ବ୍ଲାକ ଫଙ୍ଗସ କଣ ? ଏହା କାହାକୁ କରୁଛି ସଂକ୍ରମଣ ଓ କିପରି କରିବେ ଏହାର ଚିକିତ୍ସା- Dr Sunil Kumar Kota

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ବହୁତ ଭୟଙ୍କର ରହିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ ସଂକ୍ରମଣ ହାର ତୀବ୍ର ଗତିରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ବଢିବା ହେତୁ କେନ୍ଦ୍ର ସରକାର ବହୁତ ଚିନ୍ତାରେ ଅଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହା ଜଣା ପଡିଛି ଯେ, ଯେଉଁ ଲୋକମାନେ କରୋନା ମହାମାରୀରେ ସଂକ୍ରମିତ ହୋଇ ସୁସ୍ଥ ହୋଇଯାଉଛନ୍ତି ସେମାନଙ୍କ ମଧ୍ୟରେ ବ୍ଲାକ ଫଙ୍ଗସ ନାମକ ଏକ ସମସ୍ୟା ଦେଖା ଦେଉଛି ।

ବନ୍ଧୁଗଣ ଏହି ବ୍ଲାକ ଫଙ୍ଗସକୁ ମେଡିକାଲ ଟର୍ମରେ ମ୍ୟୁକର ମାଇକୋସେସ କୁହାଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବ୍ଲାକ ଫଙ୍ଗସ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅଧିକାଂଶ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣି ନାହାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଡାକ୍ତର ସୁନୀଲ କୁମାର କୋଟାଙ୍କ ମତରେ, ଏହା ହେଉଛି ଏକ ଫଙ୍ଗସ ଜନିତ ରୋଗ ଯାହା ମ୍ୟୁକୋର ମାଇସିଟିସ ଗୃପରେ ଅନ୍ତର୍ଗତ ୬ଟି ଫଙ୍ଗସ ତଥା ରାଇଜୋଫସ, ରାଇଜୋ ମ୍ୟୁକର, ମ୍ୟୁକର ଓ କନିଙ୍ଘାମେଲା ଆଦି ଫଙ୍ଗସ ଯୋଗୁଁ ହୋଇଥାଏ । ବନ୍ଧୁଗଣ ଏହା ପରିବେଶରେ ସାଧାରଣତଃ ଓଦା ମାଟି, ମଇଳା ପାଣି, ଚାଷରେ ବ୍ୟବହୃତ ହେଉଥିବା ଖତ ଏବଂ ଗଛରୁ ଝଡି ପଡିଥିବା ଫୁଲ ଯାହା ସଢି ଯାଇଥାଏ ସେହିଠି ବାସ କରିଥାଏ ।

ଏହା ସାଧାରଣତଃ ଶ୍ଵାସ ଦ୍ଵାରା ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଓ କିଛିଟି ବିଶେଷ କ୍ଷେତ୍ରରେ ଏହା ଚର୍ମ ଦ୍ଵାରା ମଧ୍ୟ ଶରୀରକୁ ପ୍ରବେଶ କରିଥାଏ । ବନ୍ଧୁଗଣ ଏହାକୁ ଆମେ ଏକ ବିରଳ ଫଙ୍ଗସ ମଧ୍ୟ କହିପାରିବା । ଯେଉଁ ମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ ରହିଥାଏ, ଯେଉଁ ଲୋକ ମାନଙ୍କଉ ଡାଇବେଟିସ ଆଦି ରୋଗ ହୋଇଥାଏ, ଯେଉଁ ମାନେ ଦୀର୍ଘ ଦିନ ଧରି ଷ୍ଟେରୋଡ ବ୍ୟବହାର କରୁଛନ୍ତି ଓ ଯେଉଁ ମାନଙ୍କର ବ୍ଲଡ଼ କ୍ୟାନ୍ସର ଆଦି ସମସ୍ୟା ରହିଥାଏ ଏହି ଫଙ୍ଗସ ସେହି ଲୋକଙ୍କ ଦେହରେ ଦେଖା ଦେଇଥାଏ ।

ଏହା ସହିତ ଏଡ୍ସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ବା ଯେଉଁ ମାନେ ନିଜ ଶରୀରର କିଛି ଅଙ୍ଗ ପ୍ରତିରୋପଣ କରିଛନ୍ତି ସେମାନଙ୍କ ଶରୀରରେ ଏହି ସମସ୍ୟା ଅଧିକାଂଶ ଦେଖା ଦେଇଥାଏ ।ବର୍ତ୍ତମାନ ଏହା କରୋନା ରୋଗୀ ମାନଙ୍କ ମଧ୍ୟରେ ଦେଖା ଯାଉଛି । ବନ୍ଧୁଗଣ ଏହା ସାଧାରଣତଃ ଅଧିକ ବୟସ୍କ ଥିବା ଲୋକ ମାନଙ୍କ ମଧ୍ୟରେ ଦେଖାଦେଇଥାଏ । ବନ୍ଧୁଗଣ ଏହି ସମସ୍ୟା ହେଲେ ଲୋକ ମାନଙ୍କର କିଡ୍ନି, ଚର୍ମ ଜନିତ ସମସ୍ୟା, ଫୁସଫୁସ ଜନିତ ସମସ୍ୟା ହୋଇଥାଏ ।

ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ବ୍ଲାକ ଫଙ୍ଗସ ସମସ୍ୟା ରହିଛି ତା ହେଲେ ଆପଣ ଏହାକୁ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆପଣ ଏହାକୁ ଯେତେ ଶୀଘ୍ର ଚିକିତ୍ସା କରାଇବେ ଆପଣ ବହୁତ ଶୀଘ୍ର ସୁସ୍ଥ ହୋଇପାରିବେ । ଯଦି ଆପଣ ଏହାକୁ ଅବହେଳା କରିବେ ତା ହେଲେ ଆପଣଙ୍କୁ ଆଗାମୀ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *