କରୋନାରେ “ଲଭ ୟୁ ଜିନ୍ଦଗୀ” ଗର୍ଲ ଛାଡିଲେ ଦୁନିଆ, Sonu Sood ଭାବୁକ ହେଇ ଲେଖିଲେ କିଛି ଏମିତି…ଶୁଣିଲେ ଆପଣ ବି କାନ୍ଦି ପକେଇବେ

ଦେଶ ରେ ଆଜି କାଲି କରୋନା ମହାମାରୀ ଚାରିଆଡେ ଆତଙ୍କ ଖେଳାଇ ରହିଛି । ସମସ୍ତେ ଏହି ମହାମାରୀ ଠାରୁ ଭୟବିତ ହୋଇ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତେ ଘରେ ରହୁଛନ୍ତି ।

ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । କିଛି ଜରୁରୀ କାର୍ଯ୍ୟ ଆସିଲେ ହିଁ ଘରୁ ବାହାର କୁ ଯାଆନ୍ତୁ ଏବଂ ବାହାରକୁ ଗଲେ ମୁହଁ ରେ ମାସ୍କ ପିନ୍ଧନ୍ତୁ ଏବଂ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏଵଂ ଖାଇବା ପୂର୍ବରୁ ହାତକୁ ୨ ମିନିଟ ପର୍ଯ୍ୟନ୍ତ ଭଲ ରେ ଧୋଇ ଦିଅନ୍ତୁ । କାରଣ ଏହି ମହାମାରୀ ଅନେକ ଜୀଵନ ନେଇ ସାରିଲାଣି ।

ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟି ସେ କାହାକୁ ଛାଡୁ ନାହିଁ । ତେଣୁ ନିଜେ ସତର୍କତା ଅବଲମ୍ବନ କରି ନିଜେ ହିଁ ସୁରକ୍ଷିତ ରହି ପାରିବା । ଏହି କରୋନା ସମୟରେ ଅନେକ ଲୋକ ନିଜ ଘରକୁ ଯାଇ ପାରୁ ନାହାଁନ୍ତି ଏବଂ ଖାଦ୍ୟ ଖାଇବା ପାଇ ପାରୁ ନାହାଁନ୍ତି ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ବଲିଉଡ ର ଲୋକପ୍ରିୟ ଅଭିନେତା ସୋନୁ ସୁଦ ସମସ୍ତ ଙ୍କୁ ସାହାଯ୍ୟ କରୁଛନ୍ତି ।

ସେ ବର୍ତ୍ତମାନ ସମୟରେ ଲୋକ ମାନଙ୍କ ପାଇଁ ଦେଵତା ହୋଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ମିଡ଼ିଆ ରେ ଏକ ନ୍ୟୁଜ କୁ ଦେଖି ସୋନୁ ସୁଦ ଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇଛି । ଏବଂ ସେ ବହୁତ ମନଦୁଃଖ ମଧ୍ୟ କରୁଛନ୍ତି ତେବେ ସେହି ନ୍ୟୁଜ ଟି କଣ ଆସନ୍ତୁ ଜାଣିନେବା ।

ଜଣେ ଝିଅ ଯିଏ ନିଜକୁ ଭିତରୁ ବହୁତ ଦୃଢ଼ କରିଥିଲା । ସେହି ଝିଅ ଜଣ ଙ୍କ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇ ପଡ଼ିଥିଲା ଅମ୍ଳଜାନ ଅଭାବ ରୁ । ତାଙ୍କୁ ଆଇ ସି ୟୁ ରେ ବେଡ଼ ନ ମିଳିବାରୁ ତାଙ୍କୁ ଏନ ଆଇ ବି ରେ ରଖା ଯାଇଥିଲା ଏବଂ ତାଙ୍କର ସେଠାରେ ପ୍ଲାଜମା ଥେରପି ଭଳି ଅନେକ ଚିକିତ୍ସା ମଧ୍ୟ କରା ଯାଉଥିଲା ।

ସେହି ଝିଅ ଟି ଯେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ସେତେବେଳେ ସେ ଡାକ୍ତର ଙ୍କୁ ନିଜ ମନବଳ ବଢ଼ାଇବା ପାଇଁ କିଛି ଗୀତ ବଜାଇବା ପାଇଁ କହିଥିଲେ ଏବଂ ଡାକ୍ତର ଆଲିଆ ଏବଂ ଶାହାରଖ ଖାନ ଙ୍କର ଲଭ ୟୁ ଜିନ୍ଦେଗି ଗୀତ ଲଗାଇ ଥିଲେ ଏବଂ ସେହି ଗୀତରେ ସେ ଝୁମି ଉଠିଥିଲେ । ଡାକ୍ତର ଏହି ଭିଡିଓ କୁ ପୋଷ୍ଟ କରି କହିଛନ୍ତି କି ଏହି ଦୃଢ଼ ମନବଳ ରଖିଥିବା ଝିଅ ପାଇଁ ଆପଣ ମାନେ ପ୍ରାର୍ଥନା କରନ୍ତୁ ।

କିନ୍ତୁ ଦୁଃଖ ର କଥା ଏହା କି ସେହି ଝିଅ ର ଫୁସଫୁସ ଅତ୍ୟଧିକ ନଷ୍ଟ ହୋଇ ଯାଇଥିବାରୁ ସେ ଅଧିକ ଦିନ ବଞ୍ଚି ପାରିଲା ନାହିଁ । ଏବଂ ସେହି ସାହସୀ ଝିଅ ଟି ଆଖି ବୁଜି ଦେଲା । ଏହି ଖବର ପ୍ରକାଶ ହେଲା ପରେ ବଲିଉଡ ର ଅଭିନେତା ସୋନୁ ସୁଦ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ସେ ବହୁତ ଭାଙ୍ଗି ମଧ୍ୟ ଯାଇଛନ୍ତି ।

ସେ ଲେଖିଛନ୍ତି କି- ମୁଁ କେବେ ଭାବି ନଥିଲି କି ସେ ନିଜ ପରିବାର କୁ ପୁନଃ ବାର ଦେଖି ପାରିବ ନାହିଁ । ଏମିତି କେତେ ଜୀଵନ ଅଛି ଯିଏ ବଞ୍ଚିବା ପାଇଁ ଯୋଗ୍ୟ କିନ୍ତୁ ସେମାନେ ଆଉ ନାହାନ୍ତି । ଏହି ମୁହୂର୍ତ୍ତ କୁ ଆମେ କେବେବି ଭୁଲି ପାରିବା ନାହିଁ । ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଏହି ସମୟ ବହୁତ ଖରାପ କିନ୍ତୁ ବହୁତ ଶୀଘ୍ର ଏହା ମଧ୍ୟ ପଳାଇବ ।

ଏହା ସହ ସରକାର ଙ୍କ ନିର୍ଦେଶ ଗୁଡିକ କୁ ମଧ୍ୟ ଲେଖିଛନ୍ତି ଏବଂ ନିଜର ସୁରକ୍ଷା ନିଜ ହାତରେ ଅଛି ବୋଲି ସେ କହିଛନ୍ତି । ସେଥିପାଇଁ ଘରେ ରୁହନ୍ତୁ ସାମାଜିକ ଦୂରତା ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *