ସଟଡାଉନ ରେ କରିବାକୁ ଯାଇଥିଲେ ମର୍ନିଂ ୱାକ, ପୋଲିସ କରିଲା କିଛି ଏମିତି କାମ, ଦେଖନ୍ତୁ ଭିଡିଓ

କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହିତ ତୀବ୍ର ଗତିରେ ଜଣ ସାଧାରଣଙ୍କ ମଧ୍ୟରେ ସଂକ୍ରମିତ ହେଉଛି ।

ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଥିବା ରାଜ୍ୟ ସରକାର ମାନେ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି । ବନ୍ଧୁଗଣ ଗତ କିଛି ଦିନ ହେବ କେନ୍ଦ୍ର ସରକାର ମଧ୍ୟ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଗାଇଡଲାଇନ ରୁଜୁ କରିଥିଲେ ।

ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ବହୁତ ଲୋକ ସରକାରଙ୍କ ଗାଇଡଲାଇନର ପାଳନ କରୁଥିବା ବେଳେ ଅନ୍ୟ ପକ୍ଷରେ କିଛି ଲୋକ ସରକାରଙ୍କ ନିୟମର ଉଲଂଘନ କରୁଛନ୍ତି । ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ କିଛି ଲୋକଙ୍କୁ ପୋଲିସ ମାନେ ଏକ୍ସସାଇଜ କରାଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ହରିୟଣାର ଆମ୍ବାଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି ସ୍ଥାନରେ ଲକଡାଉନ ଜାରି ହୋଇଥିବା ସମୟରେ କିଛି ଲୋକ morning walk ବାହାନାରେ ବାହାରକୁ ଯାଇଥିଲେ ।

ହେଲେ ହଠାତ ସେହି ସମୟରେ ପୋଲିସ ସେମାନଙ୍କ ଉପରେ ଚଢାଉ କରିଥିଲା ଓ ବହୁତ ସମୟ ପର୍ଯ୍ୟନ୍ତ ସେହି ଲୋକ ମାନଙ୍କୁ ଏକ୍ସସାଇଜ କରାଇ ତାଙ୍କ ଦେହରୁ ଝାଳ ବାହାର କରାଇଥିଲା ପୋଲିସ । ବନ୍ଧୁଗଣ ଏହି ଲୋକ ମାନଙ୍କୁ ରାସ୍ତା ମଝିରେ ଛିଡା କରାଇ ପୋଲିସ କର୍ମଚାରୀ ମାନେ ଏକ୍ସସାଇଜ କରାଇଥିଲେ ।

ପୋଲିସ ସେହି ଲୋକ ମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଏକ୍ସସାଇଜ କରାଇ ଚେତାବନୀ ଦେଇ ଛାଡି ଥିଲା । ଆଗାମୀ ଦିନରେ ଯଦି ଏହି ପରିକା କୌଣସି ଭୁଲ ହେବ  ତା ହେଲେ ରସିଦ କଟା ହେବ ବୋଲି ଚେତାବନୀ ଦେଇଛି ପୋଲିସ । ବନ୍ଧୁଗଣ କାରୋନା କାଳରେ ଲକଡାଉନ ଚାଲିଛି ଓ କାରୋନା ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା ଚାଲିଛି ହେଲେ କିଛି ଅମାନିଆ ମାନଙ୍କ ପାଇଁ ଏହି ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ବନ୍ଧୁଗଣ ଆପଣ ମାନେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *