କରୋନା ପରେ ହୋଇପାରେ ବ୍ଲାକ ଫଙ୍ଗସ ଇନଫେକ୍ସନ, ଜାଣନ୍ତୁ ଏହାର ଲକ୍ଷଣ, ପରୀକ୍ଷା ଓ ଏହାର ଉପଚାର- Dr. Rahil Chaudhury

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି

ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ।

ବାହାରକୁ ଘରେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ । ଏବଂ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ । କିନ୍ତୁ ଏବେ ମିଡ଼ିଆର ସୂତ୍ରରୁ ଜଣାପଡ଼ିଛି କି ଏହି କରୋନା ମହାମାରୀ ପରେ ବର୍ତ୍ତମାନ ଲୋକଙ୍କୁ ଏକ ନୂତନ ରୋଗ ହେଉଛି ଯାହାର ନାମ ବ୍ଲାକ ଫଙ୍ଗସ୍ ।

ଯେଉଁ ଲୋକମାନେ କରୋନା ରୁ ଭଲ ହୋଇ ଏହି ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପଡୁଛି । ତେବେ ଆଜି ଆମେ ସେହି ନୂତନ ରୋଗ ବ୍ଲାକ ଫଙ୍ଗସ୍ ବିଷୟରେ ଆଲୋଚନା କରିବା । ଏହି ରୋଗ ସେହି ମାନଂକୁ ହୋଇଥାଏ ଯେଉଁ ମାନଙ୍କ ର ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ । ଯେଉଁମାନେ ବହୁତ ଦୁର୍ବଳ ଥାଆନ୍ତି । ଏବଂ ଯେଉଁମାନଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିବ ସେହି ମାନଂକୁ ହିଁ ଅଧିକ ଆକ୍ରାନ୍ତ କରିଥାଏ ।

ଏହା କୌଣସି ନୂତନ ରୋଗ ନୁହେଁ ଏହା କରୋନା ର ଆରମ୍ଭ ବେଳୁ ହିଁ ଏହି ରୋଗ ଦେଖା ଦେଇଥିଲା । ଏଵଂ ଏହି ଯୋଗୁଁ ଅନେକ ଲୋକଙ୍କ ମୃ-ତ୍ୟୁ ମଧ୍ୟ ହୋଇଥିଲା କିନ୍ତୁ ସେତେବେଳେ ଏହା ବହୁତ ଅଳ୍ପ ଲୋକଙ୍କୁ ହୋଇ ଥିବାରୁ ଏହା ମିଡ଼ିଆ କିମ୍ବା ସମ୍ବାଦ ରେ ପ୍ରସାରିତ ହୋଇ ନଥିଲା । କିନ୍ତୁ ବର୍ତ୍ତମାନ ଏହା ବହୁତ ଘାତକ ହୋଇ ଥିବାରୁ ଏହା ସବୁଆଡେ ବ୍ୟାପି ବାରେ ଲାଗୁଛି ।

ଏହି ରୋଗ ଟି ଯେଉଁ ଲୋକ ମାନେ କରୋନା ରେ ଆକ୍ରାନ୍ତ ହୋଇ ନିଜର ରୋଗ ପ୍ରତିରୋଧକବ ଶକ୍ତି କମ ଥାଏ ସେହି ମାନଂକୁ ହିଁ ହୋଇଥାଏ । ଏହା ଛଡା ଯେଉଁମାନେ ମଧୁମେହ ରୋଗୀ, ଏଚ- ଆଇ- ଭି ରୋଗୀ ,କିମ୍ବା କ୍ୟାନ୍ସର ରୋଗୀ ଆଦି ଏହି ଭଳି ରୋଗୀ ମାନଂକୁ ହିଁ ଏହା ହେବାର ଅଧିକ ସମ୍ଭାବନା ରହିଛି ।

କିନ୍ତୁ ଯେଉଁମାନେ ସୁସ୍ଥ ଅଛନ୍ତି ଏବଂ କୌଣସି ରୋଗ ହୁଏ ନାହିଁ ସେହି ମାନେ ଏଥିପ୍ରତି ଚିନ୍ତା କରିବା କୌଣସି ଆବଶ୍ୟକ ନାହିଁ । କିନ୍ତୁ ତଥାପି ଆପଣ ସଚେତନ ରହିବା ଆବଶ୍ୟକ ଏବଂ କୋଭିଡ ର ସବୁ ନିୟମ କୁ ମଧ୍ୟ ମାନିବା ଉଚିତ । ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଉତ୍ତମ ଆହାର ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ କୁ ଖାଇବା ଉଚିତ ।

ଏହି ଫଙ୍ଗସ୍ ର ଲକ୍ଷଣ ହେଉଛି ଯେଉଁ ଲୋକମାନେ କରୋନା ଭାଇରସ ରୁ ଭଲ ହୋଇ ସାରିବା ପରେ ମଧ୍ୟ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଛି କିମ୍ବା ନାକ ରେ ଦରଜ ଏବଂ ଫୁଲି ଯାଉଛି । ତେବେ ଏହା ବ୍ଲାକ ଫଙ୍ଗସ୍ ମଧ୍ୟ ହୋଇ ପାରେ ।

ଏହା ଦ୍ୱାରା ଆପଣ ଙ୍କ ମୁହଁ ଫୁଲି ଯିବ । ଏବଂ ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡିପାରେ ତେଣୁ ଆଖି ନଷ୍ଟ ହେବାର ମଧ୍ୟ ସମ୍ଭାବନା ଥାଏ । ଏବଂ ଏହା ଆମ ମସ୍ତିଷ୍କ କୁ ମଧ୍ୟ ପ୍ରଭାବିତ କରି ପାରିଥାଏ ଏବଂ ଏହା ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ପାରେ ଯାହା ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହୋଇ ପାରେ ।

ତେଣୁ ଯଦି ଆପଣ ଙ୍କୁ ଏହି ଭଳି କିଛି ଲକ୍ଷଣ ଦେଖା ଯାଏ ତେବେ ଆପଣ ତୁରନ୍ତ ନିଜ ଡାକ୍ତର ଙ୍କ ସହ ସାକ୍ଷାତ କରନ୍ତୁ ଏବଂ ପରାମର୍ଶ କ୍ରମେ ନିଜର ଚିକିତ୍ସା କରାନ୍ତୁ । ଏବଂ ନିଜର ଇମ୍ୟୁନିଟ ଶକ୍ତି କୁ ବୃଦ୍ଧି କରାଇବା ପାଇଁ ଉତ୍ତମ ଆହାର କୁ ଗ୍ରହଣ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *