ଭାଉଜକୁ ହେଲା ଦିଅର ସହ ପ୍ରେମ ଆଉ ତା’ ପରେ ଯାହା ହେଲା ଯାହା ହେଲା….

ବନ୍ଧୁଗଣ ଆଜିକାଲି ଏମିତି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେ ଚିନ୍ତା କରିନଥିବେ । ତେବେ ବନ୍ଧୁଗଣ ଏହି ଘଟଣାଟି ହେଉଛି ଭାଉଜକୁ ହେଲା ଦିଅର ସହ ପ୍ରେମ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ପ୍ରେମକୁ ଏକ ପବିତ୍ର ବନ୍ଧନ ରୂପେ ହିନ୍ଦୁ ଧର୍ମରେ ମାନି ଥାନ୍ତି । ହେଲେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ପ୍ରେମକୁ ଅପବିତ୍ର କରିଥାନ୍ତି । ଏହିପରି କିଛି ଘଟଣା ଘଟିଛି ଦିଅର ଏବଂ ଭାଉଜକୁ ନେଇ । ବର୍ତ୍ତମାନ ସମୟରେ ମଣିଷ ପ୍ରେମ ପାଇଁ ସବୁ ସୀମାକୁ ଅତିକ୍ରମ କରିଦେଉଛି । ଏହିପରି ଏକ ଘଟଣା ଘଟିଛି ଭାଗଲ ପୁରରେ । ଭାଗଲ ପୁରରେ ଜଣେ ଭାଉଜ ନିଜ ଦିଅରଙ୍କୁ ପ୍ରେମ କରିଥିଲେ ।

କେବଳ ଏତିକି ନୁହେଁ ସ୍ଵାମୀ ନିଜ ପରିବାରର ସମ୍ମାନ ବଞ୍ଚାଇବାକୁ ଯାଇ ନିଜ ସ୍ତ୍ରୀର ବିବାହ ସାନ ଭାଇ ସହ କରିଥିଲେ । ଏହା ସହିତ ସ୍ଵାମୀ ଏହି ଦୁଇଜଣଙ୍କ ଆଗାମୀ ଜୀବନର ଶୁଭକାମନା ମଧ୍ୟ ଦେଇଥିଲେ ଏବଂ ସ୍ଵାମୀ ଗାଁ ଛାଡି ଚାଲିଗଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି କରୋନା ସମୟରେ ମଧ୍ୟ କେଉଁପରି ବିଚିତ୍ର ଘଟଣା ସବୁ ସାମ୍ନାକୁ ଆସୁଛି ।

ଏହା ସହିତ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ, ଯେତେବେଳେ ମା କହିଲା ନିଜ ପିଲାକୁ ଦାଦା ଆଜି ଠାରୁ ତୋର ବାପା । ସ୍ଵାମୀ ପବନ ଗୋସ୍ଵାମୀ ନିଜ ପତ୍ନୀ ପ୍ରିୟଙ୍କାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ସେ ନିଜ ସ୍ତ୍ରୀର ହୃଦୟକୁ ଆଘାତ ଦେବା ପାଇଁ ଚାହୁଁ ନଥିଲେ, ତେଣୁ ସମସ୍ତ ଗ୍ରାମ ବାସୀ ଓ ପରିବାର ଲୋକଙ୍କ ସାମ୍ନାରେ ପବନ ନିଜ ସାନ ଭାଇ ସହ ନିଜ ସ୍ତ୍ରୀର ବିବାହ କରାଇଥିଲେ ।

ଯଦି ସବୁ ଝିଅଙ୍କୁ ପବନ ପରି ସ୍ଵାମୀ ମିଳିବ ତା ହେଲେ ସେମାନଙ୍କ ଭାଗ୍ୟ ବଦଳିଯିବ । ହେଲେ ପ୍ରିୟଙ୍କା ନିଜ ସ୍ଵାମୀର ପ୍ରେମକୁ ବୁଝିପାରିଲେ ନାହିଁ । ବିବାହ କରାଇବା ପରେ ପବନ ସେମାନଙ୍କୁ ସୁଖମୟ ଜୀବନ ଯାପନ କରିବାର ଶୁଭକାମନା ମଧ୍ୟ ଦେଇଥିଲେ, ହେଲେ ନିଜକୁ ସମ୍ଭାଳି ନପାରି ପବନ ସେହି ବିବାହ ପରେ ବହୁତ କାନ୍ଦିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ପବନ ୪ ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କର ଏକ ଝିଅ ମଧ୍ୟ ଅଛି । ଏହା ପୂର୍ବରୁ ପ୍ରିୟଙ୍କା ଓ ପବନଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟା ମଧ୍ୟ ଚାଲିଥିଲା । ସୂଚନା ଅନୁଯାୟୀ ପବନଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ଯେତେବେଳେ ଗାଁ ଲୋକ ପବନଙ୍କୁ ଏହି ବିବାହକୁ ନେଇ କେତେକ ପ୍ରଶ୍ନ କରିଥିଲେ ସେତେବେଳେ ପବନ କହିଥିଲେ ଯେ, ସେ ତାଙ୍କ ଭାଇ ଓ ସ୍ତ୍ରୀଙ୍କର ଖୁସିରେ ଖୁସି ଅଛନ୍ତି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *