ଲେଡି ଇଞ୍ଜିନିୟରଙ୍କ ପାଇଁ ମହଙ୍ଗା ପଡିଗଲା ରାଷ୍ଟ୍ରପତି Draupadi Murmu ଙ୍କ ପାଦ ଛୁଇଁବା ! ହେଲେ ନିଲମ୍ବିତ, କାରଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ, ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁ ଜଣେ ମହିଳା ସରକାରୀ ଇଞ୍ଜିନିୟର ନିଲମ୍ବିତ ହୋଇଛନ୍ତି ଚାକିରିରୁ । ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି । ସମ୍ମାନ ଦେଇ ଚାକିରିରୁ ନିଲମ୍ବିତ  ହେବା ଭଳି ଏକ ଘଟଣା କାହିଁକି ଘଟିଛି ଏହା ପଛର କାରଣ କଣ ଏହି ଖବର ସମ୍ପର୍କରେ ଜାଣିବା ପାଇଁ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।   

ଖବର ଅନୁଯାୟୀ ରାଜସ୍ଥାନର ଏକ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଏହି ଘଟଣା ହେଉଛି ଜାନୁୟାରୀ 4 ତାରିଖର । ସେହିଦିନ ରାଷ୍ଟ୍ରପତି ବିମାନରୁ ଓଲ୍ହାଇ ଆସୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଜଣେ ସରକାରୀ ମହିଳା ଇଞ୍ଜିନିୟର ରାଷ୍ଟ୍ରପତିଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିଥିଲେ । ଏହି ଭଳି ଏକ ଦୃଶ୍ୟ ନଜର ଆସିବା ପରେ ଏକ ବଡ ତ୍ରୁଟି ହୋଇଥିବାର ରିପୋର୍ଟ ମାଗିଥିଲେ ଗୃହ ମନ୍ତ୍ରାଳୟ ।

ଏହାପରେ ଏହି ଘଟଣା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଯାଇ ରାଜ୍ୟସରକାର ଜୁନିୟର ଇଞ୍ଜିନିୟର ଅମ୍ବା ସିଓଲଙ୍କୁ ନିଲମ୍ବିତ କରିଛନ୍ତି । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଇଥିଲେ ସେହିଠାରେ କାର୍ଯ୍ୟରତ ଥିଲେ ଇଞ୍ଜିନିୟର ଅମ୍ବା ସିଓଲ । ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ପାଇଁ ଅଧିକାରୀଙ୍କ ସହ ବିମାନ ବନ୍ଦରକୁ ଯାଇଥିଲେ ଅମ୍ବା ସିଓଲ ।

ଏହି କାର୍ଯ୍ୟ ଉପରେ କାର୍ଯ୍ୟନୁଷ୍ଠାନ ନେବାର ମୂଳ କାରଣ ହେଉଛି କି  ରାଷ୍ଟ୍ରପତିଙ୍କ  ସୁରକ୍ଷା ବ୍ୟବସ୍ତା ଉପରେ କଥା ଉଠିଲା । କେତେ ସୁରକ୍ଷିତ ରାଷ୍ଟ୍ରପତି ଯେଉଁଠାରେ କାର୍ଯ୍ୟରତ  ଥିବା ଅଧିକାରୀ ନିୟମ ଭଙ୍ଗ କରି ଏପରି କରିପାରୁଛନ୍ତି ତେବେ କେତେ କଡା କଡି ରହିଛି ଆଇନ ବ୍ୟବସ୍ତା ଏହା ଉପରେ ଏକ ବଡ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିବାରୁ ଚାକରିରୁ ଅମ୍ବା ସିଓଲିଙ୍କୁ ନିଲମ୍ବିତ କରାଯାଇଛି । ତେବେ ସମ୍ମାନ ଦେବାକୁ ଯାଇ ଅବମାନନାର ପାତ୍ରୀ ହୋଇଗଲେ ଜୁନିୟର ଇଞ୍ଜିନିୟର ।

କାରଣ ପ୍ରଥମେ ତାଙ୍କୁ ଆଇନ ବ୍ୟବସ୍ତା ତଥା ସୁରକ୍ଷା ବ୍ୟବସ୍ତା ଉପରେ ନଜର ରଖି କାର୍ଯ୍ୟକରିବାର ଥିଲା । ତେବେ ଏହି ଭୁଲ ଥରେ ହେବା ପରେ ଏହାକୁ ଅଣଦେଖା କରିବା ଦ୍ଵାରା ତାହା ବାରମ୍ବାର ଘଟିବ ଯାହା ଫଳରେ ସୁରକ୍ଷିତ ରହିବେ ନାହିଁ ରାଷ୍ଟ୍ରପତି । ତେଣୁ ଏଭଳି ଘଟଣା ପୁଣି ଥରେ ସାମ୍ନାକୁ ନ ଆସିବା ପାଇଁ ରାଜ୍ୟସରକାର ଏଭଳି ଏକ ପଦକ୍ଷପ ଗ୍ରହଣ କଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।        

Leave a Reply

Your email address will not be published. Required fields are marked *