CBI ସାମ୍ନାରେ ପିଠାନୀ ଉଗାଳିଲା ସବୁ ସତ, ରାତି 2 ଟା ରେ ହେଇଥିଲା ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ଭୟଙ୍କର ଝଗଡା, ଦିଶାଙ୍କ ସତ ବି ଆସିଲା ସାମ୍ନାକୁ

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ କେସକୁ ପୂର୍ବରୁ ମୁମ୍ବାଇ ପୋଲିସ ତଦନ୍ତ କରିଥିଲେ । ହେଲେ ମୁମ୍ବାଇ ପୋଲିସ ଅଧିକ ସମୟ ନେଇ ମଧ୍ୟ ଏହି କେସକୁ ସମାଧାନ କରିପାରିଲେ ନାହିଁ । ହେଲେ ସୁପ୍ରିମ କୋର୍ଟର ଆଦେଶ ଅନୁଯାୟୀ ବର୍ତ୍ତମାନ ଏହି କେସର ତଦନ୍ତ ସିବିଆଇ କରୁଛି । ସିବିଆଇ ତଦନ୍ତ କରିବା ଦ୍ଵାରା ଏହି କେସ ସହ ଜଡିତ ଏମିତି ବହୁତ ବଡ ବଡ ରହସ୍ୟ ସାମ୍ନାକୁ ଆସିଛି ।

ବର୍ତ୍ତମାନ ଏହି କେସ ସହ ଜଡିତ ଥିବା ସାକ୍ଷୀ ପ୍ରମାଣ ମାନଙ୍କୁ ସିବିଆଇ ପଚରା ଉଚରା କରୁଛି । ଏହା ଦ୍ଵାରା ଏକ ବହୁତ ବଡ ସତ ଜଣା ପଡିଛି । ସିବିଆଇ ସିଦ୍ଧାର୍ଥ ପିଠାନୀଙ୍କୁ ପଚରା ଉଚରା କରିବା ସମୟରେ ସିଦ୍ଧାର୍ଥ ପିଠାନୀଙ୍କ ପାଟିରୁ ସତ କଥା ବାହାରିଛି । ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କେସ ବିଷୟରେ ।


ସିବିଆଇ ନିଜ ତଦନ୍ତକୁ ଆଗକୁ ବଢାଇବା ପାଇଁ ସିଦ୍ଧାର୍ଥ ପିଠାନୀ, ନୀରଜ ଏବଂ କୁକ କେଶବକୁ ବାରମ୍ବାର ପଚରା ଉଚରା କରିଛି । ଲଗାତାର ୬ ଦିନର ପଚରା ଉଚରା ପରେ ସୁଶାନ୍ତଙ୍କ ଫ୍ଲାଟରେ ରହିଥିବା ସିଦ୍ଧାର୍ଥ ପିଠାନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି । ଏହା ଦ୍ଵାରା ସିଦ୍ଧାର୍ଥଙ୍କ ପାଟିରୁ ୧୪ ଜୁନର ରହସ୍ୟ କଥା ବାହାରି ଥିଲା ।

ପିଠାନୀଙ୍କ ମତରେ ୮ ଜୁନରେ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ବହୁତ ବଡ ଝଗଡା ହୋଇଥିଲା, ସୁଶାନ୍ତଙ୍କ ଲ୍ୟାପଟପରେ ରିୟା କିଛି ପରିବର୍ତ୍ତନ କରିଥିଲେ । ସେହି ଲ୍ୟାପଟପରେ ସୁଶାନ୍ତଙ୍କର ସମସ୍ତ ବ୍ଯାଙ୍କ ଆକାଉଣ୍ଟ ମଧ୍ୟ ରହିଥିଲା । ଯାହା ଫଳରେ ଏହି ଦୁଇଜଣଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଥିଲା । ସେହି ଲ୍ୟାପଟପରେ ଦିଶା ସାଲିଆନଙ୍କ ସହ ଜଡିତ କିଛି ତଥ୍ୟ ମଧ୍ୟ ରହିଥିଲା । ଝଗଡା ସମୟରେ ସୁଶାନ୍ତଙ୍କ ଚାକର ମଧ୍ୟ ସେହି ସ୍ଥାନରେ ଥିଲା । ଏହା ପରେ ରିୟା ନିଜ ଘରକୁ ଚାଲି ଯାଇଥିଲେ, ହେଲେ ଏମାନଙ୍କର ଫୋନରେ ମଧ୍ୟ ଝଗଡା ହୋଇଥିଲା । ରାତି ୨ଟା ପର୍ଯ୍ୟନ୍ତ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏହି ଝଗଡାରେ ବହୁତ ଥର ଦିଶା ସାଲିଆନଙ୍କର ନାମ ଉଠିଥିଲା । ଏହା ପରେ ରିୟା ସୁଶାନ୍ତଙ୍କର ୮ଟି ହାର୍ଡ ଡ୍ରାଇଭକୁ ନଷ୍ଟ କରିଥିଲେ, ଏହାର ଅର୍ଥ ହେଉଛି ଦିଶା ସାଲିଆନଙ୍କ ସହ ସେହି ଦିନ ଯାହା ହେବାକୁ ଯାଉଥିଲା ତାହା ବିଷୟରେ ରିୟା ସବୁକିଛି ଜାଣିଥିଲେ । ହେଲେ ସେହି ଲ୍ୟାପଟପ ଓ ହାର୍ଡ ଡ୍ରାଇଭରେ ଥିବା ସଂପୂର୍ଣ୍ଣ ତଥ୍ୟ ବିଷୟରେ ସିବିଆଇ ଯାଞ୍ଚ କରୁଛି । ଏହି ସବୁ ମାମଲା ପଛରେ ରିୟାଙ୍କର ହାତ ରହିଥିବାର ଜଣା ପଡିଛି । ବର୍ତ୍ତମାନ ରିୟା ସମସ୍ତଙ୍କର ଟାର୍ଗେଟରେ ଅଛନ୍ତି । ବହୁତ ଶୀଘ୍ର ସିବିଆଇ ରିୟାଙ୍କ ସହ ପଚରା ଉଚରା କରିବାକୁ ଯାଉଛି । ଯାହା ଫଳରେ ସମସ୍ତ ରହସ୍ୟ ଖୋଲିବାକୁ ଯାଉଛି । ବହୁତ ଜଲ୍ଦି ରିୟା ଗିରଫ ହେଇପାରନ୍ତି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *