ସୁଶାନ୍ତ ସିଂହ କେସରେ ସୁପ୍ରୀମ କୋର୍ଟ ଦେଲେ ଏହି ବଡ ନିଷ୍ପତି, ଶୁଣିବା ମାତ୍ରେ ଆପଣ ଖୁସିରେ ନାଚି ଉଠିବେ

ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସି ଯାଇଛି ଏବଂ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି କି ସୁଶାନ୍ତ ସିଂ ମାମଲାର ତଦନ୍ତ CBI କୁ ହସ୍ତାନ୍ତର କରାଯିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ପାଟନାରେ ସୁଶାନ୍ତଙ୍କ ପିତା କେ.କେ ସିଂଙ୍କ ତରଫରୁ ଦାଖଲ ହୋଇଥିବା FIR ଠିକ ଏବଂ ଏହି ଘଟଣାର ତଦନ୍ତ ବିହାର ପୋଲିସ ର କରିବାର ଅଧିକାର ଅଛି । କୋର୍ଟ ନିଜ ନିସ୍ପତି ରେ ମୁମ୍ବାଇ ପୋଲିସ କୁ ସବୁ ଆଦେଶ ର ପାଳନ କରିବାକୁ କହିଛନ୍ତି ଏବଂ ସିବିଆଇକୁ ସୁଶାନ୍ତ ମାମଲା ସହ ଜଡିତ ସବୁ ଡକୁମେଣ୍ଟ ହସ୍ତାନ୍ତର କରିବାକୁ ମୁମ୍ବାଇ ପୋଲିସକୁ ଆଦଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଦେଇ କହିଛନ୍ତି କି ବିହାର ସରକାରଙ୍କ ତରଫରୁ ସିବିଆଇ ତଦନ୍ତ ଦାବି ର ସୁପାରିଶ ବିଲକୁଲ ଉଚିତ ଅଟେ ।

ସୁଶାନ୍ତଙ୍କ ପିତା କେ.କେ ସିଂଙ୍କ ଓ ଓକିଲ ବିକାଶ ସିଂ କୋର୍ଟଙ୍କ ନିଷ୍ପତ୍ତି ଉପରେ କହିଛନ୍ତି କି ଏହା ଏକ ଐତିହାସିକ ନିଷ୍ପତ୍ତି । ବିହାର ସରକାରଙ୍କ ଦ୍ୱାରା ସିବିଆଇ ତଦନ୍ତର ସୁପାରିଶ ଠିକ୍ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ।

 

କୋର୍ଟ ମୁମ୍ବାଇ ପୋଲିସର ତଦନ୍ତ ଉପରେ କହିଛନ୍ତି କି ମୁମ୍ବାଇ ପୋଲିସ ଏହି ଘଟଣାରେ କୌଣସି ତଦନ୍ତ କରୁନାହିଁ । ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି କି ଯଦି କୌଣସି କେସ ସୁଶାନ୍ତ ଙ୍କ କେସ ସହିତ ଲିଙ୍କ ରଖେ ତେବେ ତାହାକୁ ମଧ୍ୟ CBI ଯାଞ୍ଚ କରିବ ଓ ମୁମ୍ବାଇ ପୋଲିସକୁ ସିବିଆଇ କୁ ସହଯୋଗ କରିବାକୁ ପଡିବ।

 

ପ୍ରକୃତରେ ସୁଶାନ୍ତ ମାମଲାର ତଦନ୍ତ ଯେତେବେଳେ ବିହାର ପୋଲିସ କରୁଥିଲା ସେ ମୁମ୍ବାଇ ପୋଲିସକୁ ଦିଶା ମାମଲାର ତଦନ୍ତର ଦଲିଲ ମାଗିଥିଲେ । ଯାହା ମୁମ୍ବାଇ ପୋଲିସ ଦେବାକୁ ମନା କରିଦେଇଥିଲା । କିନ୍ତୁ ଆଜି କୋର୍ଟ ସ୍ପଷ୍ଟ ଭାବରେ ମୁମ୍ବାଇ ପୋଲିସକୁ ଆଦେଶ ଦେଇଛନ୍ତି କି ଯଦି ସୁଶାନ୍ତଙ୍କ ହତ୍ୟା ସହ CBI ଏହାର ଅନୁସନ୍ଧାନ କରିବାକୁ ଚାହୁଁଛି ତେବେ ମୁମ୍ବାଇ ପୋଲିସ କୁ ସହଯୋଗ କରିବାକୁ ପଡିବ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ ଏହି ଖବର ଆସୁଥିଲା କି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରନ୍ତି କିନ୍ତୁ ଆଡଭୋକେଟ୍ ବିକାଶ ସିଂ କହିଛନ୍ତି କି କୋର୍ଟ ଆଜି ନିସ୍ପତି ଦେବା ସମୟରେ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି କି ବର୍ତ୍ତମାନ ସେମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ।

ସୁଶାନ୍ତଙ୍କ ଭାଇ ଖୁସି ଜାହିର କଲେ

ସୁଶାନ୍ତଙ୍କ ଚଚେରା ଭାଇ ନୀରଜ ସିଂ ବବଲୁ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି କି ଏହି ନିଷ୍ପତ୍ତି ଆମ ପରିବାର ଏବଂ ଦେଶର କୋଟି କୋଟି ଲୋକଙ୍କ ପାଇଁ ଆସିଛି । ଏବେ ଆମେ ଆଶା କରୁଛୁ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ମିଳିବ ।

କହି ଦେଉଛୁ କି ସୁଶାନ୍ତଙ୍କ ପିତା ପାଟନାରେ FIR ଦାଖଲ କରିଛନ୍ତି । ଯେଉଁଥିରେ ରିୟା ଏବଂ ମୁମ୍ବାଇ ପୋଲିସ ଏହାକୁ ବିରୋଧ କରି କୋର୍ଟରେ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *