ଶ୍ମଶାନ ପାଲଟିବ ପୁରା ବିଶ୍ଵ ! ଜଗନ୍ନାଥ, ବଦ୍ରିନାଥ ଓ କେଦାରନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତର ସଙ୍କେତ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଗନ୍ନାଥ, ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତ ର ସଙ୍କେତ । ଭାରତକୁ ନେଇ ଅଚ୍ୟୁତାନନ୍ଦ ମାଲିକାରେ ଉଲ୍ଲେଖ ହୋଇଛି ଯେ ଆଗକୁ ଏପରି ଏକ ସମୟ ଆସିବ ଯେଉଁଥିରେ ଅଖଣ୍ଡ ଭାରତ ହେବ । ଏହା ଆଗକୁ ଘଟିବାକୁ ଯାଉଛି । ଭବିଷ୍ୟ ମାଳିକାରେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ସଂପୂର୍ଣ୍ଣ ଧ୍ଵଂସ ପାଇଯିବ ବୋଲି ଲେଖାଅଛି । ପୁରାଣ ଅନୁଯାୟୀ କଳିଯୁଗର ଆୟୁଷ ୫ ବର୍ଷ ପୂରିବା ପରେ ପାପର ସାମ୍ରାଜ୍ୟ ସୃଷ୍ଟି ହେବ ।

କଳିଯୁଗର ଶେଷ ସମୟ ପାଖେଇ ଆସିବ ଭକ୍ତିଭାବ ତୁଟିଜୀବ । ଭଗବାନ ଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ । ଭଣ୍ଡ ବାବାମାନେ ସାମ୍ରାଜ୍ୟ ପ୍ରତିଷ୍ଠା କରିବେ । ଏହାପରେ ଗଙ୍ଗାମାତା ସ୍ଵର୍ଗ କୁ ଫେରିଯିବେ । ଆଉ ଗଙ୍ଗା ନଦୀ ମଧ୍ୟ ସୁଖିଯିବ । ଏହା ପୁରାଣରେ ବର୍ଣ୍ଣିତ ହୋଇଛି । ମାଳିକାରେ ଲେଖା ଥିଲା ଯେ ଜଗନ୍ନାଥ ମନ୍ଦିରରୁ ବାରମ୍ବାର ପଥର ଖସିବ ଆଉ ଏହା ୧୮୫୨ ମସିହାରୁ ଘଟିସାରିଛି ।

ଓଡିଶାରେ ଏକା ଭୟଙ୍କର ବାତ୍ୟା ହୋଇଥିଲା ଯେଉଁଥିରେ କଳ୍ପବଟ୍ଟ ଭାଙ୍ଗିଯାଇଥିଲା । ମଇମାସ ୨୦୧୯ ମସିହାକୁ ଆଉ କେହି ଭୁଲି ପାରିବେ ନାହିଁ । ଫନିବାତ୍ୟା ଆସିଲା କଳ୍ପବଟ ଡାଳ ଭାଙ୍ଗିଲା, ଆଉ ଏହାପରେ ସାରା ବିଶ୍ବରେ କରୋନା ତାଣ୍ଡବ ରଚିଲା ।  ୨୦୨୦ ମସିହା ମଇମାସରେ ପୁଣି ସମାନ ଘଟଣା ଘଟିଥିଲା ସୁଦର୍ଶନ ଚକ୍ର ବଙ୍କା ହୋଇଯାଇଥିଲା ।

ମନ୍ଦିରର ଧ୍ଵଜରେ ନିଆଁ ଲାଗିବ ବୋଲି ମାଳିକାରେ ବର୍ଣ୍ଣିତ ହୋଇଥିଲା । ଏହା ୧୯ ମାର୍ଚ୍ଚ ୨୦୨୦ ରେ ଘଟିଥିଲା । ଜଗନ୍ନାଥ ମନ୍ଦିରରେ ଯେତେବେଳେ ଅଘଟଣ ଘଟେ, ତାହା ସାରା ବିଶ୍ଵ ନିମନ୍ତେ ସତର୍କର ଘଣ୍ଟି ହୋଇଥାଏ । ଜଗନ୍ନାଥ ମନ୍ଦିରରେ ବାରମ୍ବାର ର-କ୍ତପାତ ଘଟୁଛି, ମନ୍ଦିର ଭିତରେ ଏବଂ ମନ୍ଦିର ବାହାରେ ଏହି ଘଟଣା ମାନ ଘଟୁଛି । ଏହାର ଅର୍ଥ ହେଉଛି ଯେ କଳିଯୁଗର ଅନ୍ତ ସମୟ ପାଖେଇ ଆସିଲାଣି ।

ମାଳିକାରେ ବର୍ଣ୍ଣିତ ହୋଇଛି ଯେତେବେଳେ ଏହି ଘଟଣା ମାନ ପୁରୀ ଜଗନ୍ନାଥ ମନ୍ଦିରରେ ଘଟିବ ଜାଣିବେ କଳିଯୁଗର ଶେଷ ସମୟ ନିକଟ । ଉତ୍ତର ପୁରାଣ ଅନୁସାରେ କଳିଯୁଗ ଶେଷ ସମୟରେ ମଣିଷ ପାପ କାର୍ଯ୍ୟରେ ଲିପ୍ତ ରହିବ । ସଂସାରରେ ଲାଗିବ ହଣାକଟା, ବୋହିବ ର-କ୍ତ ର ନଦୀ ଏବଂ ମଣିଷ ଦୁଷ୍ଟ ପ୍ରକୃତିର ହୋଇଯିବ, ଲୋକେ ଧର୍ମ ପରିବର୍ତ୍ତନ କରିବେ ଆଉ ଭକ୍ତ ଙ୍କ ଉପରେ ଦୁଃଖର ପାହାଡ ଲଦି ହୋଇଯିବ । କେବଳ ଏତିକି ନୁହେଁ ବରଂ ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ଲୋକଙ୍କ ଉପରୁ ହଟିଯିବ ବୋଲି ମାଳିକାରେ ଲେଖାଅଛି ।

କଳିଯୁଗ ଶେଷରେ ଯିଏ ରାଜା ଥିବ ସିଏ ସନାତନ ଧର୍ମ ପ୍ରଚାର କରିବ ବୋଲି ମଧ୍ୟ ମାଳିକାରେ ଉଲ୍ଲେଖ ହୋଇଛି ।  ସାରା ବିଶ୍ବରେ ସନାତନ ଧର୍ମ ପ୍ରତିଷ୍ଠା ହେବ ଏବଂ ବୋହୁ ଲୋକ ନିଜ ନିଜ ଭିତରେ ଲଢେଇ କରିବେ । କଳିଯୁଗର ଅନ୍ତ ସମୟରେ ବିଶ୍ଵର ୯୦ ପ୍ରତିଶତ ଲୋକ ମୃତ୍ୟୁ ବରଣ କରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *