ସ୍ତ୍ରୀ Mama Mishra ଙ୍କୁ ନେଇ କିଛି ଏମିତି କହିଦେଲେ ଓଲିଉଡ ଅଭିନେତା Siddhanta Mahapatra…ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ, ଓଡିଆ ସିନେ ଜଗତର ଜଣେ ଜଣା ଶୁଣା କଳକାର ହେଉଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ପ୍ରତି ଓଡିଶାବାସୀଙ୍କ ଭଲ ପାଇବା ବହୁତ ଅଧିକ ମାତ୍ରାରେ ରହିଛି । ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସ୍ୱରୂପ ବ୍ୟକ୍ତିତ୍ଵ ଅଟନ୍ତି । ତେବେ ସିଦ୍ଧାନ୍ତ ମହାପାତ୍ର କଣ କହିଛନ୍ତି ତାଙ୍କ ପତ୍ନୀ ମାମା ମିଶ୍ରଙ୍କ ସମ୍ପର୍କରେ ଏବଂ କିଭଳି ମାମା ମିଶ୍ର ତାଙ୍କୁ ଫିଟ କରି ରଖିଛନ୍ତି ଏହାର ଖୁଲାସା କରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସିଦ୍ଧାନ୍ତ ମହାପତ୍ର କହିଥିବା କଥା ସମ୍ପର୍କରେ ।

ସିଦ୍ଧାନ୍ତଙ୍କ ଫିଟନେସ ପଛର ରହସ୍ୟ ପଚାରିବାରୁ ସିଦ୍ଧାନ୍ତ କହିଥିଲେ ଏଥି ପାଇଁ ସର୍ବପ୍ରଥମ ଦାୟୀ ହେଉଛନ୍ତି ମୋ ଧର୍ମ ପତ୍ନୀ ମାମା । ପତ୍ନୀ ମାମା ମିଶ୍ରଙ୍କ ଖାଇବା ସିଦ୍ଧାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟର ସିକ୍ରେସନ । ସିଦ୍ଧାନ୍ତ ମହପାତ୍ର ବିଲକୁଲ ମଧ୍ୟ ଡାଇଟିଙ୍ଗ କରନ୍ତିନି ସେ ସବୁ ଜିନିଷ ଖାଆନ୍ତି ଯାହାକି ଖାଇ ହେବ ଏବଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ । ଏହିସବୁ କଥାର ଧ୍ୟାନ ତାଙ୍କ ପତ୍ନୀ ମାମା ମିଶ୍ର ସର୍ବଦା ରଖିଥାନ୍ତି ।

ତେଣୁ ସେ ଏହାକୁ ଡାଇଟିଙ୍ଗ ନାମ ବିଲକୁଲ ମଧ୍ୟ ଦେଇନାହାନ୍ତି । ସିଦ୍ଧାନ୍ତ କହିଛନ୍ତି ଆପଣଙ୍କ ଫିଟନେସ ପାଇଁ 90 ପ୍ରତିଶତ ଆପଣଙ୍କ କିଚେନର ଦାୟିତ୍ଵ । ଆଉ ଜିମ ହେଉଛି ୧୦ ପ୍ରତିଶତ । ସ୍ଵସ୍ଥକର ଖାଦ୍ୟ ଖାଆନ୍ତୁ ଏବଂ ଯେତିକି ଦରକାର ଆପଣଙ୍କ ଦେହ ପାଇଁ ସେତିକି ହିଁ ଖାଆନ୍ତୁ ବୋଲି କହିଛନ୍ତି ସିଦ୍ଧାନ୍ତ ।

କେବେ ବି ସିଦ୍ଧାନ୍ତ ଗାଡିରେ କୁଆଡେ ଯିବାକୁ ପସନ୍ଦ କରିନଥାନ୍ତି ସେ ସବୁବେଳେ ସାବୁଆଡେ ସାଇକେଲ ଯାଇଥାନ୍ତି । ଖରାରେ ବି ସେ ସାଇକେଲ ଧରି ଭୁବନେଶ୍ଵର ରୁ କଟକ ଯାଇଥାନ୍ତି । ତେଣୁ ଏକ ପ୍ରକାର ତାଙ୍କ ଫିଟନେସ ପାଇଁ ଏହା ମଧ୍ୟ ଦାୟୀ । ସବୁବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଏକ ସାଇକେଲରେ ବସି ହେଲମେଟ ପିନ୍ଧି ଯିବାର ଦୃଶ୍ୟ ପ୍ରାୟ ସମସ୍ତେ ଦେଖିଥାନ୍ତି ।

ତେଣୁ ସେ ନିଜର ଫିଗରକୁ ପ୍ରାକୃତିକ ଉପାୟରେ ମେଣ୍ଟେନ କରି ରଖିଛନ୍ତି । ଆଉ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ ତଥା ସ୍ଵାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରାଇ ଖୁଆଉଛନ୍ତି ଯେଉଁଥି ପାଇଁ ସିଦ୍ଧାନ୍ତ ମହାପାତ୍ର ଆଜି ଏତେ ଫିଟ ନଜର ଆସୁଛନ୍ତି । ଆଶା କରୁଛୁ ତାଙ୍କ ଯୋଡି ଏମିତି ବନି ରହୁ ଏବଂ ସିଦ୍ଧାନ୍ତ ମହାପାତ୍ର ସବୁବେଳେ ଏମିତି ଫିଟ ରୁହନ୍ତୁ ।

Leave a Reply

Your email address will not be published. Required fields are marked *