‘ରିୟା ଚକ୍ରବର୍ତ୍ତୀ ବେବଫା ହୈ’ ଲେଖା ହେଇଥିବା 20 ଟଙ୍କାର ନୋଟ ସୋସିଆଲ ମିଡିଆରେ ହେଉଛି ଭାଇରାଲ !

ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଆରୋପି କୁହାଯାଉଛି । ଏହି କାରଣ ଅଟେ କି ରିୟା ଚକ୍ରବର୍ତୀ ଙ୍କୁ ନେଇ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବହୁତ ରାଗ ଭରିଅଛି । ରିୟାଙ୍କ ଉପରେ ପ୍ରତାରଣା କରିବାର ମଧ୍ୟ ଆରୋପ ଲାଗୁଛି । ଏହା ସମ୍ବନ୍ଧୀୟ ଏକ ପୋସ୍ଟ ସୋସିଆଲ ମିଡିଆରେ କାଫି ଭାଇରାଲ ହେବାରେ ଲାଗିଛି ।

କଥା ହେଲା କି ଟ୍ଵିଟର ରେ ଏକ 20 ଟଙ୍କାର ନୋଟ ସାମ୍ନା କୁ ଆସିଛି ଯାହା ଉପରେ ଲେଖା ଅଛି- “ରିୟା ଚକ୍ରବର୍ତ୍ତୀ ବେବଫା ହେ’ । ଏହି 20 ଟଙ୍କିଆ ନୋଟ ଟି ବହୁତ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ପୋସ୍ଟ ସହିତ #Rheachakrabortybewafahai ବି ଲେଖା ଅଛି ।

ସୁଶାନ୍ତଙ୍କ ଫ୍ୟାନ୍ସ ରିୟା ଚକ୍ରବର୍ତ୍ତୀ ଙ୍କୁ ତାଙ୍କର ଦୋଷୀ ମାନି ବିରୋଧ କରୁଛନ୍ତି । ସୋସିଆଲ ମିଡିଆରେ ଆଲଗା ଅଲଗା ପ୍ରକାରର ରିୟାଙ୍କୁ ନେଇ ଆଲୋଚନା ଚାଲିଛି । ଏହା ମଧ୍ୟରେ ସୁସାନ୍ତଙ୍କର ଏକ ଫ୍ୟାନ୍ସ ନୋଟ ରେ ‘ରିୟା ଚକ୍ରବର୍ତ୍ତୀ ବେବଫା ହେ’ ଲେଖି ଭାଇରାଲ କରି ଦେଇଛି । ଆପଣଙ୍କୁ କହି ଦେଉଛୁ କି ସୁଶାନ୍ତଙ୍କ ପିତା କେକେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଧୋକା, ଟଙ୍କା ହଡପ କରିବା ଓ ଆତ୍ମା ହତ୍ୟା ପାଇଁ ଉକସାଇବା ଭଳି ଆରୋପ ଲଗାଇଛନ୍ତି । ସୁଶାନ୍ତଙ୍କ ଫ୍ୟାନ୍ସ ବି ଏହା ମାନୁଛନ୍ତି କି ସୁଶାନ୍ତଙ୍କ ସହିତ ଡିପ୍ରେସନ ର ସମସ୍ଯା ସେବେଠୁ ଆରମ୍ଭ ହେଲା ଯେବେଠୁ ତାଙ୍କ ଜୀବନରେ ରିୟା ଆସିଥିଲା ।

ଏହା ପରେ ଡ୍ରଗ୍ସ ର ମାମଲା ସାମ୍ନା କୁ ଆସିବା ପରେ ସୁଶାନ୍ତ ଫ୍ୟାନ୍ସ ମାନଙ୍କ ମନରେ ଆହୁରି ରାଗ ବଢି ଯାଇଛି । ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀ ଙ୍କୁ ଆରେଷ୍ଟ କରିବା ପାଇଁ ଦାବି କରା ଯାଉଛି । ରିୟା ଚକ୍ରବର୍ତ୍ତୀଙ୍କୁ ଥଟ୍ଟା ମଧ୍ୟ କରା ଯାଉଛି । ରିୟାଙ୍କର ସବୁ ଦାବି କୁ ମିଥ୍ୟା ଦର୍ଶାଇବା ପାଇଁ ସୋସିଆଲ ମିଡିଆରେ ପ୍ରମାଣ ଦିଆ ଯାଉଛି ।

ଏସବୁ ମଧ୍ୟରେ ଅନ୍ୟ ପକ୍ଷରେ CBI ଏହି ମାମଲାର ଯାଞ୍ଚ କରୁଛି । ଏ ପର୍ଯ୍ୟନ୍ତ 4 ଥର ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋବିକକୁ ଜେରା କରା ଯାଇ ସାରିଛି । ଜଲ୍ଦି ନାରକୋଟିକ୍ସ ବିଭାଗ ରିୟା ଚକ୍ରବର୍ତ୍ତୀ ଙ୍କ ଏହି ମାମଲାରେ ସାମ୍ନା କୁ ଆସିଥିବା ଡ୍ରଗ୍ସ ଆଙ୍ଗେଲ କୁ ନେଇ ଜେରା କରିପାରେ ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *