ସୁଶାନ୍ତଙ୍କ କେସ ରେ CBI ତଦନ୍ତ ହେବ ନା ନାହିଁ ? ଆଜି ସୁପ୍ରୀମ କୋର୍ଟ କରିବେ ଏହାର ନିସ୍ପତି

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ନେଇ ଆଜି ସୁପ୍ରିମ କୋର୍ଟର ନିଷ୍ପତ୍ତି ଆସିବାକୁ ଯାଉଛି । ଏହି ନିଷ୍ପତ୍ତି ୧୧ ଟାରେ ଶୁଣାଯିବ, ରିହ ଚକ୍ରବର୍ତୀଙ୍କ ତରଫରୁ କୋର୍ଟରେ ୟାଚିକା ପ୍ରଦାନ କରାଯାଇଛି । ଯେଉଁଥିରେ ରିହ କୋର୍ଟକୁ କହିଥିଲେ ଯେ, ଏହି କେସକୁ ପାଟଣାରୁ ମୁମ୍ବାଇକୁ ଟ୍ରାନ୍ସଫର କରାଯାଉ । ଏହା ସହିତ ମୁମ୍ବାଇ ପୋଲିସ ଏହି କେସକୁ ସିବିଆଇ ତଦନ୍ତ କରିବାରୁ କେତେକ ପ୍ରଶ୍ନ ଉଠାଇଛି । ଆଜି ଜଜ୍ ଋଷିକେଶ ରାୟ ଜଜ୍ ପୀଠରେ ରିହ ଚକ୍ରବର୍ତୀଙ୍କୁ ଏହି ୟାଚିକାରେ ନିଷ୍ପତ୍ତି ଦେବେ ।

ସୁଶାନ୍ତଙ୍କ ପିତା ରିହଙ୍କ ବିରୋଧରେ ପାଟଣାର ରାଜୀବ ନଗର ଥାନାରେ କେସ ଦରଜ କରିଥିଲେ । ଏହାଦ୍ବାରା ରିହ କୋର୍ଟକୁ ୟାଚିକା ପ୍ରଦାନ କରି କହିଥିଲେ ଯେ, ସେ ମୁମ୍ବାଇରେ ରହୁଛନ୍ତି ଏବଂ ସୁଶାନ୍ତଙ୍କ ମୃତ୍ୟୁ ମଧ୍ୟ ମୁମ୍ବାଇରେ ହୋଇଛି ତେଣୁ ଏହି କେସକୁ ମୁମ୍ବାଇ ଟ୍ରାନ୍ସଫର କରିଦେବା ଉଚିତ । ବିହାର ପୋଲିସଙ୍କ ଶିଫାରିଶ ଦ୍ଵାରା କେନ୍ଦ୍ର ଏହି କେସକୁ ସିବିଆଇ ତଦନ୍ତରେ ଦେଇଥିଲା । ହେଲେ କେନ୍ଦ୍ରର ଏହି ନିଷ୍ପତ୍ତି ପାଇଁ ମୁମ୍ବାଇ ପୋଲିସ ପ୍ରଶ୍ନ ଉଠାଇଛି । ମୁମ୍ବାଇ ପୋଲିସ ସୁପ୍ରିମ କୋର୍ଟରେ କହିଥିଲେ ଯେ, ଏହି କେସକୁ ସିବିଆଇ ତଦନ୍ତ କରିବାର ଶିଫାରିଶି କେବଳ ମହାରାଷ୍ଟ୍ର ସରକାର କରିପାରିବେ । କାରଣ ସୁଶାନ୍ତଙ୍କ ମୃତ୍ୟୁ ମହାରାଷ୍ଟ୍ର ରାଜ୍ୟରେ ହୋଇଥିଲା ।

ସିବିଆଇକୁ ମଧ୍ୟ ରହିଛି ଏହି ନିଷ୍ପତ୍ତିର ଅପେକ୍ଷା

ଆଜିର ନିଷ୍ପତ୍ତିକୁ ସିବିଆଇ ମଧ୍ୟ ଅପେକ୍ଷା କରିଛି । ସିବିଆଇଙ୍କ ମୁତାବକ ଯଦି ଏହି କେସର ତଦନ୍ତ ସିବିଆଇକୁ ଦିଆଯିବ ତେବେ ସିବିଆଇର SIT ତୁରନ୍ତ ମୁମ୍ବାଇରେ ପହଞ୍ଚିବେ । ସୁଶାନ୍ତଙ୍କ କେସକୁ ନେଇ ରିହ ଯେଉଁ ୟାଚିକା ପ୍ରଦାନ କରିଥିଲେ ଏହାର କାର୍ଯ୍ୟ ମଙ୍ଗଳବାର ଦିନ ସୁପ୍ରିମ କୋର୍ଟରେ ହୋଇଥିଲା । କୋର୍ଟକାର୍ଯ୍ୟ ସମୟରେ କୋର୍ଟ ସମସ୍ତ ତଥ୍ୟ ବିଷୟରେ ଭଲ ଭାବରେ ନଜର ରଖିଥିଲା ଓ ଏହାର ନିଷ୍ପତ୍ତି ମଧ୍ୟ ସୁରକ୍ଷିତ ରୂପେ ରଖିଦେଇଥିଲା ।

କେନ୍ଦ୍ର ସିବିଆଇ ପକ୍ଷରେ ସପୋର୍ଟ କରିଥିଲେ

କେନ୍ଦ୍ର ସରକାର ପକ୍ଷରୁ ସୁପ୍ରିମ କୋର୍ଟକୁ ଏକ ଲିଖିତ ଜବାବ ସିବିଆଇକୁ ସପୋର୍ଟ କରି ଦାଖିଲ କରାଯାଇଥିଲା । କେନ୍ଦ୍ର ସରକାର ଅନୁସାରେ ମୁମ୍ବାଇ ପୋଲିସ ୫୬ଟି ସାକ୍ଷୀଙ୍କର ବୟାନ ଦର୍ଜ କରିଛି । ମୁମ୍ବାଇରେ କୌଣସି କେସ ଲମ୍ବିତ ହୁଏ ନାହିଁ । ତେଣୁ ସୁପ୍ରିମ କୋର୍ଟକୁ ଏହି କେସ ତଦନ୍ତର ଦାଇତ୍ଵ ସିବିଆଇକୁ ଦେବା ଉଚିତ । ଆଜି ଏହି କେସର ନିଷ୍ପତ୍ତି ଆସିବାକୁ ଯାଉଛି ସମସ୍ତ ଲୋକ ଏହି କେସର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ରେ ଜଣାନ୍ତୁ ଓ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *