ସମୁଦ୍ର ଜୁଆର ର ନେଉଥିଲେ ମଜା, ହଠାତ ମାଡି ଆସିଲା ଏକ ବଡ ଲହରୀ, ଭାସିଗଲେ ପୁଅ-ଝିଅ, ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ…

ସମୁଦ୍ର ବେଳାଭୂମିରେ କରୁଥିଲେ ମସ୍ତି, ହଟାତ ମାଡ଼ି ଆସିଲା ଲହରୀ । ଭାସିଗଲେ ପୁଅ-ଝିଅ । ବନ୍ଧୁଗଣ ବିପଦ କେବେ ଜଣେଇକି ଆସି ନଥାଏ ବେଳେବେଳେ ଆମକୁ ମନେ ରଖିବାକୁ ପଡିବ ଯେ, ଅସୁବିଧା କେଉଁଠି ବି ଆସିପାରେ ଆଉ ଏହା କେତେ କ୍ଷତି ଘଟାଇ ପାରେ । ଟିକେ ଅସାବଧନତା ଜୀବନ ନେଇଯାଏ । ଏକ ବଡ ଦୁର୍ଘଟଣା ଘଟେ । ତେଣୁ ସବୁବେଳେ ଆମକୁ ସତର୍କ ରହିବା ଜରୁରୀ ।

ବନ୍ଧୁଗଣ ଏବେ ସମୁଦ୍ର କୂଳରେ ଏକ ଭିଡିଓ ହେଇଛି ଭାଇରାଲ ଯାହା ଦେଖିଲେ ଆପଣ ସ୍ତବ୍ଦ ହେଇଯିବେ । ସାଧାରଣତଃ ସମସ୍ତ ଲୋକ ସମୁଦ୍ର ଓ ନଦୀ କୂଳରେ ବୁଲିବା ପାଇଁ ଭଲ ପାନ୍ତି । କିନ୍ତୁ ମଜା ମଜାରେ ବେଳେବେଳେ ଏମିତି କିଛି ଅଘଟଣ ଘଟିଯାଏ ଯାହାକୁ ଆପଣ କଳ୍ପନା ବି କରିପାରିବେ ନାହିଁ । ବର୍ଷା ଋତୁରେ ନଦୀ ଓ ସମୁଦ୍ରରେ ଭାସି ଯାଉଥିବା ଅନେକ ଭିଡିଓ ଆପଣ ଦେଖିଥିବେ କିନ୍ତୁ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି ।

ଓମାନ ବୁଲିବାକୁ ଯାଇଥିବା କିଛି ଭାରତୀୟ ପରିବାରର ସଦସ୍ୟ ସମୁଦ୍ର ଢେଉରେ ଲୀନ ହୋଇଯାଇଛନ୍ତି । ଆଉ ଘଟଣା ସମୟରେ କେହି କିଛି ବି କରିପାରିଲେ ନାହିଁ । ମହାରାଷ୍ଟ୍ରର ସାନ୍ଲୀ ଜିଲ୍ଲାର ଜଣେ 42 ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପୁଅ ଓମାନର ଏକ ସମୁଦ୍ର କୂଳରେ ବୁଡି ଯାଇଥିବା ବେଳେ ତାଙ୍କ ଝିଅ ଏବେ ନିଖୋଜ ଅଛନ୍ତି । ଗତ ବୁଧବାର ଦିନ ପରିବାର ସଦସ୍ୟ ଏହି ସୂଚନା ଦେଇଛନ୍ତି । 

ଶଶିକାନ୍ତ ଅହମାନୀ ତାଙ୍କ ଝିଅ ଶ୍ରେୟା ଓ ପୁଅ ଶ୍ରେୟସ ଦୁବାଇରେ ରହୁଥିଲେ । ରବିବାର ଗୋଟିଏ ଦିନ ପାଇଁ ପଡୋଶୀ ଦେଶ ଓମାନକୁ ଯାଇଥିଲେ । ଆଉ ସେମାନେ ସମୁଦ୍ର କୂଳରେ ମଜା କରିବା ସମୟରେ ଏଭଳି ଅଘଟଣ ଘଟିଛି । ଶଶିକାନ୍ତ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେମାନେ ଓମାନ ପିକ୍ନିକ କରିବାକୁ ଯାଇଥିଲେ । ପୁଅ-ଝିଅ ପାଣିରେ ଖେଳୁ ଥିଲେ ସେହି ସମୟରେ ହଠାତ ମାଡି ଆସିଲା ସମୁଦ୍ରର ଢେଉ । 

ଆଉ ସେମାନେ ସେହି ବଡ ଢେଉରେ ଭାସିଗଲେ । ନିଜ ପୁଅକୁ ବଞ୍ଚେଇବାକୁ ଯାଇ ଶଶିକାନ୍ତ ମଧ୍ୟ ଭାସି ଯାଇଥିଲେ । ଏହି ଘଟଣା ବିଷୟରେ ଜାଣିବା ପରେ ଦୁବାଇରେ ଥିବା ତାଙ୍କ ଭାଇ ତାଙ୍କୁ ଖୋଜୁ ଛନ୍ତି ଆଉ ଝିଅର ସନ୍ଧାନ ଜାରି ଅଛି । ଶଶିକାନ୍ତ ଓ ତାଙ୍କ ପୁଅର ମୃତ ଦେହ ପାଣିରୁ ଉଦ୍ଧାର ହୋଇଛି ।

ତାଙ୍କ ଝିଅକୁ ଏବେ ଖୋଜା ଚାଲିଛି ବୋଲି ରୟାଲ ଓମାନ ପୋଲିସ ସୋସିଆଲ ମିଡିଆରେ ଖବର ଦେଇଛନ୍ତି । ବନ୍ଧୁଗଣ ସାମାନ୍ୟ ମଜା ଆଜି ନେଇଯାଇଛି ଜୀବନ । ଏବେ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *