Vastu Shastra- “ଲୁଣ” କରିବ ଧନୀ – ଆଜି ଯେତେଶିଘ୍ର ସମ୍ଭବ କରନ୍ତୁ ଏହି ଉପାୟ, ହେବ ଚମତ୍କାର

ବନ୍ଧୁଗଣ ପରିଶେଷରେ ଲୁଣରୁ ସବୁଠାରୁ ଶୀଘ୍ର ଲୋକ ଧନବାନ୍ କିପରି ହୋଇଯାଆନ୍ତି । କାହିଁକି ଲୁଣ ପଇସାକୁ ଚୁମ୍ବକ ଭଳି ଟାଣେ ଜାଣନ୍ତୁ ଏହା ପଛର ସତ । ଲୁଣ ସମସ୍ତଙ୍କ ଘରେ ସହଜରେ ମିଳି ଯାଏ । ଆପଣ ମାନେ ଜାଣିଥିବେ ଖାଦ୍ୟରେ ଲୁଣ ନଥିଲେ ତାହା ସ୍ଵାଦହୀନ ଲାଗେ । ଅଳ୍ପ ଲୁଣ ଆପଣଙ୍କ ଖାଦ୍ୟକୁ ସ୍ବାଦିଷ୍ଟ ବନାଇ ଦିଏ । ଯେବେଠାରୁ ଲୁଣର ଖୋଜ ହୋଇଛି ସେବେଠାରୁ ଜଣାପଡିଛି ଯେ ଲୁଣରେ ବହୁତ ନକରାତ୍ମକ ଶକ୍ତିକୁ ଦୂର କରିବାର କ୍ଷମତା ଥାଏ । ବାସ୍ତୁ ଅନୁସାରେ ଘରେ ଲୁଣ ବହୁତ ସକରାତ୍ମକ ଶକ୍ତିକୁ ଜାଗ୍ରତ କରେ ।

କୁହାଯାଏ ଯେ ଯେଉଁଠି ଲୁଣ ନାହିଁ ସେଠି ଭୂତ, ପ୍ରେତ ରୁହନ୍ତି ଏବଂ ସେହି ଘରେ ସୁଖ ଶାନ୍ତି ରୁହେ ନାହିଁ । ଏମିତିରେ ଆମେ ଜାଣିଛୁ କି ଲୁଣର ଏହି ଉପାୟ କରିବା ଦ୍ବାରା ଜଲ୍ଦୀ ବ୍ୟକ୍ତି ଧନବାନ୍ କେମିତି ହୋଇଯାଏ । ତେବେ ଆସନ୍ତୁ ଜାଣିବା ଲୁଣର ସେହି ଚମତ୍କାର ଉପାୟ ଯାହା ରାତାରାତି ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ ।

ବାସ୍ତୁଶାସ୍ତ୍ର ଅନୁସାରେ ଲୁଣରେ ଗୋଟିଏ ଅଲଗା ପ୍ରକାରର ଆକର୍ଷଣ ଥାଏ ଏବଂ ସେଥିପାଇଁ ଲୁଣକୁ ଯାଦୁ ବିଦ୍ୟାରେ ପ୍ରୟୋଗ କରାଯାଏ । କିଛି ଲୋକ ବସିକରଣ / ନିଦ୍ରା ଅବସ୍ଥା ପାଇଁ ବ୍ୟବହାର କରନ୍ତି ।

୧- ଲୁଣ ଏବଂ କାଚ ଏହି ଦୁଇଟା ରାହୁର କାରକ ଅଟନ୍ତି । ସେଥିପାଇଁ ଜଦି ଆପଣ ଲୁଣକୁ ଗୋଟିଏ କାଚ ପାତ୍ର ଭିତରେ ରଖି ଗାଧୋଇବା ଘରେ ରଖିବେ ତେବେ ସେଠାରୁ ନକରାତ୍ମକ ଶକ୍ତିର ପ୍ରଭାବ ସମାପ୍ତ ହୁଏ ତା ସହିତ ଜୀବାଣୁ ମଧ୍ୟ ନଷ୍ଟ ହୁଅନ୍ତି । ଶୌଚାଳୟ କୁ ଜୀବାଣୁ ମୁକ୍ତ କରିଥାଏ, ଏମିତିରେ ଏହି ଉପାୟ ତାକୁ ଦୂର କରିଦେବ ।

୨- ଲୁଣର ପୋଛା କରିଦେବ ମାଲାମାଲ୍ । ବୈଜ୍ଞାନିକ ମାନଙ୍କ ଦୃଷ୍ଟିରୁ ଏହି ଉପାୟ ବହୁତ ଫଳପ୍ରଦ ଅଟେ । ଯେତେବେଳେ ଆପଣ ପୋଛା ଲଗାଉଛନ୍ତି ସେତେବେଳେ ଲୁଣ ମିଶାନ୍ତୁ । ସପ୍ତାହରେ ଅତି କମରେ ଥରେ ଦୁଇ ଥର ଲଗାନ୍ତୁ । ଲୁଣର ପୋଛା ଅବଶ୍ୟ ଲଗାନ୍ତୁ, ଏହା ଦ୍ଵାରା ଧନର ପ୍ରାପ୍ତି ହୋଇଥାଏ । ଏହି ଲୁଣ ସମ୍ପୂର୍ଣ ଘରକୁ ସକରାତ୍ମକ ଉର୍ଜାରେ ପରିଣତ କରିଦିଏ । ଘରର ଉନ୍ନତି ପାଇଁ ପୋଛା ସବୁବେଳେ ଲଗାଇବା ଦରକାର କାରଣ ସକରାତ୍ମକ ଉର୍ଜା ମା ଲକ୍ଷ୍ମୀଙ୍କୁ ଘରେ ପ୍ରବେଶ କରିବାକୁ ଆକର୍ଷିତ କରେ ।

୩- ଲୁଣକୁ କାଚର ପାତ୍ରରେ ପୁରାଇ ଚାରି ପାଞ୍ଚଟି ଲବଙ୍ଗ ସେଥିରେ ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ଧନର ପ୍ରାପ୍ତି ସବୁବେଳେ ଲାଗି ଥାଏ ଏବଂ ମା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରୁହନ୍ତି।

୪- ଲୁଣ ପାଣିରେ ହାତ ଗୋଡ ଧୋଇଲେ ବା ଗାଧୋଇଲେ ବହୁତ ଅଧିକ ଲାଭ ହୋଇଥାଏ । ଏହା ଦ୍ବାରା ଆପଣଙ୍କ ଶରୀର ତାଜା ରୁହେ ଏବଂ ଶରୀରକୁ ସକରାତ୍ମକ ଶକ୍ତି ମିଳିଥାଏ ଏବଂ ଲୁଣ ପାଣିରେ ଗାଧୋଇଲେ ନିଦ ବହୁତ ଭଲ ହୋଇଥାଏ ଆଉ ରୋଗ ମଧ୍ୟ ହୁଏ ନାହିଁ।

୫- ବ୍ୟକ୍ତିକୁ ଲାଭ ସେତେବେଳେ ହୁଏ ଯେତେବେଳେ ସେ ଏହି ଉପାୟ କରେ । ପ୍ରତ୍ୟେକ ଶନିବାର ଅଳ୍ପ ଲୁଣ, ୨୦୦ଗ୍ରାମ୍ ବିରି, ୫୦୦ଗ୍ରାମ୍ ଚାଉଳ ଏବଂ ଶୁଖିଲା ଲଙ୍କା ଏହାକୁ ଦାନ କଲେ ବ୍ୟକ୍ତିଙ୍କ ଭାଗ୍ୟ ଚମକି ଥାଏ । ସମ୍ପତ୍ତି ବାଡ଼ି ଓ ଧନର ବୃଦ୍ଧି ହୋଇଥାଏ । ଏମିତି କରିବା ଦ୍ଵାରା ଶନିଙ୍କ କୋପ ଦୃଷ୍ଟି ବି ସମାପ୍ତ ହୋଇଯାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *