ବ୍ରାହ୍ମଣୀ ନଦୀରେ ପାଣି ସ୍ରୋତରେ ଆପେ ଆପେ ଗଢି ହୋଇ ଯାଇଛି ବିଶାଳକାୟ ଅନନ୍ତ ଶୟନ ବିଷ୍ଣୁ ମୂର୍ତ୍ତି, ବିଶ୍ଵାସ ହେଉନଥିଲେ ବି ସତ, ଦେଖନ୍ତୁ ଏହି Video

ଅନନ୍ତ ସୟନରେ ଭଗବାନ ବିଷ୍ଣୁ । ଚାରୋଟି ହାତରେ ସୋଭା ପାଉଛି ଶଙ୍ଖ, ଚକ୍ର, ଗଦା ପଦ୍ମ । ମୁଣ୍ଡ ମୁକୁଟରେ ଘେରି ରହିଛି ଅନନ୍ତ ସର୍ପ । ଢେଙ୍କାନାଳ ପର୍ଜଙ୍ଗ ବ୍ଲକ ସରଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ରେ ଅଛି ଭଗବାନ ବିଷ୍ଣୁଙ୍କ ଅନନ୍ତ ସୟନ ମୂର୍ତ୍ତି । ହେଲେ ରକ୍ଷଣ ବେକ୍ଷଣ ନହେବାରଉ ଏହି ବିଶାଳ ମୂର୍ତ୍ତିଟି ଲୀନ ହେବାର ଆଶଙ୍କା କରୁଛନ୍ତି ଲୋକେ । ୭ ଏକର ୧୩ ଡିସିମିଲ ଜାଗାରେ ନିର୍ମାଣ ହୋଇଥିବା ଏହି ମୂର୍ତ୍ତିର ଦାୟିତ୍ଵ ନେଇଥିଲା ପ୍ରତ୍ନତତ୍ଵ ବିଭାଗ ।

ହେଲେ ପ୍ରତ୍ନତତ୍ଵ ବିଭାଗ କେବଳ ସେହି ସ୍ଥାନରେ ଲୁହା ବାଡ ଦେଇ ନିଜ କାମ ସାରି ଥିବାର ଅଭିଯୋଗ ହୋଇଛି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଲୁହା ବାଡର ସ୍ଥିତି ଦେଖନ୍ତି କେମିତି ଭାଙ୍ଗି ଯାଇଛି । ଏବେ ଏହି ପୀଠର ସୁରକ୍ଷା ପାଇଁ ଦାବି କରିଛନ୍ତି ସରଙ୍ଗ ବାସୀ । ସରଙ୍ଗ ବାସିନ୍ଧା ସୁଶାନ୍ତ କୁମାର ସିଂହଙ୍କ ମତରେ, ପ୍ରତ୍ନତତ୍ଵ ବିଭାଗ ପାଖାପାଖି ଦୁଇ ବର୍ଷ ହେବ ଏଠାକାର ଦାୟିତ୍ଵ ନେଇ ଥିଲେ ।

ସେମାନେ ମୂର୍ତ୍ତିର ଚାରି ପାଟରେ ଲୁହା ବାଡ ଲଗାଇ ଥିଲେ ହେଲେ ନଦୀ ସ୍ରୋତ ବଢି ଯିବାରୁ ଲୁହା ବାଡ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ଗାଁ ବାସିନ୍ଧାଙ୍କ ମତରେ, ଏହି ମୂର୍ତ୍ତିଟି ଆଜିକୁ ୮୦୦ ବର୍ଷ ତଳର ବୋଲି ଲୋକ ମାନେ କୁହନ୍ତି । ହେଲେ ଏହି ମୂର୍ତ୍ତିର ରକ୍ଷଣ ବେକ୍ଷଣ ଠିକ ଭାବରେ ହୋଇ ପାରୁ ନାହିଁ । ଅନନ୍ତ ସୟନ ମୂର୍ତ୍ତିକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଯୋଡି ହୋଇ ରହିଛି ।

୫୧ ଫୁଟ ଲମ୍ଭ ଓ ୨୩ ଫୁଟ ଓସାର ଏହି ମୂର୍ତ୍ତିକୁ ବୋଧେ କେହି ତିଆରି କରି ନାହାନ୍ତି । ନବମ ଶତାବ୍ଧିରେ ଏହି ବିଶାଳ ମୂର୍ତ୍ତିରେ ଆପେ ଆପେ ନଦୀ ଜଳ ସ୍ରୋତ ଯୋଗୁ ସୃଷ୍ଟି ହୋଇଯାଇଛି । ବ୍ରାହ୍ମଣୀ ନଦୀରେ ଥିବା ଏହି ମୂର୍ତ୍ତି ଦ୍ଵାଦଶ ଶତାବ୍ଧିରେ ଲୋକ ଲୋଚନକୁ ଆସିଥିବାର ଶୁଣିବାକୁ ମିଳିଛି । ଆଗରୁ ଏହି ପୀଠକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏବେ ଆଉ ସେଭଳି ଲୋକ ଆସୁ ନାହାନ୍ତି ।

ସରକାର ପୀଠର ବିକାଶ ପ୍ରତି ଦ୍ରୁଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ବନ୍ଧୁଗଣ ଏହି ପୀଠର ବିକାଶ ପାଇଁ ଗ୍ରାମବାସୀ ମାନେ ବହୁତ ଚିନ୍ତାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ବ୍ରାହ୍ମଣୀ ନଦୀରେ ଥିବା ଏହି ବିଶାଳକାୟ ମୂର୍ତ୍ତି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *