CBI ର ବଡ ପଦକ୍ଷେପ, ସୁଶାନ୍ତଙ୍କ ପୋସ୍ଟମାର୍ଟମ ରିପୋର୍ଟ କୁ ପୁଣି କରାଯିବ ଯାଞ୍ଚ, ରିୟାର ଖେଳ ହେବ ଶେଷ

ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟ ମଟମ ଉପରେ ପ୍ରଥମ ଦିନରୁ ପ୍ରଶ୍ନ ଉଠିଛି । ସର୍ବ ପ୍ରଥମେ ଦିଶା ସାଲିଆନଙ୍କ ପୋଷ୍ଟ ମଟମ ଦୁଇଦିନ ପରେ କରା ଯାଇଥିଲା, ଏହାର କାରଣ ଥିଲା ପ୍ରଥମେ କୋରାନା ଭାଇରସ ଟେଷ୍ଟ କରା ଯାଇଥିଲା ଯେତେବେଳେ ଏହାର ରିପୋର୍ଟ ନେଗେଟିଭ ଆସିଲା ଏହାପରେ ଅଟୋପ୍ସି ଟେଷ୍ଟ କରାଯାଇଥିଲା । ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ଅଟୋପ୍ସି ରାତି ୧୧ରେ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ସୁଧା ଶେଷ ହୋଇଥିଲା ।

ଏହା ଏକ ବଡ ମାମଲା ଥିଲା, ଏହି କେସରେ ୩ ରୁ ୪ ଘଣ୍ଟାର ଅଟୋପ୍ସି କରିବାର ଥିଲା । ଏଥିରେ ବହୁତ କିଛି ଜିନିଷ ଥିଲା ଯାହାକୁ ତଦନ୍ତ କରିବାର ଥିଲା ହେଲେ ତଦନ୍ତ କରାଯାଇ ନଥିଲା । ଏହା ସହିତ ଅଟୋପ୍ସିରେ ସୁଶାନ୍ତଙ୍କ ମୃତ୍ୟୁର ସମୟ ବିଷୟରେ ଲେଖା ଯାଇ ନଥିଲା । ମୃତ୍ୟୁ ହେବା ପରେ ସୁଶାନ୍ତଙ୍କ ଚେହେରାରେ କିଛି ଚିହ୍ନ ଥିଲା । ଏକ ଆମେରିକା ଡାକ୍ତର ସେହି ଚିହ୍ନକୁ ଦେଖି କହିଥିଲେ ଯେ, ସୁଶାନ୍ତଙ୍କ ଉପରେ ଇଲେକ୍ଟ୍ରିକାଲ ବନ୍ଧୁକର ବ୍ୟବହାର କରାଯାଇଛି ।

ଯାହାଫଳରେ ତାଙ୍କ ଚେହେରାରେ ଏମିତି ଚିହ୍ନ ରହିଛି । ଏହି ବନ୍ଧୁକର ବ୍ୟବହାର ଦ୍ଵାରା ସୁଶାନ୍ତ ପାରାଲାଇଜ ମଧ୍ୟ ହୋଇଯାଇଥିଲେ । ଯାହା ଫଳରେ ତାଙ୍କ ଚେହେରା ବଙ୍କା ହୋଇ ରହିଥିଲା । ସୁଶାନ୍ତଙ୍କ ନଖର ନମୁନାକୁ ଫରେନିସିକ ଟିମ ନେଇ ନଥିଲା ଓ ଏହା ସହିତ ଏମିତି ବହୁତ କିଛି ଭୁଲ ପଦକ୍ଷେପ ଏହି କେସରେ ନିଆ ଯାଇଛି । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ତାହା ହେଉଛି ଏହି ପୁରା ଅଟୋପ୍ସି ରିପୋର୍ଟର ଯାଞ୍ଚ ପାଇଁ ଦିଲ୍ଲୀରୁ AIIMSର ସ୍ପେଶଲ ଟିମ ଆସୁଛି । ଏହାର ହେଡ ହେଉଛନ୍ତି ଡାକ୍ତର ସୁଧୀର କେ ଗୁପ୍ତା ।

ସୁଧୀରଙ୍କ ସହ ଅନ୍ୟ କେତେକ ଅଭିଜ୍ଞତା ପୂର୍ଣ୍ଣ ଡାକ୍ତର ପହଞ୍ଚିବେ କୁପର ହସ୍ପିଟାଲରେ । ସେଠାରେ ହୋଇଥିବା ପୋଷ୍ଟ ମଟମର ଯାଞ୍ଚ କରାଯିବ । ପୂର୍ବରୁ ଅଟୋପ୍ସି ରିପୋର୍ଟ ଉପରେ ବହୁତ ସମସ୍ଯା ଦେଖା ଯାଇଥିଲା । ବର୍ତ୍ତମାନ ଏହି ସମସ୍ଯାର ସମାଧାନ ହୋଇଯିବ । କୁପର ହସ୍ପିଟାଲ ମଧ୍ୟକୁ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଯାଇଥିଲେ । ରିପୋର୍ଟ ଅନୁସାରେ କୁହାଯାଇଛି ଯେ, ସୁଶାନ୍ତଙ୍କ ପୋଷ୍ଟ ମଟମର ପ୍ରମାଣକୁ ନଷ୍ଟ କରିଛନ୍ତି ରିୟା । କାରଣ ରିୟା ବର୍ତ୍ତମାନ ସମସ୍ତଙ୍କ ଟାର୍ଗେଟରେ ଅଛନ୍ତି ।

ସୁଶାନ୍ତଙ୍କ ହତ୍ୟା ପାଇଁ ବହୁତ ବଡ ପ୍ଲାନିଂ ହୋଇଥିବାର ଜଣା ପଡିଛି । ଏହି କେସରେ ଦାଉଦ ଆବ୍ରାହିମର ନାମ ମଧ୍ୟ ଆସିଛି । ସବୁରି ମୂଳରେ ଅଛନ୍ତି ରିୟା ଚକ୍ରବର୍ତ୍ତୀ । ବର୍ତ୍ତମାନ ସୁଶାନ୍ତଙ୍କ ପୋଷ୍ଟ ମଟମର ସମସ୍ତ ସମସ୍ଯା ଦୂର ହେବାକୁ ଯାଉଛି ଏବଂ ଏହା ସହିତ ସିବିଆଇ ଏହି କେସର ତଦନ୍ତ ଆରମ୍ଭ କରି ସାରିଛି । ଏହି ସପ୍ତାହରେ ସିବିଆଇ ମଧ୍ୟ ଏକ ବଡ ଖୁଲାସାର ଘୋଷଣା କରିବ ବୋଲି ଜଣା ଯାଇଛି । ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *