Breaking News: ଅନଲକ ହେବ Odisha, ଦେଖନ୍ତୁ ଆଗକୁ କଣ ଖୋଲିବ ଓ କେଉଁ ଜିନିଷ ଉପରେ ରହିବ କଟକଣା ?

ବନ୍ଧୁଗଣ ରାଜ୍ୟରେ ପାଖାପାଖି ୨ ମାସ ରୁ ଅଧିକ ସମୟ ଧରି ହୋଇସାରିଛି ଲକଡାଉନ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ରାଜ୍ୟ ସରକାର ଲକଡାଉନ ଜାରି କରୁଛନ୍ତି ।

ହେଲେ ଏହି ଲକଡାଉନରେ ଜୀବନ ବଞ୍ଚୁଥିବା ବେଳେ ଅନେକ ଲୋକ ନିଜ ଜୀବିକା ହରେଈ ବସିଛନ୍ତି । ସେମିତି ବି ଲୋକମାନେ ଖାଦ୍ୟ ବିନା ମରିଯିବେ । ତେଣୁ ଆଗକୁ ସରକାର କଣ କରିବେ ତାହା ମାତ୍ର ଆଉ ଦୁଇ ଦିନ ମଧ୍ୟରେ ଜଣା ପଡିଯିବ ।

ଗତ ମେ ୫ରୁ ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ । ଏହି ଲକଡାଉନ ବଢି ବଢି ଆସୁଥିବା ଜୁଲାଇ ୧୬ ପର୍ଯ୍ୟନ୍ତ ରଖାଯାଇଛି । ମାତ୍ର ଆଉ ଦୁଇ ଦିନ ପରେ ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଆଂଶିକ ଲକଡାଉନ । ଏହାପରେ ରାଜ୍ୟ ସରକାର ସଂପୂର୍ଣ୍ଣ ଲକଡାଉନକୁ ଖୋଳିବେ ନା କ୍ୟାଟାଗେରୀ A ଓ B ଫର୍ମୁଲା ଅନୁସାରେ କଟକଣା ଜାରି କରିବେ ତାକୁ ନେଇ ଚାଲିଛି ତର୍ଜମା ।

ବନ୍ଧୁଗଣ ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦୦ ତଳକୁ ଖସି ସାରିଛି ଏହା ସହିତ ଟିପିଆର ମଧ୍ୟ ୩ ପ୍ରତିଶତ ଖସି ଗଲାଣି । ୨୬ଟି ଜିଲାରେ ଟିପିଆର ୫ ପ୍ରତିଶତ ତଳେ ରହିଛି । କ୍ୟାଟାଗେରୀ Bରେ ଥିବା ୧୦ ଜିଲା ମଧ୍ୟରୁ ୬ରୁ ୭ଟି ଜିଲ୍ଲାରେ ସ୍ଥିତି ସୁଧାର ଅଛି । ହେଲେ ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ ଏବଂ ପୁରୀର ସଂକ୍ରମଣ ହାର ।

ଖାସ କରି କଟକ ଓ ଭୁବନେଶ୍ଵରରେ ସଂକ୍ରମଣ ହାର କମୁନାହିଁ । ତେଣୁ ଅନଲକ୍ ପ୍ରରିୟାକୁ ଗଲା ବେଳେ ଏହି ଦୁଇଟି ସହର ପାଇଁ କୌଣସି ସ୍ଵତନ୍ତ୍ର କଟକଣା ହୋଇପାରେ । ଅନ୍ୟ ପକ୍ଷରେ ଜୁଲାଇ ୧୫ ପରେ ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି । ସେହିପରି ସାମାଜିକ, ସଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅନୁମତି ମିଳି ପାରି ନାହିଁ ।

ତେଣୁ ବନ୍ଧୁଗଣ ମଲ୍, ପାର୍ଲର, ସ୍ପା, ସେଲୁନ, ଜିମ୍, ସୁଇମିଙ୍ଗ ପୁଲ୍ ଖୋଲିବା ଓ ସବୁ ଜିଲ୍ଲାକୁ ବସ୍ ଚଳଚଳକୁ ନେଇ ମିଳିପାରେ ଅନୁମତି । ଅନ୍ୟ ପକ୍ଷରେ ବିଶେଷଜ୍ଞ ମାନେ କହୁଛନ୍ତି କଟକ, ଭୁବନେଶ୍ଵର, ପୁରୀ ଓ ବାଲେଶ୍ଵରରେ କଟକଣା ବଳବତ୍ତ ରହିବା ଉଚିତ ।

ଏହା ସହିତ ଗହଳିକୁ ଏଡାଇବା ପାଇଁ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ଯୁ ଜାରି ରହୁ ବୋଲି କହିଛନ୍ତି ବିଶେଷଜ୍ଞ । ତା ହେଲେ ବନ୍ଧୁଗଣ ଲକଡାଉନ ଖୋଲିବ ନା ନାହିଁ ମାତ୍ର ଆଉ ଦୁଇ ଦିନ ମଧ୍ୟରେ ଜଣା ପଡିଯିବ । ଏହି ଲକଡାଉନକୁ ନେଇ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, କଣ ଓଡିଶା ଅନଲକ ହେବା ଉଚିତ ? କମେନ୍ଟ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *