ନବୀନଙ୍କ ଡର Amit Shah ! ବିଜେଡିର ବଡ଼ ପଣ୍ଡା ମାନଙ୍କ ଛାତିରେ ପଶିଲା ଛନକା…

ବିଜେପି ମୁହାଁ ହୋଇଗଲେଣି କି ବିଜେଡି ସାଂସଦ ଓ ବିଧାୟକ । ଅମିତ ଶାହାଙ୍କୁ କାହିଁକି ଡରୁଛି ବିଜେଡି ? ଭାଙ୍ଗି ଭୁଙ୍ଗି ଯିବ କି ଓଡିଶା ସରକାର ? ଓଡିଶାରେ ଗୋଟି ଚଳାଇ ଦେବେନି ତ ବିଜେପିର ଚତୁର ଚାଣକ୍ୟ ? କଟକ ତ ଆସିବେ ଭୁବନେଶ୍ବରକୁ ଆସିବେନି କି ଅମିତ ଶାହା । ବିଜେଡିର ବଡ଼ ପଣ୍ଡା ମାନଙ୍କ ଛାତିରେ ଛନକା ପଶିଥିବାର ଜୋରସୋର ଚର୍ଚ୍ଚା ହେଉଛି । ଆସନ୍ତା ଅଗଷ୍ଟ 8 ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକ ଆସିବେ ।

କଟକ ଇନଡୋର ଷ୍ଟାଡିଅମରେ ସେ ଏକ ସଭାରେ ଯୋଗଦେବେ । ବିଜେଡି ସାଂସଦ ଭତ୍ତୃହରୀ ମହତାବଙ୍କ ଦ୍ୱାରା ପରିଚାଳିତ ପ୍ରଜାତନ୍ତ୍ର ପରଚାର ସମିତିର ଅଗଷ୍ଟ କ୍ରାନ୍ତି ଦିବସରେ ସେ ହେବେ ମୁଖ୍ୟ ଅତିଥି । ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସୁପ୍ରିମୋ ମାଇଲେଜ ନେଇଯାଇଥିବାର ସମସ୍ତେ ଆଲୋଚନା କରୁଛନ୍ତି ।

ବନ୍ଧୁଗଣ ବିଜେପି ସିନା ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଲେ କିନ୍ତୁ ଲାଗୁଛି ସତେ ଯେପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ପାଇଁ ପ୍ରସ୍ତାବ କରିଥିଲେ । ନବୀନ ନିବାସକୁ ଡାକି ଦ୍ରୌପଦୀଙ୍କୁ ସେ ମଧ୍ୟାନ ଭୋଜନ ବି ଦେଲେ ଏ ସବୁ ଭିତରେ ବିରୋଧୀ କଂଗ୍ରେସ ଉଭୟ ବିଜେଡି ଓ ବିଜେପି ମିଶିକି ଅଛନ୍ତି ବୋଲି କହିବା ଲାଗି ଏକ ସୁଯୋଗ ମଧ୍ୟ ପାଇଗଲା ।

ନବୀନ ଅନେକ କଥାରେ ବିଜେଡିକୁ ସମର୍ଥନ କରୁଛନ୍ତି ମାତ୍ର କାଳେ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟ ଭଳି ବିଜେପି ର ଚତୁର ଚାଣକ୍ୟ ଓଡିଶା ସରକାରଙ୍କୁ ଭାଙ୍ଗି ଦେବେ ସେ ଆଶଙ୍କା ଏବେ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି । ଭର୍ତ୍ତୁହରିଙ୍କ ସହିତ ବିଜେଡି ମୁଖିଆଙ୍କ କିଭଳି ସମ୍ପର୍କ ତାହା ସମସ୍ତେ ଜାଣନ୍ତି । ନିଜ ଲେଖା ଓ ବକ୍ତବ୍ୟ ମାଧ୍ୟମରେ ଭର୍ତ୍ତୁହରି ନବୀନଙ୍କୁ ବରାବର ଘାଇଲା କରୁଛନ୍ତି । ତାଙ୍କ ସଭାରେ ଅମିତ ଶାହାଙ୍କ ଆଗମନକୁ ବିଜେଡି ସହଜରେ ହଜମ କରିପାରୁନି ।

କିଛି ଦିନ ତଳେ ଅମିତ ଶାହାଙ୍କ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନକୁ ବିଜେଡି ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ଯାଇଥିଲେ । ସେ ବିଜେଡିରେ ଥାଇ ସୁଧା ଯେଉଁ ଭଳି ଭାବରେ ବିଜେପିର ପ୍ରଶଂସା କରିଲେ ସେ କଥାକୁ ଏ ଯାଏଁ ବିଜେଡି ନେତା ଭୁଲି ପାରି ନାହାନ୍ତି । ସେ ଯାହା ବି ହେଉ ନା କାହିଁକି ବିଜେଡି ଏବେ ଅମିତ ଶାହାଙ୍କୁ ମ୍ୟାନେଜ କରିବାର ଉଦ୍ୟମ ଆରମ୍ଭ କରିଦେଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *