୧ ସେପ୍ଟେମ୍ବର ରୁ ଦେଶରେ ବଦଳିବାକୁ ଯାଉଛି ଏହି ୮ ଟି ନିୟମ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କିପରି ରହିବ ଏହାର ପ୍ରଭାବ

୧ସେପ୍ଟେମ୍ବରରୁ ସାଧାରଣ ଲୋକଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଅଛି | ଏହି ପରିବର୍ତ୍ତନ ପରେ ବଦଳିଯିବ କେତେ ଗୁଡିଏ ଜିନିଷ | ଜଣାଇ ଦେଉଛୁ ଯେ ଯେଉଁ ସବୁ ଜିନିଷରେ ପରିବର୍ତ୍ତନ ହେବ ସେ ସବୁ ମୁଖ୍ୟତଃ LPG, ହୋମ ଲୋନ, EMI, ଏୟାର ଲାଇନସ ସହିତ ଆହୁରି ଅନେକ ଜିନିଷ ସାମିଲ ଅଛି | ତେଣୁ ଏହି ପରିବର୍ତ୍ତନ ଯୋଗୁଁ ଆପଣଙ୍କର ପକେଟ ଉପରେ ଗଭୀର ପ୍ରଭାବ ପଡିବାର ଅଛି | ଚାଲନ୍ତୁ ଆପଣଙ୍କୁ ଜଣେଇ ଦେବୁ ୧ ସେପ୍ଟେମ୍ବରରୁ ହେବାକୁ ଥିବା ପରିବର୍ତନର ସମ୍ପୂର୍ଣ ସୂଚନା |

୧. ଏଲପିଜି ସିଲିଣ୍ଡରର ଦାମ ରେ ପରିବର୍ତ୍ତନ

ଦେଶରେ ବିଶ୍ଵ ମହାମାରୀ କରୋନା ପରେ ଗୋଟିଏ ପଟେ ଯେଉଁଠି ଦରଦାମ ବୃଦ୍ଧି ପାଉଛି ,ତ ସେଇଠି ଆଉ ଗୋଟିଏ ପଟେ ସାଧାରଣ ଲୋକଙ୍କ ପାଇଁ ଖୁସିର ଖବର କି ବହୁତ ଜଲ୍ଦି ରୋଷେଇ ଗ୍ୟାସ ର ଦର କମିପାରେ | ଜଣେଇ ଦେଉଛୁ କି LPG , CNG ଏବଂ PNG ଶସ୍ତା ହୋଇପାରେ |ଜାଣିଥାନ୍ତୁ କି ପ୍ରତି ମାସର ୧ତାରିଖକୁ ସିଲିଣ୍ଡରର ଦାମ ରେ ପରିବର୍ତ୍ତନ ହେଉଛି | ଏବେ ଜଣାପଡୁଛି କି ୧ ସେପ୍ଟେମ୍ବରକୁ ପେଟ୍ରୋଲିୟମ କମ୍ପାନୀ ଗୁଡିକ LPG ର ଦାମ ରେ ରିଭାଇଜ କରିପାରନ୍ତି |

୨. ମହଙ୍ଗା ହେବ ବିମାନଯାତ୍ରା

୧ ସେପ୍ଟେମ୍ବର ରୁ ବିମାନ ର ଟିକେଟ ମହଙ୍ଗା ହେବ | କହିଦେଉଛୁ କି ନାଗରିକ ଏବଂ ଉଡ୍ଡୟନ ମନ୍ତ୍ରଣାଳୟ ୧ ସେପ୍ଟେମ୍ବର ରୁ ଘରୋଇ ଏବଂ ଅନ୍ତର୍ରାଷ୍ଟ୍ରୀୟ ଯାତ୍ରୀଙ୍କ ଠାରୁ ଉଚ୍ଚ ବିମାନ ସୁରକ୍ଷା ଶୁଳ୍କ ନେବାର ନିର୍ଣୟ କରିଛନ୍ତି |ମାନେ ଏବେ ଘରୋଇ ଯାତ୍ରୀ ମାନେ ବିମାନ ସୁରକ୍ଷା ଶୁଳ୍କ ୧୫୦ ବଦଳ ରେ ୧୬୦ ଟଙ୍କା ଦେବେ |ତ ସେଇଠି ଆନ୍ତର୍ଜାତୀୟ ଯାତ୍ରୀ ମାନେ ୪.୮୫ ଡଲାର ଜାଗାରେ ୫.୨ ଡଲାର ଦେବେ |

୩. ବଢିବ EMI ର ବୋଝ ଓ ଶେଷ ହେବ ମୋରେଟୋରିୟମ

EMI ଦେଉଥିବା ଗ୍ରାହକ ମାନଙ୍କ ପକେଟ କୁ ବଡ ଝଟକା ଲାଗିପାରେ |କାହିଁକି ନା କୋଭିଡ -୧୯ ଯୋଗୁ ଗ୍ରାହକ ମାନଙ୍କୁ EMI ଉପରେ ଏହି ବର୍ଷ ମାସ ମାର୍ଚରେ ଯେଉଁ କଟକଣା ଲାଗିଥିଲା ତାହା ୩୧ ଅଗଷ୍ଟ ରେ ଶେଷ ହୋଇଯିବ |ଏହି ବିଷୟରେ ଦେଶ ର ଦୁଇ ବଡ ବ୍ୟାଙ୍କ SBI ଏବଂ PNB ଆସନ୍ତା ସପ୍ତାହ ରେ ନିସ୍ପତି ନେବେ |ଜଣେଇଦେଉଛୁ କି EMI ଉପରେ ଲାଗିଥିବା କଟକଣା କୁ ବ୍ୟାଙ୍କିଙ୍ଗ ସେକ୍ଟର ରେ ଆଗକୁ ବଢେଇବାକୁ ନେଇ ସ୍ଥିତି ଠିକ ହୋଇ ନାହିଁ |

୪. ଦିଲ୍ଲୀ ମେଟ୍ରୋ ଆରମ୍ଭ ହୋଇପାରେ

ରାଜଧାନୀ ଦିଲ୍ଲୀ ରେ ମେଟ୍ରୋ ପୁଣି ଥରେ ଆରମ୍ଭ ହୋଇପାରେ |ଜଣାପଡୁଛି କି ୧ ସେପ୍ଟେମ୍ବର କୁ ଆରମ୍ଭ ହେବାକୁ ଯାଉଛି ଅନ ଲକ ୪.୦ ରେ ମେଟ୍ରୋ ରେଳ ସେବା |ବିଶେଷ ସୂତ୍ର ରୁ ପ୍ରକାଶ ଯେ ମେଟ୍ରୋ ରେଳ ସେବା ୧ ସେପ୍ଟେମ୍ବର ରୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହେଉଛି |

୫. ଆରମ୍ଭ ହେବ ଇନ୍ଡିଗୋ ଏୟାରଲାଇନ୍ସ ର ବିମାନ ସେବା

ବିମାନ କମ୍ପାନୀ ଇଣ୍ଡିଗୋ ନିଜର ବିମାନ ସେବା ଷ୍ଟେପ ବାଇ ଷ୍ଟେପ ଆରମ୍ଭ କରିବାର ନିଷ୍ପତି ନେଇଥିଲା |ଏହି ସମୟ ରେ ୧ ସେପ୍ଟେମ୍ବର ରୁ ପ୍ରୟାଗରାଜ ,କୋଲକତାଏବଂ ସୁରଟ ନିମନ୍ତେ ବିମାନ ସେବା ଆରମ୍ଭ କରାଯିବ |ଏହା ବ୍ୟତୀତ ଭୋପାଳ ଏବଂ ଲକ୍ଷ୍ନୌ ରୁଟ ରେ ଇଣ୍ଡିଗୋ ୧୮୦ ସିଟ ବାଲା ଏୟାରବସ -୩୨୦ ଚଳାଇବ |ଏହି ଉଡାନ ସପ୍ତାହ ରେ ୩ ଦିନ ସୋମବାର ,ବୁଧବାର ଓ ଶୁକ୍ରବାର ସଞ୍ଚାଳିତ ହେବ |ଜଣାଇଦେଉଛୁ କି କମ୍ପାନୀ ସମର ସିଡ୍ୟୁଲରେ ହିଁ ଭୋପାଳ ରୁ ପ୍ରୟାଗରାଜ ,ଆଗ୍ରା ,କୋଲକାତା ,ସୁରଟ ,ଅହମଦାବାଦ ଏବଂ ଆଗ୍ରା ପାଇଁ ବିମାନ ସେବା ଆରମ୍ଭ କରିବାର ଘୋଷଣା କରିଥିଲା |କିନ୍ତୁ କରୋନା ଭାଇରସ ର ବ୍ୟାପିବା କାରଣରୁ ଏହି ସେବା ଆରମ୍ଭ ହୋଇପାରିନଥିଲା |

୬.ସ୍କୁଲ ଖୋଲି ପାରେ

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଅନଲକ ୪.୦ ରେ କେତେକ କଟକଣା ସହିତ ୧ ସେପ୍ଟେମ୍ବର ରୁ ସ୍କୁଲ ଖୋଲିବାର ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି |ଏହି ଯୋଜନା ସମ୍ବନ୍ଧିତ ମନ୍ତ୍ରଣାଳୟ ବିସ୍ତୃତ ଚର୍ଚା କରିଛନ୍ତି |ଏବେ ଜଣାଯାଉଛି କି ଅନଲକ ୪.୦ ର ଗାଇଡଲାଇନ ଏହି ବିଷୟରେ ବିସ୍ତ୍ରୁତ ଭାବରେ ସୂଚନା ଦେବ |

୭. OLA –Uber କରିପାରନ୍ତି ଧର୍ମଘଟ

ଆପ ବେସ୍ଦ କ୍ୟାବ ସର୍ଭିସ କମ୍ପାନୀ ଓଲା ଓ ଉବର ର ଡ୍ରାଇଭର ମାନେ ୧ ସେପ୍ଟେମ୍ବର ରୁ ଦିଲ୍ଲୀ NCR ରେ ବନ୍ଦ ଡାକରା କରିବାର ଧମକ ଦେଇଛନ୍ତି | କ୍ୟାବ ଡ୍ରାଇଭର ମାନଙ୍କର କେତେ ଗୁଡିଏ ଡିମାଣ୍ଡ ଅଛି , ଯାହାକୁ ନେଇ ବନ୍ଦ ଡାକରା ହୋଇପାରେ |ଏହି ବିଷୟରେ ଦିଲ୍ଲୀ ର ସର୍ବୋଦୟ ଡ୍ରାଇଭର ଆସୋସିଏସନ ର ଅଧ୍ୟକ୍ଷ କମଳଜିତ ସିଂହ ଗିଲ କହିଛନ୍ତି ଯେ ଯଦି ସରକାର ଆମର ଦାବି ପୁରା କରିବାରେ ବିଫଳ ହେବେ ତ ପାଖାପାଖି ୨ ଲକ୍ଷ କ୍ୟାବ ଡ୍ରାଇଭର ବନ୍ଦ ଡାକରାରେ ସାମିଲ ହେବେ |

୮. GST ଦେବାରେ ଡେରି କଲେ ଲାଗିବା ୧୮% ସୁଧ

ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ବସ୍ତୁ ଏବଂ କର ସେବା ଦେବାରେ ଡେରି ହେବ ତ ସେପ୍ଟେମ୍ବର ୧ରୁ ସବୁ ଟାକ୍ସ ଦେବା ଉପରେ ସୁଧ ଲାଗିବ | ଜଣାଇଦେଉଛୁ ଯେ କୌଣସି ସଂସ୍ଥା GST ଦେବାରେ ଡେରି ଉପରେ ପାଖାପାଖି ୪୬୦୦୦ କୋଟି ଟଙ୍କା ବାକି ସୁଧର ଆଦାୟ ଉପରେ ଚିନ୍ତା ପ୍ରକଟ କରିଥିଲେ | ଏମିତିରେ ୧୮% ସୁଧ ଲାଗିବ ,ଯାହାକି ୧ ସେପ୍ଟେମ୍ବର ରୁ ଲାଗୁ ହେବ |

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *