ସାମ୍ନାକୁ ଆସିଲା ବିମାନ ଦୁର୍ଘଟଣାର ଛାତିଥରା ଦୃଶ୍ୟ ! ଦୁର୍ଘଟଣା ପୂର୍ବରୁ Live ଆସି ସବୁ ଦେଖାଉଥିଲେ ଉତ୍ତର ପ୍ରଦେଶର ଏହି ଯୁବକ ହେଲେ ହଠାତ…

ନମସ୍କାର ବନ୍ଧୁଗଣ, ଆକାଶ ମାର୍ଗରେ ଉଡାଣ ଭରିବାର ସ୍ଵପ୍ନ ସମସ୍ତେ ଦେଖିଥାନ୍ତି । ସମସ୍ତେ ଏହାର ମଜା ଉଠାଇବା ପାଇଁ ଆଶା ମଧ୍ୟ ରଖିଥାନ୍ତି । ତେବେ ମନରେ ଥିବା ଏହି ଇଛାରେ ଯେତେବେଳେ ଆକାଶ ମାର୍ଗରେ ନିଆଁ ଲାଗିଯାଏ ଏବଂ ବଞ୍ଚିବାର କୌଣସି ମଧ୍ୟ ଉପାୟ ନଥାଏ ତାହା ସମସ୍ତଙ୍କ ଛାତି ଥାରାଇ ଦିଏ । ତେବେ ଏହିଭଳି ଏକ ଘଟଣା ଘଟିଛି ନେପାଳରେ ହୋଇଥିବା ବିମାନ ଦୁର୍ଘଟଣାରେ । 

ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ କିଭଳି କଏଦ ହୋଇଛି ବିମାନରେ ନିଆଁ ଲାଗିବାର ଦୃଶ୍ୟ । ନେପାଳ ବିମାନ ଦୁର୍ଘଟଣାର ଲାଇଭ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ କଏଦ ହୋଇଛି ଜଣେ ଯାତ୍ରୀଙ୍କର ମୋବାଇଲରେ । ଦୁର୍ଘଟଣାର କିଛି ସମୟ ପୂର୍ବରୁ ଫେସବୁକରେ ଲାଇଭ ଭିଡିଓ କରୁଥିଲେ ବିମାନରେ ଥିବା ଉତ୍ତର ପ୍ରଦେଶର ଜଣେ ଯୁବକ ।

ସୂଚନା ଅନୁଯାୟୀ ବିମାନରେ ଥିଲେ ଉତ୍ତରପ୍ରଦେଶ ଗାଜିପୁରର ଚାରି ଜଣ ଯୁବକ । ସେମାନେ ଗତ ତେର ତାରିଖରୁ କାଠ ମାଣ୍ଡୁ ପଶୁପତି ନାଥ ମନ୍ଦିରରୁ ପୂଜା ଅର୍ଚ୍ଚନା ସାରି ପୋଖରା ଯାଉଥିଲେ ପାରାଗ୍ଳାଇଡିଙ୍ଗ କରିବା ପାଇଁ । ପୋଖରା ଏୟାରପୋର୍ଟରେ ବିମାନ ଅବତରଣ କରିବା ପୂର୍ବରୁ ଜଣେ ଯୁବକ ଫେସବୁକ ଭିଡିଓ ଲାଇଭ କରୁଥିଲେ ।

ସେମାନେ ଏହି ଭିଡିଓରୁ କହୁଛନ୍ତି ମୋଜ କରଦି ବୋଲି । ଠିକ ଏହି ସମୟରେ ଭାର ସମୟ ହରାଇ ବିମାନଟି ତାର ଭାରସାମ୍ୟ ହରାଇ ଖସି ପଡୁଛି ବିମାନଟି ଠିକ ଏହି ସମୟରେ ଶୁଭୁଛି ସମସ୍ତଙ୍କ ଚିତ୍କାର । ବିମାନରେ ନିଆଁ ଲାଗିବାର ଦୃଶ୍ୟ ମୋବାଇଲରେ କଏଦ ମଧ୍ୟ ହୋଇଛି । ଦେଢ ମିନିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ କିଛି ସମୟ ପୂର୍ବରୁ ଆକାଶ ମାର୍ଗରୁ ଭିଡିଓ ବନାଇ ଖୁସି ହେଉଥିଲେ କିନ୍ତୁ ତାଙ୍କୁ ଜଣା ନଥିଲା ଆଖି ପିଛୁଳାକେ ତାଙ୍କ ସହ ଘଟିଯିବ ଏଭଳି ଏକ ହୃଦୟ ବିଦାରକ ଘଟଣା । ସତରେ ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେବ ।

ସେମାନଙ୍କ ଖୁସି ମାତ୍ର କ୍ଷଣ ସ୍ଥାୟୀ ଥିଲା । ତେବେ ସେହି ଯୁବକ ଜଣଙ୍କ ସୋସିଆଲ ମିଡିଆରେ ଲାଇଭ କରୁଥିବା ହେତୁ ସେହି ଦୃଶ୍ୟ ସମସ୍ତେ ଦେଖିବା ସହ ସେହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ ହୋଇଛି । ଯାହା ଜଣାଉଥିଲା ବିମାନ ଦୁର୍ଘଟଣା ବେଳର ବିଦାରକ ସମୟକୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  

Leave a Reply

Your email address will not be published. Required fields are marked *