ବିଶାଳକାୟ ସମୁଦ୍ରରେ କିପରି ବନାଯାଏ ପୋଲ (Bridges) ? କଣ ଆପଣ ଜାଣନ୍ତି ? ଦେଖନ୍ତୁ Video

ବନ୍ଧୁଗଣ ଏହି ପୃଥିବୀ ମଣିଷ ଦିନକୁ ଦିନ ଅନେକ ବିକାଶ କରୁଛି । ମଣିଷ ନିଜ ବୁଦ୍ଧି ଓ ବଳର ବ୍ୟବହାର କରି ଦୁନିଆର ସମସ୍ତ ଅସମ୍ଭବକୁ ସମ୍ଭବ କରିପାରୁଛି । ବନ୍ଧୁଗଣ ବର୍ତ୍ତମାନର ସମୟରେ ମଣିଷ ସମୁଦ୍ର ମଧ୍ୟରେ ଏମିତି ଅନେକ ଜିନିଷ କରିପାରୁଛି ଯାହା ବିଷୟରେ ଆଗ କାଳରେ କେହି ଚିନ୍ତା ବି କରିପାରି ନଥିଲେ । ସମୁଦ୍ର ମଝିରେ ବ୍ରିଜ ଓ ଅଏଲ ରିଫାଇନେରି ଆଦି ମଣିଷ ଏବେ କରିପାରିଛି ।

ଆଜି ଆମେ ଆପଣ ମାନଙ୍କୁ ସମୁଦ୍ର ମଝିରେ ହୋଇଥିବା କିଛି ଟେକ୍ନୋଲୋଜି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆପଣ ମାନେ ସମସ୍ତେ ବଡ ବଡ ପବନଶକ୍ତି ଗୁଡିକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବଡ ବଡ ୱିନ୍ଡ ମିଲ ପାହାଡ ଉପରେ ଲଗା ଯାଇଥାଏ । ହେଲେ ଆପଣ ମାନେ କଣ ଏହି ୱିନ୍ଡ ମିଲ ଗୁଡିକୁ ସମୁଦ୍ରରେ ଦେଖିଛନ୍ତି । ୨୦୧୬ରେ ଜର୍ମାନୀର ସରକାରଙ୍କ ମୁଣ୍ଡରେ ଏକ ବଡ ଆଇଡିଆ ଆସିଲା ସେ ଭାବିଲେ ସମୁଦ୍ର ମଝିରେ ପବନ ଚକ୍ର ଲଗେଇବା ପାଇଁ । ଜର୍ମାନୀର ନର୍ଥ ସିବାରରେ ଏମିତି ଅନେକ ସମୁଦ୍ର ଚକ୍ର ତିଆରି ହୋଇଛି ।

୨. ଆମେରିକା ଦେଶର ଏକ ବହୁତ ପୁରୁଣା ବ୍ରିଜ ଅଛି ଯାହା ସମୁଦ୍ର ମଝିରେ ରହିଛି । ବନ୍ଧୁଗଣ ଏହି ବ୍ରିଜଟି ଗୋଟେ ସମୟରେ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା ତେଣୁ ସରକାର ଏହାକୁ ପୁନଃ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ସମୁଦ୍ର ମଝିରେ ଥିବା ଜୀବ ଜନ୍ତୁ ମାନଙ୍କୁ ଆଖି ଆଗରେ ରଖି ଏହି ବ୍ରିଜଟି ବନେଇବା ଅତ୍ୟନ୍ତ କଷ୍ଟକର ଥିଲା । ହେଲେ ଏହି ବ୍ରିଜଟିକୁ ବନେଇବା ପାଇଁ କଲମ୍ସ ଲଗାଯାଇଥିଲା ଓ ଏହି ବ୍ରିଜଟି ଦେଢ କିଲୋମିଟର ଲମ୍ବା ଅଛି ।

୩. ବନ୍ଧୁଗଣ ବ୍ରିଜ ବନେଇବା ପାଇଁ କଲମ୍ସର ମୁଖ୍ୟ ଆବଶ୍ୟକତା ରହିଥାଏ ଓ କଲମ୍ସ ପାଇଁ କଫର ଟ୍ୟାଙ୍କର ବ୍ୟବହାର କରାଯାଇଥାଏ । ସମୁଦ୍ର ମଝିରେ ବ୍ରିଜ ବନେଇବା ବହୁତ କଷ୍ଟକର କାମ ହୋଇଥାଏ । କଫର ଟ୍ୟାଙ୍କର ବ୍ୟବହାରରେ କଲମ୍ସ ବନା ଯାଇଥାଏ ଯାହାଫଳରେ ଇଞ୍ଜିନିୟର ମାନେ ବ୍ରିଜ କୌଶଳର ସହ ବନେଇ ପାରନ୍ତି ।

୪. ବନ୍ଧୁଗଣ ବନ୍ୟାକୁ ରୋକିବା ପାଇଁ ଆଜି ଅନେକ ସ୍ଥାନରେ ବଡ ବଡ ଡ୍ୟାମ ବନା ଯାଉଛି । ୟୁକେର ହିଲିଙ୍ଗରେ ଏକ କଂଷ୍ଟ୍ରକ୍ସନ ହୋଇଥିଲା । ସେତେବେଳେ ଏହି ଦ୍ଵିପରେ ବନ୍ୟାର ପରିସ୍ଥିତି ଉପୁଜି ଥିଲା । ତେଣୁ ଏହି ଜାଗାକୁ ସୁରକ୍ଷିତ ରଖିବା ପାଇଁ ସରକାର ଏଠାରେ କିଛି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସମୁଦ୍ର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଭଲ ଉପାୟ କରିଥିଲେ ଯାହା ଆପଣ ମାନେ ଦେଖିପାରୁଛନ୍ତି ।

Leave a Reply

Your email address will not be published. Required fields are marked *