ସରିଲା ବୋର୍ଡ ପରୀକ୍ଷା ହେଲେ ମାଡି ଆସିଲା ବିପଦ !

ନମସ୍କାର ବନ୍ଧୁଗଣ । ସରିଲା ପରୀକ୍ଷା ମାଡି ଆସିଲା ବିପଦ ! ତେବେ ସୂଚନା ମୁତାବିକ ଦଶମ ଶ୍ରେଣୀର ଛାତ୍ରୀ ପରୀକ୍ଷା ଦେଇ ଫେରୁଥିବା ବେଳେ ଘଟିଯାଇଥିଲା ଦୁର୍ଘଟଣା ! ତେବେ ଚୌଦାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଓଟିଏମ୍ ବଜାର ପାଖରେ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଯାହା ଦ୍ଵାରା ଛାତ୍ରୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହା ସହ ଘଟଣା ସ୍ତଳରୁ ଛାତ୍ରୀ ଜଣଙ୍କୁ ସଙ୍ଗେ ସଙ୍ଗେ ଗାଡି ଦ୍ଵାରା ନିକଟସ୍ଥ ମେଡିକାଲକୁ ପଠା ଯାଇଥିଲା । ତେବେ ସେଠାରୁ ଛାତ୍ରୀ ଜଣଙ୍କ ଯିବା ପରେ ଘଟଣା ସ୍ତଳରେ ସ୍ତଳରେ ସ୍ଥାନୀୟ ଲୋକଙ୍କର ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ବହୁତ ଦିନ ଧରି ରାସ୍ତା କାମ ହେବ ବୋଲି ରାସ୍ତା ଖୋଳାଖୋଳି ହୋଇ ରାସ୍ତା ଦରଭଙ୍ଗା ଅବସ୍ତାରେ ପଡି ରହିଛି । ହେଲେ କଣ୍ଟ୍ରାକ୍ଟର ରାସ୍ତା କାମ ଅଧାରେ ପକେଇ ଦେଇ ଚାଲି ଯାଇଛନ୍ତି ।

ରାସ୍ତା କମକୁ ଠିକ ଭାବରେ କମ୍ପ୍ଲିଟ କରୁ ନାହାନ୍ତି । ଏହି ଜାତୀୟ ରାଜରାସ୍ତା ଦେଇ ଦିନକୁ ଶହ ଶହ ଗାଡି ଯାତାୟାତ କରୁଛନ୍ତି । ହେଲେ ରାସ୍ତା କାମ କମ୍ପ୍ଲିଟ ସରକାର କରୁ ନାହାନ୍ତି । ଯାହା ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଏହି ରାସ୍ତାରେ ଘଟୁଛି । ବଡ ବଡ ଗାଡି ଟ୍ରକ, ବସ ଆଦି ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ଗାଡି ଗାଡି ସହ ଦୁର୍ଘଟଣା ଘଟିବ ସହ ପ୍ରାୟତଃ ସମୟରେ ରାସ୍ତାଜାମ ହୋଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ସରକାରଙ୍କୁ ନିବେଦନ ଯଥା ଶୀଘ୍ର ରାସ୍ତା କାମକୁ ସଜାଡନ୍ତୁ । ଲୋକ ଲଗେଇ ରାସ୍ତାର ସଠିକ ଭାବରେ ମରାମତି କରି ଭଲ ରାସ୍ତା ତିଆରି କରନ୍ତୁ । ନଚେ ଏହିପରି ଭାବରେ ଦିନେ ଛାଡି ଦିନେ ଦୁର୍ଘଟଣା ଘଠୁଥିବ । ସାଧାରଣ ଜନତା ମାନେ ଏହିପରି ରୋଡ ଅସୁବିଧାର ସାମ୍ନା କରୁଥିବେ ।

ତେବେ ଗତ କାଲି ମଧ୍ୟ ଏହି ରାସ୍ତା ଉପରେ ଏହିପରି ଏକ ରୋଡ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଗଣ ମାଧ୍ୟମ ଦ୍ଵାରା ସରକାରଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *