ବିପଦରେ ଉପକୂଳ ଓଡିଶା ! ବଢୁଛି ସମୁଦ୍ରର ଜଳସ୍ତର, ଚିନ୍ତାରେ ଉପକୂଳବାସୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୁଡିଯିବ କି ଉପକୂଳ ଓଡିଶା । ବଢୁଛି ସମୁଦ୍ରର ଜଳସ୍ତର । ଉପକୂଳିଆ ଅଞ୍ଚଳବାସୀଙ୍କ ପାଇଁ ବିପଦ ମାଡି ଆସୁଛି ବୋଲି ସୂଚନା ମିଳୁଛି । ତେବେ ଆଗାମୀ ସମୟରେ ସମୁଦ୍ରର ଜଳ ସ୍ତର ବୃଦ୍ଧି ଯୋଗୁ ବିଶ୍ଵବ୍ୟାପୀ ଏହାର ସଙ୍କଟ ଦେଖିବାକୁ ମିଳିପାରେ । ତେବେ ମିଳିତ ଜାତି ସଂଘର ସୁରକ୍ଷା ପରିଷଦର ବୈଠକରେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପାଇଁ ସମୁଦ୍ରର ଜଳ ସ୍ତର ବୃଦ୍ଧି ପ୍ରଶଙ୍ଗକୁ ଆଲୋଚନା କରଯାଇଥିଲା ।

ତେବେ ବିଶ୍ଵ ପାଣିପାଗ ସଂସ୍ଥା ଆଗରୁ ହିଁ ଏହି ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇ ସତର୍କ କରିବାକୁ ଚାହୁଁଅଛି । ତେବେ ସମୁଦ୍ରର ଜଳସ୍ତର ବୃଦ୍ଧିକୁ ନେଇ ଅଧିକ ମାତ୍ରାରେ ମୁମ୍ବାଇ ଓ ନିୟୁୟର୍କ ଭଳି ସହର ପ୍ରଭାବିତ ହେବାକୁ ଯାଉଅଛି । ତେବେ ଓଡିଶା ତଟ  ମାନଙ୍କରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ୧୯୯୩ ରୁ ୨୦୨୧ ମଧ୍ୟରେ ବିଶ୍ଵରେ ସମୁଦ୍ର ଜଳସ୍ତର ୦.୮  ମିମୀ ବଢିଛି ।

ତେବେ ଏହି ସମୟରେ ଭାରତର ଉପକୂଳରେ ଗୋପାଳପୁର ଓ ପାରାଦୀପ,  ଭଦ୍ରକ ଓ ବାଲେଶ୍ଵର ଉପକୂଳରେ ଗୁରୁତର ଭାବରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗି ପଡିଛି । ଗୋପାଳପୁର ଓ ପୁରୀ ଉପକୂଳ ଜଳସ୍ତର ପ୍ରାୟ 5 ମିମି ବଢିଛି । ବାଲେଶ୍ଵର ଓ ଭଦ୍ରକ ଉପକୂଳରେ ଜଳସ୍ତର ୨ ରୁ ୩ ମିମୀ ବଢିଛି । ତେବେ ଆଗାମୀ ଦିନ ମାନଙ୍କରେ ସମୁଦ୍ର ଉପକୂଳର ଅବକ୍ଷୟ ଓ ସମୁଦ୍ରର ଜଳସ୍ତର ବୃଦ୍ଧି ବହୁତ କିଛି କ୍ଷୟକ୍ଷତି କରିବ ବୋଲି ଆଶଙ୍କା ସୃଷ୍ଟି କରୁଛି ।

ତେବେ ଓଡିଶାର ଉପକୂଳିଆ ଏରିଆ ଯେପରି ବାଲେଶ୍ଵର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତସିଂହପୁର ତେବେ ଏହି ସବୁ ଜିଲ୍ଲା ପାଇଁ ଆଗାମୀ ସମୟରେ ଜଳସ୍ତର ବୃଦ୍ଧି ହେଲେ ବହୁତ କିଛି କ୍ଷୟକ୍ଷତି ହେବାର ସମ୍ଭାବନା ରହୁଛି ବୋଲି ପାଣିବିଭାଗ ତରଫରୁ ଆକଳନ କରାଯାଉଛି । କ୍ଷ୍ଯୁଦ୍ର ଦେଶ ତଥା ତଳିଆ ଅଞ୍ଚଳର କୋଟି କୋଟି ଏରିଆ ବାସୀନ୍ଦାଙ୍କ ଜନ ଓ ଜୀବନ ପାଇଁ ବହୁତ ବିପତ୍ତି ଆସୁଅଛି ।

ତେବେ ସମୁଦ୍ରର ଜଳସ୍ତର ବୃଦ୍ଧି ଦ୍ଵାରା କିଛି ଦେଶର ଅସ୍ତିତ୍ଵ ପ୍ରତି ବିପଦ ବଢିବାରେ ଲାଗିଛି । ତେବେ ଭାରତ, ବାଂଲାଦେଶ, ଚୀନ ଓ ନେଦରଲାଣ୍ଡ ଭଳି ଦେଶ ପ୍ରତି ସଙ୍କଟ ରହୁଛି । ତେବେ ଆଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବରଫ ଖଣ୍ଡ ବହୁ ମାତ୍ରାରେ ତରଳିବାକୁ ଲାଗୁଛି । ତେବେ ଏହା ହିଁ ସମୁଦ୍ରର ଜଳସ୍ତର ବୃଦ୍ଧିର ପ୍ରମୁଖ କାରଣ ମଧ୍ୟରୁ ଏକ କାରଣ ବୋଲି କୁହାଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *