5 ଭୟଙ୍କର ଅସ୍ତ୍ର ପାଇଁ ଋଷିଆକୁ ଡରୁଛି ସାରା ବିଶ୍ଵ, ଦେଖନ୍ତୁ କଣ ଅଟେ ସେହି 5 ଟି ଅସ୍ତ୍ର…

ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୬ ଦିନ ହେବ ଯୁଦ୍ଧ ଚାଲିଛି । ଯାହାକି ବର୍ତ୍ତମାନ ଏକ ବିପଦଜନକ ମୋଢ ନେଇ ଯାଇଛି । ଋଷର ଆକ୍ରମଣ ୟୁକ୍ରେନ ଉପରେ ଭାରି ପଡୁଛି । ଏହା ମଧ୍ୟରେ ଯେଉଁ ସବୁ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନକୁ ସପୋର୍ଟ କରୁଥିଲେ ସେମାନେ ବର୍ତ୍ତମାନ ଋଷକୁ ବିରୋଧ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷ ଉପରେ ବିଭିନ୍ନ ପ୍ରକାରର କଟକଣା ଲଗାଇଛନ୍ତି । କିନ୍ତୁ ସେ ବି କହିଛନ୍ତି କି ସେ ୟୁକ୍ରେନରେ ନିଜ ସେନା ପଠାଇବେ ନାହିଁ ।

୩୦ ଦେଶ ମିଳିତ ନାଟୋ ବି ଋଷକୁ ସିଧା ସଳଖ ଆକ୍ରମଣ କରିବ ବୋଲି ଧମକ ଦେଉ ନାହିଁ । ଋଷର ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଚେତାବନୀ ଦେଇଛନ୍ତି କି ଯଦି କୌଣସି ଦେଶ ୟୁକ୍ରେନ ଓ ଋଷ ଯୁଦ୍ଧ ମଧ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବ ଏବଂ ଆମ ଦେଶ ପାଇଁ ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ ତେବେ ଋଷ ଏହା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନବ ।

ସବୁ ଦେଶ ଏହିଭଳି କିଛି ପରିଣାମ ଦେଖିବେ ଯାହାକୁ ସେମାନେ ପୂର୍ବରୁ ଦେଖି ନ ଥିବେ । କହିଦେଉଛୁ କି ଋଷ ପାଖରେ ଏହିଭଳି ସବୁ ଭୟଙ୍କର ଅସ୍ତ୍ର ଅଛି ଯାହାକୁ ନାଟୋ ଓ ଆମେରିକା ଭଳି ଦେଶ ବି ଭୟ କରୁଛି । ତେବେ ଚାଳନ୍ତୁ ଜାଣିବା ଋଷର ୫ ଟି ଭୟଙ୍କର ଅସ୍ତ୍ର ବିଷୟରେ । କହିଦେଉଛୁ କି ଋଷ ପାଖରେ ଦୁନିଆର ସବୁଠୁ ବଡ ପରମାଣୁ ବୋମା ଅଛି । ୧୯୬୧ରେ ସୋଭିଏତ ୟୁନିୟନ ସୁପର ବିନାଶକାରୀ ହାଇଡ୍ରୋଜେନ ବୋମା ପରୀକ୍ଷା କରିଥିଲା । ଯାହାକି ଜାପାନର ହିରୋସିମା ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇ ଥିଲା ତାହା ଠାରୁ ଏହି ହାଇଡ୍ରୋଜେନ ବୋମା ୩୩୩୩ ଗୁଣା ଅଧିକ ଶକ୍ତିଶାଳୀ ଥିଲା ।

ଋଷ ପାଖରେ ଦୁନିଆର ସବୁଠୁ ଭୟଙ୍କର ଅସ୍ତ୍ର ଶସ୍ତ୍ର ଅଛି । ପ୍ରଥମେ ହେଉଛି ଜାର ବୋମା, ଯାହାକି ଦୁନିଆର ସବୁଠୁ ବଡ ପରମାଣୁ ବୋମା । ଏହି ବୋମା ବିସ୍ଫୋରଣ ହେବା ମାତ୍ରେ ହିଁ ଲକ୍ଷ ଲକ୍ଷ ଲୋକମାନେ ମାରି ପାରନ୍ତି । ଏହା ସହିତ ଆଖପାଖର ଲୋକମାନେ ଚର୍ମ ଓ ଶ୍ଵାସ ରୋଗର ଶିକାର ମଧ୍ୟ ହେବେ । ଦ୍ଵିତୀୟ ଟି ହେଉଛି ଋଷର କିଞ୍ଜଲ ହାଇପରସୋନିକ କ୍ଷ୍ଯେପଣାସ୍ତ୍ର । ଏହି ହାଇପରସୋନିକ ଆଣବିକ କ୍ଷ୍ଯେପଣାସ୍ତ୍ର ଋଷର ମିଗ ୩୧ ଯୁଦ୍ଧ ବିମାନରେ ଲାଗିଛି । ଯାହାକି ଅତି ବିପଦଜନକ ଅଟେ ।

ତୃତୀୟ ଟି ହେଉଛି ଋଷ ପାଖରେ 2S7 Pion ତୋପ ଅଛି । ଏହା ଅଳ୍ପ ଦୂରତାରେ ପରମାଣୁ ଆକ୍ରମଣ କରି ପାରିବ । ଚତୁର୍ଥ ହେଉଛି ଋଷ ପାଖରେ ବେଲଗୋରୋଡ ପରମାଣୁ ସବମରିନ ଅଛି । ଯାହାକୁ ବିଶ୍ଵର ସବୁଠୁ ବଡ ସବମରିନ ବୋଲି ବି କୁହାଯାଏ । ପୋସାଇଡନ ଟାରପିଡୋରେ ସଜ୍ଜିତ ଏହି ସବମରିନ ରେଡିଓଆକଟିଭ ସୁନାମୀ ସୃଷ୍ଟି କରି ପାରେ । ଏହା ଛଡା ଋଷ ପାଖରେ T 14 ଅର୍ମା ଟ୍ଯାଙ୍କ ଅଛି । ଯାହାକି ବିଜେଡ଼ଅତ୍ୟନ୍ତ ବିପଦଜଣକ ।

Leave a Reply

Your email address will not be published. Required fields are marked *