଲେ । ଚିକିତ୍ସା ସମୟରେ ସେ ନିଜ ରୁମରେ ବସି ଦୁଇଟି ଫିଲ୍ମ ବି ଦେଖିଲେ ଓ ବହି ବି ପଢିଛନ୍ତି ।

ଡା. ହର୍ଷ ବର୍ଧନ କରିଲେ କଲ

Image Courtesy: Newstrend

ରୋହିତଙ୍କ ଅନୁସାରେ ଯେତେବେଳେ ତାଙ୍କର ଚିକିତ୍ସା ଚାଲୁଥିଲା ତେବେ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରିବା ପାଇଁ ନିଜେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଧନଙ୍କ ଭିଡିଓ କଲ ଆସିଥିଲା । ଡା. ହର୍ଷ ବର୍ଧନ ପ୍ରଥମେ ରୋହିତଙ୍କୁ ହୋଲିର ଶୁଭକାମନା ଦେଲେ । ଏହା ପରେ ରୋହିତ ଡା. ହର୍ଷ ବର୍ଧନଙ୍କ ସହିତ ବହୁତ ସମୟ କଥାବାର୍ତ୍ତା କରିଲେ ଓ ତାଙ୍କର ସାହସକୁ ବି ବଢାଇଲେ । ଡା. ହର୍ଷ ବର୍ଧନ ରୋହିତଙ୍କୁ କହିଲେ କି ପ୍ରଧାନମନ୍ତ୍ରୀ ତାଙ୍କ ବିଷୟରେ ବି ଜାଣିବାକୁ ଚାହାନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ତାଙ୍କର ଜଲ୍ଦି ସୁସ୍ଥ ହେବା ପାଇଁ କାମନା କରୁଛନ୍ତି । ଚିକିତ୍ସା ସମୟରେ ୯ ଓ ୧୧ ମାର୍ଚରେ ତାଙ୍କର ପୁଣିଥରେ ରକ୍ତ ନମୁନା ନେଇ ଯାଞ୍ଚ ପାଇଁ ପଠା ଯାଇଥିଲା ଓ ସେହି ସମୟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଲା । ଯାହା ପରେ ତାଙ୍କୁ ୧୪ ତାରିଖରେ ହସ୍ପିଟାଲରୁ ଛୁଟି ଦିଆଗଲା । କିନ୍ତୁ ଛୁଟି ଦେବା ପରେ ବି ଡାକ୍ତରମାନେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଘରେ ସମସ୍ତଙ୍କ ଠାରୁ ଅଲଗା ରହିବା ପାଇଁ କହିଲେ ଓ ବର୍ତ୍ତମାନ ସେ ଏହି ଭାଇରସ ଠାରୁ ପୁରପୁରୀ ଭଲ ହୋଇ ଯାଇଛନ୍ତି ।

Image Courtesy: Newstrend

ରୋହିତ ସରକାରଙ୍କ ଦ୍ଵାରା କୋରୋନା ନିୟନ୍ତ୍ରଣ କରିବାର ଯେଉଁ ପ୍ରୟାସ କରାଯାଉଛି ତାହାର ପ୍ରଶଂସା ବି କରିଛନ୍ତି ଓ ଲୋକମାନଙ୍କୁ ଅପିଲ କରୁଛନ୍ତି କି ସେ ଭୟ କରନ୍ତୁ ନାହିଁ ଓ ଘରେ ବନ୍ଦ ହୋଇ ବସନ୍ତୁ ନାହିଁ । ପୁରା ସାବଧାନ ରୁହନ୍ତୁ ଓ କୋରୋନାର ଲକ୍ଷଣ ନଜର ଆସିବା ମାତ୍ରେ ହିଁ ହସ୍ପିଟାଲ ଯାଇ ଯାଞ୍ଚ କରାନ୍ତୁ । ରୋହିତ ଦତ୍ତାଙ୍କ ଅନୁସାରେ ଆରଏମଏଲ ହସ୍ପିଟାଲରେ କୋରୋନା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଭଲ ସୁବିଧା କରାଯାଇଛି ।

ଏହିଭଳି ଭାବରେ ନିଆଯାଏ ସ୍ୟାମ୍ପୁଲ

Image Courtesy: Newstrend

କୋରୋନା ଭାଇରସର ଯାଞ୍ଚ କେବଳ ନାକ ଓ ବେକର ଲାଳ ଜରିଆରେ କରାଯାଇଥାଏ । କେତେକ ଲୋକମାନଙ୍କୁ ଏମିତି ଲାଗିଥାଏ କି ସ୍ୟାମ୍ପୁଲ ଦେବା ସମୟରେ ତାଙ୍କର ରକ୍ତ ନମୁନା ନିଆଯାଏ । ଯାହାକି ଭୁଲ ସୂଚନା ଅଟେ । ଏହାର ଭାଇରସର ଟେସ୍ଟ ସହଜ ଓ ସ୍ୟାମ୍ପୁଲ ଦେବା ସମୟରେ କୌଣସି ବି ପ୍ରକାରର କଷ୍ଟ ହୋଇ ନ ଥାଏ । ରୋହିତଙ୍କ ଅନୁସାରେ ସଠିକ ଔଷଧ ଓ ଡାକ୍ତରଙ୍କ ସୁପରଭିଜନ ମିଳିବା ଦ୍ଵାରା ହିଁ ଏହି ରୋଗରୁ ମୁକ୍ତି ମିଳିପାରିବ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *