ବିମାନରେ ଫେରିଲା ୯୨ କଙ୍କାଳ, ୩୭ ବର୍ଷ ପର୍ଯ୍ୟନ୍ତ ଗାଏବ ଥିଲା ବିମାନ…ପୁରା ଘଟଣା ଜାଣିଲେ ଲୋମ ଶିହରି ଉଠିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରୀ ମାନଙ୍କର କଙ୍କାଳ ନେଇ ଫେରିଲା ବିମାନ । ଦିର୍ଘ ୩୭ ବର୍ଷ ପରେ ଅବତରଣ କରିଲା । ପାଇଲଟ ଙ୍କ ସହିତ ୯୨ ଯାତ୍ରୀ ଙ୍କର ଥିଲା କଙ୍କାଳ । ତେବେ ଦିନେ ନୁହେଁ କି ଦୁଇ ଦିନ ନୁହେଁ ସମୁଦାୟ ୩୭ ବର୍ଷ ଆକାଶରେ ଉଡୁଥିଲା ବିମାନ । ଯେତେ ଖୋଜା ଖୋଜି କରାଯାଇଥିଲା ବିମାନ ଟି କେଉଁ ଠାରେ ମଧ୍ୟ ମିଳିନଥିଲା । ତଦନ୍ତକାରୀ ସଂସ୍ଥା ଭାବିଥିଲେ ବିମାନଟି ଆଉ ମିଳିବ ନାହିଁ ବୋଲି । ମାତ୍ର ୩୭ ବର୍ଷ ତଳେ ସେହି ହଜିଯାଇଥିବା ବିମାନ ପୁଣିଥରେ ଅବତରଣ କରିଥିଲା ।

ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସଂପୂର୍ଣ୍ଣ ଦୁନିଆ ରହସ୍ୟରେ ଭରି ରହିଅଛି । ଏଭଳି କିଛି ରହସ୍ୟ ରହିଛି ଯାହାକୁ ବୁଝିବା ଅସମ୍ଭବ ଅଟେ । ତେବେ ଆଜି ଆମ୍ଭେ ସେହିଭଳି ଏକ ରହସ୍ୟମୟ କଥା ସମ୍ବନ୍ଧରେ କଥା ହେବାକୁ ଯାଉଅଛୁ । ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରହସ୍ୟ ହେଉଛି ଏକ ବିମାନ ହଜିଯିବାକୁ ନେଇ ।

ତେବେ ଆସନ୍ତୁ ଜଣାଇନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ବିମାନର ନମ୍ବର ୫୧୩ ଅଟେ । ୧୯୫୪ରେ ସେଞ୍ଚିଆଗୋ ଏୟାରଲାଇନ୍ସର ଜାହାଜ ପଶ୍ଚିମ ଜର୍ମାନୀ ର ଆକିଙ୍ଗ ବିମାନ ବନ୍ଦରରୁ ଉଡାଣ ଭରୁଥିଲା । ମାତ୍ର ଉଡାଣ ଭରିବା ପରେ ବିମାନ କେଉଁଠାରେ ମଧ୍ୟ ଅବତରଣ କରିନଥିଲା । ୧୯୫୪ ମସିହା ସେପ୍ଟେମ୍ବର ୪ ତାରିଖରେ ୯୨ ଜଣ ଯାତ୍ରୀ ଙ୍କୁ ନେଇ ଜାହାଜ ଆକାଶରେ ଉଭେଇ ଯାଇଥିଲା ।

ବିମାନ ନମ୍ବର ୫୧୩ ଉଡାଣ ଭରିବାର ୧୮ ଘଣ୍ଟା ପରେ ବ୍ରାଜିଲର ପୋର୍ଟ ଏଲେକର ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ମାତ୍ର ଏଭଳି ହୋଇନଥିଲା । ବିମାନ ଉଡାଣ ଭରିବା ପରେ ଆକାଶରେ ଗାୟବ ହୋଇଯାଇଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ଏହି ବିମାନ ସହିତ କୌଣସି ଯୋଗାଯୋଗ ହୋଇ ପାରିନଥିଲା । ୯୨ ଜଣ ଯାତ୍ରୀ ଙ୍କୁ ନେଇ ଯାଇଥିବା ବିମାନର ହଜିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଯେଉଁ ସମୟରେ ବିମାନ ହଜିଥିଲା ସେହି ସମୟରେ ବିମାନ ଟି ଆଟଲାଣ୍ଟିକ ମହାସାଗର ଉପରେ ଉଡୁଥିଲା ।

ଏଥିପାଇଁ ଲୋକେ ଭାବିଥିଲେ ଯେ ସମୁଦ୍ର ରେ ବିମାନ ବୁଡିଯାଇଛି ଯେଉଁଥିପାଇଁ ୯୨ ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ୩୭ ବର୍ଷ ପରେ ଏକ ଚମତ୍କାର ହେଲା । ବିମାନଟି ଅବତରଣ କରିଲା ଏହି ଜାହାଜ କୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ଏହାପରେ ଅଧିକାରୀ ମାନେ ବିମାନ ବନ୍ଦରକୁ ଯାଇଥିଲେ ଏବଂ ଏହାପରେ ଯାହା ଦେଖିଲେ ତାହା ବିଶ୍ଵାସ ହେଉ ନଥିଲା କାରଣ ଯାତ୍ରୀ ମାନଙ୍କ କଙ୍କାଳ ତାଙ୍କ ଚେୟାରରେ ସେମିତି ଥିଲା ଯେମିତି ସେମାନେ ବସି ଉଡାଣ ଭରିଥିଲେ ।

ଅଧିକାରୀ ମାନେ ଦେଖି ବାହାରେ ଆସି ନିଜ ନିଜ ଭୀତରେ କଥା ହେବାକୁ ଲାଗିଲେ ମାତ୍ର ବିମାନ ପୁଣି ଥରେ ଉଡି ଉଭାନ ହୋଇଗଲା । ଚର୍ଚ୍ଚା ହେଉଛି ଯେ ଏଭଳି ବିମାନ କୁ କେବଳ ଏଲିୟେନ ମାନେ ହିଁ କରିଥାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *